ଏସ୍ସିବିରେ ସ୍ଥାନାନ୍ତର ହେବ ନନ୍ଟ୍ରମା କାଜୁଆଲ୍ଟି
କଟକ,୨୩ା୧୨(ଶିଳ୍ପା ପ୍ରିୟଦର୍ଶିନୀ): ଏସ୍ସିବି ମେଡିକାଲର ନନ୍ଟ୍ରମା କାଜୁଆଲ୍ଟି ସ୍ଥାନାନ୍ତର ହେବ। ଏବେ କାଜୁଆଲ୍ଟି ଯେଉଁ ସ୍ଥାନରେ କାର୍ଯ୍ୟ କରୁଛି, ସେଠାରୁ ଉଠିଯାଇ ଭେଷଜ ୱାର୍ଡର ୟୁନିଟ୍-୬ରେ ପରିଚାଳିତ ହେବ। ଏସ୍ସିବି କର୍ତ୍ତୃପକ୍ଷ ଖୁବ୍ଶୀଘ୍ର ଏଭଳି ପଦକ୍ଷେପ ନେବାକୁ ଯାଉଛନ୍ତି। ଅପରପକ୍ଷରେ ଭେଷଜ ୱାର୍ଡର ୟୁନିଟ୍-୬ ଚକ୍ଷୁ ବିଭାଗ କୋଠାର ତୃତୀୟ ମହଲାକୁ ଉଠିଯିବ। ମେଡିକାଲର କୂଳସଚିବ ଡ. ଅବିନାଶ ରାଉତ କହିଛନ୍ତି, ନନ୍ଟ୍ରମା କାଜୁଆଲ୍ଟିରେ ରୋଗୀ ଭାର ବଢୁଥିବାରୁ ଏଭଳି ଯୋଜନା କରାଯାଇଛି। ଏଥିସହ ନନ୍ଟ୍ରମା କାଜୁଆଲ୍ଟି […] The post ଏସ୍ସିବିରେ ସ୍ଥାନାନ୍ତର ହେବ ନନ୍ଟ୍ରମା କାଜୁଆଲ୍ଟି appeared first on Dharitri Odia News.
କଟକ,୨୩ା୧୨(ଶିଳ୍ପା ପ୍ରିୟଦର୍ଶିନୀ): ଏସ୍ସିବି ମେଡିକାଲର ନନ୍ଟ୍ରମା କାଜୁଆଲ୍ଟି ସ୍ଥାନାନ୍ତର ହେବ। ଏବେ କାଜୁଆଲ୍ଟି ଯେଉଁ ସ୍ଥାନରେ କାର୍ଯ୍ୟ କରୁଛି, ସେଠାରୁ ଉଠିଯାଇ ଭେଷଜ ୱାର୍ଡର ୟୁନିଟ୍-୬ରେ ପରିଚାଳିତ ହେବ। ଏସ୍ସିବି କର୍ତ୍ତୃପକ୍ଷ ଖୁବ୍ଶୀଘ୍ର ଏଭଳି ପଦକ୍ଷେପ ନେବାକୁ ଯାଉଛନ୍ତି। ଅପରପକ୍ଷରେ ଭେଷଜ ୱାର୍ଡର ୟୁନିଟ୍-୬ ଚକ୍ଷୁ ବିଭାଗ କୋଠାର ତୃତୀୟ ମହଲାକୁ ଉଠିଯିବ। ମେଡିକାଲର କୂଳସଚିବ ଡ. ଅବିନାଶ ରାଉତ କହିଛନ୍ତି, ନନ୍ଟ୍ରମା କାଜୁଆଲ୍ଟିରେ ରୋଗୀ ଭାର ବଢୁଥିବାରୁ ଏଭଳି ଯୋଜନା କରାଯାଇଛି। ଏଥିସହ ନନ୍ଟ୍ରମା କାଜୁଆଲ୍ଟି କାର୍ଯ୍ୟ କରୁଥିବା ସ୍ଥାନରେ ରୋଗୀ ସମ୍ପର୍କୀୟଙ୍କ ରହଣୀ ବ୍ୟବସ୍ଥା କରାଯିବ।
The post ଏସ୍ସିବିରେ ସ୍ଥାନାନ୍ତର ହେବ ନନ୍ଟ୍ରମା କାଜୁଆଲ୍ଟି appeared first on Dharitri Odia News.