ଏହା କେବଳ ଏକ ଧାରଣା, ଇସଲାମର ବାଧ୍ୟତାମୂଳକ ଅଂଶ ନୁହେଁ; ୱାକଫ୍ ଉପରେ ସୁପ୍ରିମକୋର୍ଟରେ କେନ୍ଦ୍ରର ଯୁକ୍ତି

ନୂଆଦିଲ୍ଲୀ: ୱାକଫ୍ ଆକ୍ଟ ବିରୋଧରେ ଦାଖଲ ବିଭିନ୍ନ ଆବେଦନ ଉପରେ ସୁପ୍ରିମକୋର୍ଟରେ ନିଜ ପକ୍ଷ ରଖିଛନ୍ତି କେନ୍ଦ୍ର ସରକାର । ଆଇନ ସପକ୍ଷରେ କେନ୍ଦ୍ର ସରକାରଙ୍କ ପକ୍ଷ ରଖିଥିଲେ ସଲିସିଟର ଜେନେରାଲ ତୁଷାର ମେହେଟା । ସେ କହିଥିଲେ ଯେ ୱାକଫ୍ ଏକ ଇସଲାମିକ୍ ଅବଧାରଣା, ଏହା ଏକ ଚାରିଟି ସଂସ୍ଥା କିନ୍ତୁ ଏହା ଇସଲାମରେ ବାଧ୍ୟତାମୂଳକ ନୁହେଁ । ମେହେଟା ଆହୁରି କରିଥିଲେ ଯେ ୱାକଫ୍ ଏକ ମୌଳିକ ଅଧିକାର ନୁହେଁ । ସରକାର ୧୪୦ କୋଟି ନାଗରିକଙ୍କ ସମ୍ପତ୍ତିର ସଂରକ୍ଷକ ଓ ସାର୍ବଜନୀନ ସମ୍ପତ୍ତିର ଅବୈଧ ଉପଯୋଗକୁ ରୋକିବା ରାଜ୍ୟର କର୍ତ୍ତବ୍ୟ ।ସିଜେଆଇ ଜଷ୍ଟିସ୍ ବିଆର ଗବାଇ ଓ ଜଷ୍ଟିସ୍ ଅଗଷ୍ଟିନ୍ ଜର୍ଜ ମସୀହଙ୍କ ଖଣ୍ଡପୀଠ ଆଗରେ ମେହେଟା କହିଥିଲେ ଯେ ଏକ ମିଛ କାହାଣୀ କୁହାଯାଉଛି ଯେ ଦସ୍ତାବିଜ ଦେଖାଇବାକୁ ପଡ଼ିବ, ନଚେତ ୱାକଫ ଉପରେ ସାମୁହିକ କବଜା କରାଯିବ । ତୁଷାର ମେହେଟା କହିଥିଲେ ଯେ ଦାନ ଅନ୍ୟ ଧର୍ମରେ ବି ରହିଛି । ହିନ୍ଦୁ ଧର୍ମରେ ଦାନର ପରମ୍ପରା ରହିଛି । ଶିଖ ଧର୍ମରେ ବି ଏହି ବ୍ୟବସ୍ଥା ରହିଛି । ଇସଲାମରେ ବି ଦାନର ବ୍ୟବସ୍ଥା ଅଛି ଓ ଏହା ହିଁ ୱାକଫ୍ । ଏହା ଦାନ ଛଡ଼ା ଅନ୍ୟ କିଛି ନୁହେଁ ।ସଲିସିଟର ଜେନେରାଲ ମେହେଟା କହିଥିଲେ ଯେ କୌଣସି ବ୍ୟକ୍ତି ସରକାରୀ ଭୂମି ଉପରେ ଅଧିକାର ଦାବି କରିପାରିବ ନାହିଁ । ୱାକଫ୍ ବାୟ ୟୁଜର ନୀତିରେ ୱାକଫ ଘୋଷିତ ସମ୍ପତ୍ତିକୁ ପୁନଃ ହାସଲ କରିବାର ଆଇନଗତ ଅଧିକାର ସରକାରଙ୍କ ପାଖରେ ରହିଛି ।

ଏହା କେବଳ ଏକ ଧାରଣା, ଇସଲାମର ବାଧ୍ୟତାମୂଳକ ଅଂଶ ନୁହେଁ; ୱାକଫ୍ ଉପରେ ସୁପ୍ରିମକୋର୍ଟରେ କେନ୍ଦ୍ରର ଯୁକ୍ତି

ନୂଆଦିଲ୍ଲୀ: ୱାକଫ୍ ଆକ୍ଟ ବିରୋଧରେ ଦାଖଲ ବିଭିନ୍ନ ଆବେଦନ ଉପରେ ସୁପ୍ରିମକୋର୍ଟରେ ନିଜ ପକ୍ଷ ରଖିଛନ୍ତି କେନ୍ଦ୍ର ସରକାର । ଆଇନ ସପକ୍ଷରେ କେନ୍ଦ୍ର ସରକାରଙ୍କ ପକ୍ଷ ରଖିଥିଲେ ସଲିସିଟର ଜେନେରାଲ ତୁଷାର ମେହେଟା । ସେ କହିଥିଲେ ଯେ ୱାକଫ୍ ଏକ ଇସଲାମିକ୍ ଅବଧାରଣା, ଏହା ଏକ ଚାରିଟି ସଂସ୍ଥା କିନ୍ତୁ ଏହା ଇସଲାମରେ ବାଧ୍ୟତାମୂଳକ ନୁହେଁ । ମେହେଟା ଆହୁରି କରିଥିଲେ ଯେ ୱାକଫ୍ ଏକ ମୌଳିକ ଅଧିକାର ନୁହେଁ । ସରକାର ୧୪୦ କୋଟି ନାଗରିକଙ୍କ ସମ୍ପତ୍ତିର ସଂରକ୍ଷକ ଓ ସାର୍ବଜନୀନ ସମ୍ପତ୍ତିର ଅବୈଧ ଉପଯୋଗକୁ ରୋକିବା ରାଜ୍ୟର କର୍ତ୍ତବ୍ୟ ।

ସିଜେଆଇ ଜଷ୍ଟିସ୍ ବିଆର ଗବାଇ ଓ ଜଷ୍ଟିସ୍ ଅଗଷ୍ଟିନ୍ ଜର୍ଜ ମସୀହଙ୍କ ଖଣ୍ଡପୀଠ ଆଗରେ ମେହେଟା କହିଥିଲେ ଯେ ଏକ ମିଛ କାହାଣୀ କୁହାଯାଉଛି ଯେ ଦସ୍ତାବିଜ ଦେଖାଇବାକୁ ପଡ଼ିବ, ନଚେତ ୱାକଫ ଉପରେ ସାମୁହିକ କବଜା କରାଯିବ । ତୁଷାର ମେହେଟା କହିଥିଲେ ଯେ ଦାନ ଅନ୍ୟ ଧର୍ମରେ ବି ରହିଛି । ହିନ୍ଦୁ ଧର୍ମରେ ଦାନର ପରମ୍ପରା ରହିଛି । ଶିଖ ଧର୍ମରେ ବି ଏହି ବ୍ୟବସ୍ଥା ରହିଛି । ଇସଲାମରେ ବି ଦାନର ବ୍ୟବସ୍ଥା ଅଛି ଓ ଏହା ହିଁ ୱାକଫ୍ । ଏହା ଦାନ ଛଡ଼ା ଅନ୍ୟ କିଛି ନୁହେଁ ।

ସଲିସିଟର ଜେନେରାଲ ମେହେଟା କହିଥିଲେ ଯେ କୌଣସି ବ୍ୟକ୍ତି ସରକାରୀ ଭୂମି ଉପରେ ଅଧିକାର ଦାବି କରିପାରିବ ନାହିଁ । ୱାକଫ୍ ବାୟ ୟୁଜର ନୀତିରେ ୱାକଫ ଘୋଷିତ ସମ୍ପତ୍ତିକୁ ପୁନଃ ହାସଲ କରିବାର ଆଇନଗତ ଅଧିକାର ସରକାରଙ୍କ ପାଖରେ ରହିଛି । ସେ କହିଥିଲେ ଯେ ୱାକଫ୍ ବାୟ ୟୁଜର ଏପରି ସମ୍ପତ୍ତି, ଯେଉଁଠି କୌଣସି ସମ୍ପତ୍ତିକୁ ଔପଚାରିକ ଦସ୍ତାବିଜ ନଥାଇ ଧାର୍ମିକ ବା ଧର୍ମାର୍ଥ ଉଦ୍ଦେଶ୍ୟରେ ଦୀର୍ଘକାଳୀନ ଉପଯୋଗ ଆଧାରରେ ୱାକଫ ମାନ୍ୟତା ଦିଆଯାଇଛି । ମେହେଟା କହିଥିଲେ ଯେ ୱାକଫ୍ ବାୟ ୟୁଜର ଏକ ମୌଳିକ ଅଧିକାର ନୁହେଁ କିନ୍ତୁ ଏହାକୁ ଆଇନ ଦ୍ୱାରା ମାନ୍ୟତା ଦିଆଯାଇଛି । 

ସଲିସିଟର ଜେନେରାଲ୍ କହିଥିଲେ ଯେ ୱାକଫ ଦାନ ପାଇଁ ଓ ୱାକଫ୍ ବୋର୍ଡ କେବଳ ଧର୍ମନିରପେକ୍ଷ କାର୍ଯ୍ୟ କରେ । ୱାକଫ୍ ସଂସ୍ଥାରେ ଅଣମୁସଲିମ୍ ସଦସ୍ୟଙ୍କୁ ସାମିଲ କରିବା ପ୍ରସଙ୍ଗରେ ସେ କହିଥିଲେ, ୱାକଫ୍ ସଂସ୍ଥାରେ ଦୁଇ ଅଣ-ମୁସଲିମ୍ ରହିଲେ କଣ ପରିବର୍ତ୍ତନ ଆସିବ ? ଏହା କୌଣସି ବି ଧାର୍ମିକ ଗତିବିଧିକୁ ପ୍ରଭାବିତ କରୁନାହିଁ । ଏହା ପୂର୍ବରୁ ମେହେଟା କହିଥିଲେ ଯେ କିଛି ଆବେଦନକାରୀ ପୂରା ମୁସଲିମ୍ ସମୁଦାୟର ପ୍ରତିନିଧିତ୍ୱ ଦାବି କରିପାରିବେ ନାହିଁ ।

ସେ କହିଥିଲେ, 'ଆମେ ୯୬ ଲକ୍ଷ ପ୍ରତିନିଧିତ୍ୱଙ୍କୁ ଭେଟିଥିଲୁ । ଜେପିସିର ୩୬ ବୈଠକ ହେଲା । ଜେପିସି ସହ ଅନେକ କଥ ବିଚାରବିମର୍ଶ କରାଯାଇଛି । ସେମାନେ ବିଭିନ୍ନ ମୁସଲିମ୍ ସଂସ୍ଥାଠାରୁ ବିଭିନ୍ନ ତଥ୍ୟ ନେଇଥିଲେ । ଏହାପରେ ଏକ ବଡ଼ ରିପୋର୍ଟ ପ୍ରସ୍ତୁତ କରାଗଲା, ଯେଉଁଥିରେ କାରଣ ସହ ପରାମର୍ଶକୁ ସ୍ୱୀକାର/ଅସ୍ୱୀକାର କରାଯାଇଛି । ପରେ ଏହାକୁ ସଂସଦରେ ବଡ଼ ବିତର୍କ ସହ ପାରିତ କରାଗଲା ।'