‘ଶ୍ରମବୀର ପ୍ୟାଲେସ’ ଉଦ୍‌ଘାଟନ କଲେ ଜେଏସ୍‌ପି ଅଧ୍ୟକ୍ଷ

ଅନୁଗୋଳ,୧୯ା୧୧ (ଜ୍ୟୋତିରଞ୍ଜନ ସାହୁ): ହରିୟାଣା କୁରୁକ୍ଷେତ୍ରର ଏମ୍‌ପି ତଥା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସ୍‌ପି) ଅଧ୍ୟକ୍ଷ ନବୀନ ଜିନ୍ଦଲ ସୋମବାର ଜେଏସ୍‌ପି ଅନୁଗୋଳ ୟୁନିଟ୍‌ରେ ‘ଶ୍ରମବୀର ପ୍ୟାଲେସ’ର ଉଦ୍‌ଘାଟନ କରିଛନ୍ତି। ଏହି ଶ୍ରମବୀର ପ୍ୟାଲେସ ତଥା ଶୀତତାପ ନିୟନ୍ତ୍ରିତ ଆବାସରେ ୧୦୫୬ଟି ଶଯ୍ୟା ରହିଛି, ଯେଉଁଠାରେ ଶ୍ରମିକମାନଙ୍କ ରହିବା ପାଇଁ ବିଶ୍ୱସ୍ତରୀୟ ସୁବିଧା ସୁଯୋଗ ଅଛି। ଶ୍ରମିକମାନଙ୍କ ପାଇଁ ନିଆଯାଇଥିବା ଏହି ପଦକ୍ଷେପ କର୍ମଜୀବୀଙ୍କ ପ୍ରତି ଜେଏସ୍‌ପିର ପ୍ରତିବଦ୍ଧତାକୁ ପ୍ରମାଣିତ କରୁଛି। ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଇ ଜେଏସ୍‌ପି […] The post ‘ଶ୍ରମବୀର ପ୍ୟାଲେସ’ ଉଦ୍‌ଘାଟନ କଲେ ଜେଏସ୍‌ପି ଅଧ୍ୟକ୍ଷ appeared first on Dharitri Odia News.

‘ଶ୍ରମବୀର ପ୍ୟାଲେସ’ ଉଦ୍‌ଘାଟନ କଲେ ଜେଏସ୍‌ପି ଅଧ୍ୟକ୍ଷ

ଅନୁଗୋଳ,୧୯ା୧୧ (ଜ୍ୟୋତିରଞ୍ଜନ ସାହୁ): ହରିୟାଣା କୁରୁକ୍ଷେତ୍ରର ଏମ୍‌ପି ତଥା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସ୍‌ପି) ଅଧ୍ୟକ୍ଷ ନବୀନ ଜିନ୍ଦଲ ସୋମବାର ଜେଏସ୍‌ପି ଅନୁଗୋଳ ୟୁନିଟ୍‌ରେ ‘ଶ୍ରମବୀର ପ୍ୟାଲେସ’ର ଉଦ୍‌ଘାଟନ କରିଛନ୍ତି। ଏହି ଶ୍ରମବୀର ପ୍ୟାଲେସ ତଥା ଶୀତତାପ ନିୟନ୍ତ୍ରିତ ଆବାସରେ ୧୦୫୬ଟି ଶଯ୍ୟା ରହିଛି, ଯେଉଁଠାରେ ଶ୍ରମିକମାନଙ୍କ ରହିବା ପାଇଁ ବିଶ୍ୱସ୍ତରୀୟ ସୁବିଧା ସୁଯୋଗ ଅଛି। ଶ୍ରମିକମାନଙ୍କ ପାଇଁ ନିଆଯାଇଥିବା ଏହି ପଦକ୍ଷେପ କର୍ମଜୀବୀଙ୍କ ପ୍ରତି ଜେଏସ୍‌ପିର ପ୍ରତିବଦ୍ଧତାକୁ ପ୍ରମାଣିତ କରୁଛି।
ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଇ ଜେଏସ୍‌ପି ଅଧ୍ୟକ୍ଷ ଜିନ୍ଦଲ କହିଲେ, ପ୍ରତ୍ୟେକ ଶ୍ରମିକଙ୍କ ସୁରକ୍ଷା, ଉତ୍ତମ ସ୍ବାସ୍ଥ୍ୟ, ସାମାଜିକ ସୁରକ୍ଷା ଏବଂ ଆରାମ ହେଉଛି ଜେଏସ୍‌ପିର ପ୍ରାଥମିକତା। କ୍ରମାଗତ ଭାବରେ କମ୍ପାନୀର ଅଭିବୃଦ୍ଧି ତଥା ଉନ୍ନତି ପାଇଁ ପ୍ରୟାସ କରୁଥିବା ସମସ୍ତ ମାନବସମ୍ବଳଙ୍କ ସୁସ୍ଥତାକୁ ସୁନିଶ୍ଚିତ କରାଯାଉଛି। ଏହି ଉଦ୍‌ଘାଟନ କାର୍ଯ୍ୟକ୍ରମ ପରେ ଜେଏସ୍‌ପି ଅଧ୍ୟକ୍ଷ ଜିନ୍ଦଲ ବ୍ୟକ୍ତିଗତ ଭାବରେ ଗଦି, ଶଯ୍ୟା ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସୁବିଧା ସୁଯୋଗର ଗୁଣବତ୍ତା ଯାଞ୍ଚ କରିଥିଲେ। କର୍ମଜୀବୀମାନେ ଏପରି ସୁନ୍ଦର ଆବାସ ପାଇଥିବାରୁ ସେମାନଙ୍କ ଖୁସି ଏବଂ କୃତଜ୍ଞତା ଜଣାଇବା ସହ କର୍ମଜୀବୀଙ୍କ ପାଇଁ ନିଆଯାଇଥିବା ଏହି ନିଆରା ପଦକ୍ଷେପ ଯୋଗୁ ଜେଏସ୍‌ପି ଅଧ୍ୟକ୍ଷ ଜିନ୍ଦଲଙ୍କୁ ଧନ୍ୟବାଦ ଜଣାଇଥିଲେ।
ସୂଚନାଯୋଗ୍ୟ, ଜେଏସ୍‌ପିର ଅନୁଗୋଳ ୟୁନିଟ୍‌ ଆସନ୍ତା ୨୦୩୦ ସୁଦ୍ଧା ବିଶ୍ୱର ସର୍ବବୃହତ ଏକକ-ଅବସ୍ଥାନ ବିଶିଷ୍ଟ ଇସ୍ପାତ ଉତ୍ପାଦନକାରୀ ହେବାକୁ ଯାଉଛି, ଯାହାର ଆନୁମାନିକ ଉତ୍ପାଦନ କ୍ଷମତା ବାର୍ଷିକ ୨୫ ନିୟୁତ ଟନ୍‌ (ଏମ୍‌ଟିପିଏ) ନେଇ ଲକ୍ଷ୍ୟ ରହିଛି। ଶ୍ରମବୀର ପ୍ୟାଲେସ ବ୍ୟତୀତ, ଆଉ ୨ଟି ସମାନ ଆବାସ ୟୁନିଟ୍‌ ଶ୍ରମିକ ବିହାରରେ ବିକଶିତ କରାଯାଇଛି। ଏହି ପ୍ରଥମ ପର୍ଯ୍ୟାୟରେ ସମୁଦାୟ ୩୦୦୦ ଜଣଙ୍କ ରହଣି ପାଇଁ ବ୍ୟବସ୍ଥା କରାଯାଇଛି। ୨୦୨୫ ଶେଷ ସୁଦ୍ଧା ୨୦,୦୦୦ ଶ୍ରମିକଙ୍କ ରହିବା ପାଇଁ ଏହି ସୁବିଧା ପ୍ରଦାନ କରିବାକୁ ଲକ୍ଷ୍ୟ ରକାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଅନୁଗୋଳ ୟୁନିଟ୍‌ ମୁଖ୍ୟ ତଥା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପଙ୍କଜ ମାଲହାନ ଏବଂ ଅନ୍ୟମାନେ ଯୋଗଦେଇ କର୍ମଜୀବୀଙ୍କ ବିକାଶ ପାଇଁ ଜେଏସ୍‌ପିର ସାମଗ୍ରିକ ଆଭିମୁଖ୍ୟ ପ୍ରଦର୍ଶନ କରିଥିଲେ।

The post ‘ଶ୍ରମବୀର ପ୍ୟାଲେସ’ ଉଦ୍‌ଘାଟନ କଲେ ଜେଏସ୍‌ପି ଅଧ୍ୟକ୍ଷ appeared first on Dharitri Odia News.