ଦଳାଚକଟା ଘଟଣାରେ ଆସିଲା ଭୋଲେ ବାବାଙ୍କ ପ୍ରଥମ ପ୍ରତିକ୍ରିୟା
ହାଥରସ୍,୩ା୭:ଉତ୍ତରପ୍ରଦେଶର ହାଥରସ୍ ଜିଲାର ପୁଲରାଇ ଗ୍ରାମରେ ଅପରାହ୍ନରେ ସତ୍ସଙ୍ଗ ଚାଲିଥିବାବେଳେ ଦଳାଚକଟା ଘଟି ୧୧୬ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ସାରା ଦେଶରେ ଚହଳ ସୃଷ୍ଟି କରିଛି। ତେବେ ଏହି ଅଘଟଣ ପରେ ସତ୍ସଙ୍ଗ କରୁଥିବା ଭୋଲେ ବାବା ଭାବେ ପରିଚିତ ଆତ୍ମଘୋଷିତ ଗଡ୍ମ୍ୟାନ୍ ନାରାୟଣ ସାକର ହରିଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି, ମୁଁ ଘଟଣା ପୂର୍ବରୁ ସେଠାରୁ ପଳାଇଥିଲି। ଏହି ଦୁର୍ଘଟଣା ପାଇଁ ସେ ଆୟୋଜକଙ୍କୁ ଦାୟୀ କରିଛନ୍ତି। ଆହତମାନଙ୍କ […] The post ଦଳାଚକଟା ଘଟଣାରେ ଆସିଲା ଭୋଲେ ବାବାଙ୍କ ପ୍ରଥମ ପ୍ରତିକ୍ରିୟା appeared first on Dharitri Odia News.
ହାଥରସ୍,୩ା୭:ଉତ୍ତରପ୍ରଦେଶର ହାଥରସ୍ ଜିଲାର ପୁଲରାଇ ଗ୍ରାମରେ ଅପରାହ୍ନରେ ସତ୍ସଙ୍ଗ ଚାଲିଥିବାବେଳେ ଦଳାଚକଟା ଘଟି ୧୧୬ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ସାରା ଦେଶରେ ଚହଳ ସୃଷ୍ଟି କରିଛି। ତେବେ ଏହି ଅଘଟଣ ପରେ ସତ୍ସଙ୍ଗ କରୁଥିବା ଭୋଲେ ବାବା ଭାବେ ପରିଚିତ ଆତ୍ମଘୋଷିତ ଗଡ୍ମ୍ୟାନ୍ ନାରାୟଣ ସାକର ହରିଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି, ମୁଁ ଘଟଣା ପୂର୍ବରୁ ସେଠାରୁ ପଳାଇଥିଲି। ଏହି ଦୁର୍ଘଟଣା ପାଇଁ ସେ ଆୟୋଜକଙ୍କୁ ଦାୟୀ କରିଛନ୍ତି। ଆହତମାନଙ୍କ ଆରୋଗ୍ୟ ପାଇଁ ସେ କାମନା କରିଥିଲେ। ଏହି ଘଟଣା ପରେ ଏବେ ବାବା ନଜର ବନ୍ଦୀ ଅଛନ୍ତି।
ସୂଚନାଯୋଗ୍ୟ, ପଶ୍ଚିମ ୟୁପିର ଭୋଲେ ବାବା ଖୁବ୍ ଲୋକପ୍ରିୟ, ଯାହାଙ୍କ ପ୍ରବଚନ ଶୁଣିବା ପାଇଁ ବିଭିନ୍ନ ରାଜ୍ୟରୁ ହଜାର ହଜାର ଲୋକ ଏକତ୍ରିତ ହୋଇଥାନ୍ତି। ତାଙ୍କର ପ୍ରକୃତ ନାମ ସୂରଜପାଲ ହୋଇଥିବାବେଳେ ଲୋକେ ତାଙ୍କୁ ହରି ଭୋଲେ ବାବା ଭାବେ ଜାଣନ୍ତି। କାସଗଞ୍ଜର ପଟିୟାଲି ଗ୍ରାମରେ ରହୁଥିବା ବାବାଙ୍କର ସେଠାରେ ଏକ ଆଶ୍ରମ ରହିଛି। ସେ ୧୮ ବର୍ଷ ପୂର୍ବରୁ ଗୋଇନ୍ଦା ବିଭାଗରେ ଚାକିରି କରିଥିଲେ। ୨୦୦୬ରେ ସେ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇ ବୁଲି ବୁଲି ଭଗବାନଙ୍କ ଭକ୍ତିର ପ୍ରସାର କରିଥିଲେ। ଧୀରେ ଧୀରେ ସେ ସତ୍ସଙ୍ଗ ଆୟୋଜନ କରିବା ସହ ଉତ୍ତରପ୍ରଦେଶରେ ବେଶ୍ ଲୋକପ୍ରିୟ ହୋଇଯାଇଥିଲେ।
The post ଦଳାଚକଟା ଘଟଣାରେ ଆସିଲା ଭୋଲେ ବାବାଙ୍କ ପ୍ରଥମ ପ୍ରତିକ୍ରିୟା appeared first on Dharitri Odia News.