ଏହା କେବଳ ମାତ୍ର ଟ୍ରେଲର, ଆଗକୁ ଫିଲ୍ମ ଅଛି ବାକି: କାହିଁକି ଏମିତି କହିଲେ ମନମୋହନ

ଭୁବନେଶ୍ୱର,୩୦।୬:ଗତ ନିର୍ବାଚନରେ ଓଡ଼ିଶାରେ ଜବରଦସ୍ତ ବିଜୟ ପରେ ରବିବାର ଭୁବନେଶ୍ୱରରେ ଭାଜପାର ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଦଳ ପକ୍ଷରୁ ନବନିର୍ବାଚିତ ବିଧାୟକ ଓ ଏମ୍‌ପିଙ୍କୁ ଦଳ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ଭାଜପା ରାଜ୍ୟ ସଭାପତି ମନମୋହନ କହିଛନ୍ତି, ଲୋକଙ୍କ ଆଶୀର୍ବାଦରେ ସରକାରକୁ ଆସିଛୁ। ତେଣୁ ଓଡ଼ିଶାର ବୃହତ ସ୍ବାର୍ଥ ପାଇଁ ଭାଜପା ସରକାର ଲଢିବ। ନିର୍ବାଚନ ଇସ୍ତାହାରରେ ଯାହା ପ୍ରତିଶ୍ରୁତି ଦେଇଛୁ ତାହାକୁ ପୂରା କରିବୁ। ଆଗାମୀ ୫ ବର୍ଷ ଦିନ […] The post ଏହା କେବଳ ମାତ୍ର ଟ୍ରେଲର, ଆଗକୁ ଫିଲ୍ମ ଅଛି ବାକି: କାହିଁକି ଏମିତି କହିଲେ ମନମୋହନ appeared first on Dharitri Odia News.

ଏହା କେବଳ ମାତ୍ର ଟ୍ରେଲର, ଆଗକୁ ଫିଲ୍ମ ଅଛି ବାକି: କାହିଁକି ଏମିତି କହିଲେ ମନମୋହନ

ଭୁବନେଶ୍ୱର,୩୦।୬:ଗତ ନିର୍ବାଚନରେ ଓଡ଼ିଶାରେ ଜବରଦସ୍ତ ବିଜୟ ପରେ ରବିବାର ଭୁବନେଶ୍ୱରରେ ଭାଜପାର ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଦଳ ପକ୍ଷରୁ ନବନିର୍ବାଚିତ ବିଧାୟକ ଓ ଏମ୍‌ପିଙ୍କୁ ଦଳ ସମ୍ବର୍ଦ୍ଧିତ କରାଯାଇଛି।
ଏହି ଅବସରରେ ଭାଜପା ରାଜ୍ୟ ସଭାପତି ମନମୋହନ କହିଛନ୍ତି, ଲୋକଙ୍କ ଆଶୀର୍ବାଦରେ ସରକାରକୁ ଆସିଛୁ। ତେଣୁ ଓଡ଼ିଶାର ବୃହତ ସ୍ବାର୍ଥ ପାଇଁ ଭାଜପା ସରକାର ଲଢିବ। ନିର୍ବାଚନ ଇସ୍ତାହାରରେ ଯାହା ପ୍ରତିଶ୍ରୁତି ଦେଇଛୁ ତାହାକୁ ପୂରା କରିବୁ। ଆଗାମୀ ୫ ବର୍ଷ ଦିନ ରାତି ପରିଶ୍ରମ କରି ସରକାରଙ୍କ କାମକୁ ଲୋକଙ୍କ ପାଖରେ ପହଞ୍ଚାଇବୁ। ଭାଜପା ସରକାରକୁ ଆସିବାର ଆଉ କିଛି ଘଣ୍ଟା ମଧ୍ୟରେ ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବାକୁ ନିଷ୍ପତ୍ତି ନିଆଗଯାଇଛି। ଧାନର ଏମଏସପି ୩୧୦୦ ଟଙ୍କା, ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କାର ଭାଉଚର ଦେବାକୁ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି। ଏହା କେବଳ ମାତ୍ର ଟ୍ରେଲର, ଆଗାମୀ ୧୦୦ ଦିନରେ ଓଡ଼ିଶାବାସୀ ସମ୍ପୂର୍ଣ୍ଣ ଟ୍ରେଲର ଦେଖିବେ।
ଏହାସହ ମନମୋହନ ଦଳୀୟ ସଙ୍ଗଠନକୁ ଶକ୍ତିଶାଳୀ କରିବାକୁ କର୍ମୀମାନଙ୍କୁ ଆହ୍ବାନ ଦେଇ କହିଛନ୍ତି, ସଙ୍ଗଠନକୁ ଏତେ ଶକ୍ତିଶାଳୀ ଓ ସଙ୍ଗଠିତ କରିବା ଯେ, ଆଗାମୀ ୨୫ରୁ ୩୦ ବର୍ଷ ଯାଏ ଯେପରି ଭାଜପା ସରକାରକୁ କେହି ଛୁଇଁପାରିବେନି।

The post ଏହା କେବଳ ମାତ୍ର ଟ୍ରେଲର, ଆଗକୁ ଫିଲ୍ମ ଅଛି ବାକି: କାହିଁକି ଏମିତି କହିଲେ ମନମୋହନ appeared first on Dharitri Odia News.