ବାଂଲାଦେଶୀଙ୍କୁ ବିତାଡ଼ିତ କରିବାକୁ…
ବରଗଡ଼,୨୦।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରୁ ରୋହିଙ୍ଗ୍ୟା ବାଂଲାଦେଶୀଙ୍କୁ ବିତାଡ଼ିତ କରିବାକୁ ସ୍ଥାନୀୟ ଜଏଣ୍ଟ ଆକ୍ସନ କମିଟି ଦାବି କରିଛି। ଏହି ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବରଗଡ଼ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ କମିଟି ପକ୍ଷରୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସ୍ମାରକପତ୍ରରେ ଉଲ୍ଲେଖ ରହିଛି, ରୋହିଙ୍ଗ୍ୟା ବାଂଲାଦେଶୀମାନଙ୍କ ଅବାଧ ଅନୁପ୍ରବେଶ ଯୋଗୁ ଜିଲାରେ ଅଶାନ୍ତ, ଭୟର ବାତାବରଣ ସୃଷ୍ଟି ହୋଇଛି। ବାଂଲାଦେଶରେ ଘଟିଥିବା ହିଂସା ପ୍ରଭାବର ସୁଯୋଗ ନେଇ ସେମାନେ ଜିଲାକୁ ଅନୁପ୍ରବେଶ କରିଥିବା ଅଭିଯୋଗ ହୋଇଛି। […] The post ବାଂଲାଦେଶୀଙ୍କୁ ବିତାଡ଼ିତ କରିବାକୁ… appeared first on Dharitri Odia News.
ବରଗଡ଼,୨୦।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରୁ ରୋହିଙ୍ଗ୍ୟା ବାଂଲାଦେଶୀଙ୍କୁ ବିତାଡ଼ିତ କରିବାକୁ ସ୍ଥାନୀୟ ଜଏଣ୍ଟ ଆକ୍ସନ କମିଟି ଦାବି କରିଛି। ଏହି ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବରଗଡ଼ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ କମିଟି ପକ୍ଷରୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସ୍ମାରକପତ୍ରରେ ଉଲ୍ଲେଖ ରହିଛି, ରୋହିଙ୍ଗ୍ୟା ବାଂଲାଦେଶୀମାନଙ୍କ ଅବାଧ ଅନୁପ୍ରବେଶ ଯୋଗୁ ଜିଲାରେ ଅଶାନ୍ତ, ଭୟର ବାତାବରଣ ସୃଷ୍ଟି ହୋଇଛି। ବାଂଲାଦେଶରେ ଘଟିଥିବା ହିଂସା ପ୍ରଭାବର ସୁଯୋଗ ନେଇ ସେମାନେ ଜିଲାକୁ ଅନୁପ୍ରବେଶ କରିଥିବା ଅଭିଯୋଗ ହୋଇଛି। ଏପରିକି ଆଧାର କାର୍ଡ଼ ଜାଲିଆତି କରି ସେମାନେ ଜିଲାର ବିଭିନ୍ନ ସ୍ଥାନରେ ରହିଛନ୍ତି ବୋଲି ଜଏଣ୍ଟ ଆକ୍ସନ କମିଟି ଅଭିଯୋଗ କରିଛି। ଫଳରେ ସେମାନଙ୍କୁ ଚିହ୍ନଟ କରି ତୁରନ୍ତ ଜିଲାରୁ ବିତାଡ଼ିତ କରିବା ପାଇଁ କମିଟି ଦାବି କରିଛି। ଏହାସହିତ ପୋଲିସ ପାଟ୍ରୋଲିଂକୁ ମଧ୍ୟ କଡ଼ାକଡ଼ି କରିବାକୁ ଦାବି ହୋଇଛି। ସ୍ମାରକପତ୍ର ପ୍ରଦାନ ସମୟରେ କମିଟିର ଆବାହକ କିଶୋର ବିଭାର, କେଦାର ମିଶ୍ର, ହୀରାଲାଲ ସା, ପ୍ରୀତମ ସିଂ ପ୍ରମୁଖ ଉପସ୍ଥିତ ଥିଲେ।
The post ବାଂଲାଦେଶୀଙ୍କୁ ବିତାଡ଼ିତ କରିବାକୁ… appeared first on Dharitri Odia News.