ମହାରାଷ୍ଟ୍ରରେ ଯୁବକ କୁରାଢିରେ ଭାଙ୍ଗିଦେଲା EVM, ଗିରଫ
ନାନ୍ଦେଡ ୨୬।୪: ଲୋକସଭା ନିର୍ବାଚନ ୨୦୨୪ ନିମନ୍ତେ ଶୁକ୍ରବାର ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଦେଶର ୧୩ ରାଜ୍ୟରେ ୮୮ ଲୋକସଭା ଆସନରେ ମତଦାନ ଶାନ୍ତିପୂର୍ବକ ଶେଷ ହୋଇଛି। ତେବେ ମହାରାଷ୍ଟ୍ର ନାନ୍ଦେଡ ଜିଲ୍ଲାର ରାମତୀର୍ଥ ପୋଲିଂ ବୁଥରେ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ଜଣେ ଯୁବକ ମତଦାନ କେନ୍ଦ୍ରରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ (ଇଭିଏମ)କୁ କୁରାଢିରେ ହାଣି ଖଣ୍ଡଖଣ୍ଡ କରିଦେଇଛି। ଘଟଣାରେ ପୋଲିସ ଯୁବକକୁ ଗିରଫ କରିଛି। ଯୁବକର ନାମ ଭାନୁଦାସ ଭଡକେ ହୋଇଥିବା ବେଳେ ସମ୍ବିଧାନ ରକ୍ଷା ନିମନ୍ତେ ସେ ଏହି କାଣ୍ଡ କରିଥିବା କହିଛି। ମତଦାନ କେନ୍ଦ୍ରରେ ମତଦାନ ଶାନ୍ତିପୂର୍ବକ ଚାଲିଥିବା ବେଳେ ଭାନୁଦାସ କୁରାଢି ଧରି ପହଞ୍ଚିଥିଲା। ସେ ମତଦାନ କରାଉଥିବା ଅଧିକାରୀମାନଙ୍କୁ କୁରାଢି ଦେଖାଇ ଧମକାଇବା ସହ ମତଦାନ ହେଉଥିବା ସ୍ଥାନକୁ ଯାଇ କୁରାଢିରେ ଇଭିଏମକୁ ହାଣି ଟୁକୁରା ଟୁକୁରା କରିଦେଇଥିଲା। ଏହି ଘଟଣାରେ ମତଦାନ କେନ୍ଦ୍ରରେ ଉପସ୍ଥିତ ସୁରକ୍ଷା କର୍ମୀମାନେ ତାକୁ ଗିରଫ କରିଥିଲେ। ତେବେ ଇଭିଏମ ନଷ୍ଟ କରିଦିଆଯାଇଥିଲେ ମଧ୍ୟ ଭୋଟ ସୁରକ୍ଷିତ ଥିବା ଅଧିକାରୀ କହିଛନ୍ତି। କାରଣ କଣ୍ଟ୍ରୋଲ ୟୁନିଟ୍ ସୁରକ୍ଷିତ ଅଛି। ଏହି ମତଦାନ କେନ୍ଦ୍ରରେ ୫୦୦ ଲୋକେ ଭୋଟ ଦେଇଛନ୍ତି। ସେହିପରି କର୍ଣ୍ଣାଟକ ଚମରାଜନଗର ଜିଲ୍ଲାରେ ମତଦାତାମାନେ ମତଦାନ କରିବେ କି ନାହିଁ ଏ ନେଇ ନିଷ୍ପତ୍ତି ନେଇ ପାରୁନଥିବା ବେଳେ ଏଭିଏମକୁ କ୍ଷତିଗ
ନାନ୍ଦେଡ ୨୬।୪: ଲୋକସଭା ନିର୍ବାଚନ ୨୦୨୪ ନିମନ୍ତେ ଶୁକ୍ରବାର ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଦେଶର ୧୩ ରାଜ୍ୟରେ ୮୮ ଲୋକସଭା ଆସନରେ ମତଦାନ ଶାନ୍ତିପୂର୍ବକ ଶେଷ ହୋଇଛି। ତେବେ ମହାରାଷ୍ଟ୍ର ନାନ୍ଦେଡ ଜିଲ୍ଲାର ରାମତୀର୍ଥ ପୋଲିଂ ବୁଥରେ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ଜଣେ ଯୁବକ ମତଦାନ କେନ୍ଦ୍ରରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ (ଇଭିଏମ)କୁ କୁରାଢିରେ ହାଣି ଖଣ୍ଡଖଣ୍ଡ କରିଦେଇଛି।
ଘଟଣାରେ ପୋଲିସ ଯୁବକକୁ ଗିରଫ କରିଛି। ଯୁବକର ନାମ ଭାନୁଦାସ ଭଡକେ ହୋଇଥିବା ବେଳେ ସମ୍ବିଧାନ ରକ୍ଷା ନିମନ୍ତେ ସେ ଏହି କାଣ୍ଡ କରିଥିବା କହିଛି। ମତଦାନ କେନ୍ଦ୍ରରେ ମତଦାନ ଶାନ୍ତିପୂର୍ବକ ଚାଲିଥିବା ବେଳେ ଭାନୁଦାସ କୁରାଢି ଧରି ପହଞ୍ଚିଥିଲା। ସେ ମତଦାନ କରାଉଥିବା ଅଧିକାରୀମାନଙ୍କୁ କୁରାଢି ଦେଖାଇ ଧମକାଇବା ସହ ମତଦାନ ହେଉଥିବା ସ୍ଥାନକୁ ଯାଇ କୁରାଢିରେ ଇଭିଏମକୁ ହାଣି ଟୁକୁରା ଟୁକୁରା କରିଦେଇଥିଲା। ଏହି ଘଟଣାରେ ମତଦାନ କେନ୍ଦ୍ରରେ ଉପସ୍ଥିତ ସୁରକ୍ଷା କର୍ମୀମାନେ ତାକୁ ଗିରଫ କରିଥିଲେ।
ତେବେ ଇଭିଏମ ନଷ୍ଟ କରିଦିଆଯାଇଥିଲେ ମଧ୍ୟ ଭୋଟ ସୁରକ୍ଷିତ ଥିବା ଅଧିକାରୀ କହିଛନ୍ତି। କାରଣ କଣ୍ଟ୍ରୋଲ ୟୁନିଟ୍ ସୁରକ୍ଷିତ ଅଛି। ଏହି ମତଦାନ କେନ୍ଦ୍ରରେ ୫୦୦ ଲୋକେ ଭୋଟ ଦେଇଛନ୍ତି। ସେହିପରି କର୍ଣ୍ଣାଟକ ଚମରାଜନଗର ଜିଲ୍ଲାରେ ମତଦାତାମାନେ ମତଦାନ କରିବେ କି ନାହିଁ ଏ ନେଇ ନିଷ୍ପତ୍ତି ନେଇ ପାରୁନଥିବା ବେଳେ ଏଭିଏମକୁ କ୍ଷତିଗ୍ରସ୍ତ କରିଥିବାର ଖବର ଆସୁଛି। ଜିଲ୍ଲା ପ୍ରଶାସନ ଅନୁସାରେ ପ୍ରଥମେ ଲୋକେ ବିକାଶମୂଳକ କାମକୁ ନେଇ ମତଦାନ ବହିଷ୍କାର କରିଥିଲେ। ତେବେ ସ୍ଥାନୀୟ ଅଧିକାରୀମାନଙ୍କ ଉଦ୍ୟମରେ ଲୋକଙ୍କୁ ମତଦାନ ପାଇଁ ରାଜି କାରଯାଇଥିବା ବେଳେ ଦୁଇଗୋଷ୍ଠୀଙ୍କ ମଧ୍ୟରେ ଝଗଡା ହୋଇଯାଇଥିଲା।