ଜୟପୁର ବନାଞ୍ଚଳରେ ଲାଗିଲା ନିଆଁ

ଜୟପୁର, ୪ା୪(ପବନ ପାଣିଗ୍ରାହୀ): ଜୟପୁର ବନାଞ୍ଚଳ ଅଧୀନରେ ଥିବା ବିଭିନ୍ନ ଜଙ୍ଗଲେ ନିଆଁ ଲାଗିଛି । ଡଙ୍ଗରଛିଞ୍ଚି, ଜବାକନାଡି, ଘାଟବାଗରା, ଗଡପଦର ପାହାଡ଼ ଓ ମାଳିଗୁଡ଼ା ଜଙ୍ଗଲରେ ନିଆଁ ଲାଗିଛି। ଗଡପଦର ପାହାଡ଼ରେ ନିଆଁକୁ ଆୟତ୍ତ କରିବାକୁ ବନ ବିଭାଗକୁ ନାକେଦମ ହେବାକୁ ପଡ଼ିଛି। ଏହି ପାହାଡ଼ରେ ୮ ଜଣ ବନ କର୍ମଚାରୀ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରୁଥିବା ବେଳେ ୩ଜଣ କର୍ମଚାରୀ ଅଚେତ ହୋଇଯାଇଥିଲେ। ଏହି ସମୟରେ ହାଠାତ୍‌ ପବନ ହେବାରୁ ନିଆଁ ଚାରିଆଡେ […] The post ଜୟପୁର ବନାଞ୍ଚଳରେ ଲାଗିଲା ନିଆଁ appeared first on Dharitri Odia News.

ଜୟପୁର ବନାଞ୍ଚଳରେ ଲାଗିଲା ନିଆଁ

ଜୟପୁର, ୪ା୪(ପବନ ପାଣିଗ୍ରାହୀ): ଜୟପୁର ବନାଞ୍ଚଳ ଅଧୀନରେ ଥିବା ବିଭିନ୍ନ ଜଙ୍ଗଲେ ନିଆଁ ଲାଗିଛି । ଡଙ୍ଗରଛିଞ୍ଚି, ଜବାକନାଡି, ଘାଟବାଗରା, ଗଡପଦର ପାହାଡ଼ ଓ ମାଳିଗୁଡ଼ା ଜଙ୍ଗଲରେ ନିଆଁ ଲାଗିଛି। ଗଡପଦର ପାହାଡ଼ରେ ନିଆଁକୁ ଆୟତ୍ତ କରିବାକୁ ବନ ବିଭାଗକୁ ନାକେଦମ ହେବାକୁ ପଡ଼ିଛି। ଏହି ପାହାଡ଼ରେ ୮ ଜଣ ବନ କର୍ମଚାରୀ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରୁଥିବା ବେଳେ ୩ଜଣ କର୍ମଚାରୀ ଅଚେତ ହୋଇଯାଇଥିଲେ। ଏହି ସମୟରେ ହାଠାତ୍‌ ପବନ ହେବାରୁ ନିଆଁ ଚାରିଆଡେ ବ୍ୟାପି ଯାଇଥିଲା। କର୍ମଚାରୀମାନେ ନିଆଁ ମଝିରେ ରହି ଯାଇଥିଲେ। ଫଳରେ ନିଆଁ ଧୂଆଁରେ ରୁନ୍ଧି ହୋଇ ପାରା ଓ ଫାୟର ସ୍କ୍ବାଡର ୩ଜଣ କର୍ମଚାରୀ ଅଚେତ ହୋଇ ଯାଇଥିଲେ। ତୁରନ୍ତ ଦମକଳ ବାହିନୀ ଓ ଆମ୍ବୁଲାନ୍ସକୁ ଅନ୍ୟ କର୍ମଚାରୀମାନେ ଖବର ଦେଇଥିଲେ। ବହୁ କଷ୍ଟରେ ସେମାନଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ଜୟପୁରସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ବହୁ ଉଦ୍ୟମ ପରେ ନିଆଁକୁ ଆୟତ୍ତ କରାଯାଇଥିବା ବନାଞ୍ଚଳ ଅଧିକାରୀ ସଚ୍ଚିଦାନନ୍ଦ ପରିଡ଼ା କହିଛନ୍ତି । ନିଆଁ ଲାଗିବା ଯୋଗୁ ବହୁ ଔଷଧୀୟ ବୃକ୍ଷ ଓ ବିଭିିନ୍ନ ପ୍ରଜାତିର ଗଛ କ୍ଷତିଗ୍ରସ୍ତ ହୋଇଛି।

The post ଜୟପୁର ବନାଞ୍ଚଳରେ ଲାଗିଲା ନିଆଁ appeared first on Dharitri Odia News.