ଏହା ଟ୍ୟାପରୁ ‘କୋକା-କୋଲା’ ଯୋଜନା: ଦୂଷିତ ପାଣି ଧରି ସିଏମ୍ ଆତିଶୀଙ୍କ ଘରେ ପହଞ୍ଚିଲେ ସାଂସଦ ସ୍ୱାତି ମାଲିୱାଲ୍
ନୂଆଦିଲ୍ଲୀ: ଆମ୍ ଆଦାମୀ ପାର୍ଟି ସାଂସଦ ସ୍ୱାତି ମାଲିୱାଲ୍ ଦିଲ୍ଲୀରେ ଦୂଷିତ ପାଣି ଯୋଗାଣକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ଘର ବାହାରେ ଦୂଷିତ ପାଣି ନେଇ ଫୋପାଡ଼ିବା ସହ ଚେତାବନୀ ଦେଇଛନ୍ତି । ରାଜ୍ୟସଭା ସାଂସଦ ଦାବି କରିଛନ୍ତି ଯେ ଏହି ଦୂଷିତ ପାଇଁ ଦିଲ୍ଲୀବାସୀଙ୍କୁ ସପ୍ଲାଇ କରାଯାଉଛି ଏବଂ ଲୋକେ ଏହି ଖରାପ ପାଣିକୁ ବ୍ୟବହାର କରିବା ପାଇଁ ବାଧ୍ୟ ହେଉଛନ୍ତି । ସ୍ୱାତି ମାଲିୱାଲ ଚେତାବାନୀ ଦେଇ କହିଛନ୍ତି ଯେ ଆଗାମୀ ୧୫ ଦିନ ଭିତରେ ପାଣି ଯୋଗାଣ ଠିକ୍ ନହେଲେ ଏହି ଦୂଷିତ ପାଣିକୁ ଟ୍ୟାଙ୍କରରେ ଆଣି ମୁଖ୍ୟମନ୍ତ୍ରୀଙ୍କ ଘରେ ଛାଡ଼ିବେ ।ଗଣମାଧ୍ୟମରେ ବାୟନ ଦେଇ ସ୍ୱାତି କହିଛନ୍ତି, 'ସାଗରପୁର, ଦ୍ୱାରକାର ଲୋକେ ମୋତେ ଡାକିଥିଲେ, ସେଠାରେ ସ୍ଥିତି ଅତି ଖରାପ ରହିଛି । ମୁଁ ଜଣଙ୍କ ଘରକୁ ଯାଇ ଦେଖିଲା ବେଳେ ନଳରେ କଳା ପାଣି ଆସୁଛି । ମୁଁ ସେହି କଳା ପାଣିକୁ ଗୋଟିଏ ବୋତଲରେ ଭର୍ତ୍ତି କରି ମୁଖ୍ୟମନ୍ତ୍ରୀ ମାଡାମଙ୍କ ଆବାସକୁ ଧରି ଆସିଛି । ଆସନ୍ତା ବର୍ଷକୁ ସବୁ ଠିକ୍ ହୋଇଯିବ ବୋଲି ୨୦୧୫ରୁ ଆମେ ଶୁଣି ଆସୁଛୁ ।' ରାଜ୍ୟସଭା ସାଂସଦ କହିଛନ୍ତି, 'ସେହି କଳା ପାଣିକୁ ଧରି ଏଠାୁକୁ ଆସିଛି । ଦିଲ୍ଲୀର ଜନତା କ'ଣ ଏଇ କଳା ପାଣି ପିଇବେ । ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଚେତାବନୀ ଦେଉଛି, ଏହା କେବଳ ଏକ ସାମ୍ପୁଲ, ୧୫ ଦିନ ଭିତରେ ପୂରା ଦିଲ୍ଲୀରେ ପାଣି ଯୋଗାଣ ଠିକ୍ ନହେଲେ, ଟ୍ୟାଙ୍କରେ ଏହ
ନୂଆଦିଲ୍ଲୀ: ଆମ୍ ଆଦାମୀ ପାର୍ଟି ସାଂସଦ ସ୍ୱାତି ମାଲିୱାଲ୍ ଦିଲ୍ଲୀରେ ଦୂଷିତ ପାଣି ଯୋଗାଣକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ଘର ବାହାରେ ଦୂଷିତ ପାଣି ନେଇ ଫୋପାଡ଼ିବା ସହ ଚେତାବନୀ ଦେଇଛନ୍ତି । ରାଜ୍ୟସଭା ସାଂସଦ ଦାବି କରିଛନ୍ତି ଯେ ଏହି ଦୂଷିତ ପାଇଁ ଦିଲ୍ଲୀବାସୀଙ୍କୁ ସପ୍ଲାଇ କରାଯାଉଛି ଏବଂ ଲୋକେ ଏହି ଖରାପ ପାଣିକୁ ବ୍ୟବହାର କରିବା ପାଇଁ ବାଧ୍ୟ ହେଉଛନ୍ତି । ସ୍ୱାତି ମାଲିୱାଲ ଚେତାବାନୀ ଦେଇ କହିଛନ୍ତି ଯେ ଆଗାମୀ ୧୫ ଦିନ ଭିତରେ ପାଣି ଯୋଗାଣ ଠିକ୍ ନହେଲେ ଏହି ଦୂଷିତ ପାଣିକୁ ଟ୍ୟାଙ୍କରରେ ଆଣି ମୁଖ୍ୟମନ୍ତ୍ରୀଙ୍କ ଘରେ ଛାଡ଼ିବେ ।
ଗଣମାଧ୍ୟମରେ ବାୟନ ଦେଇ ସ୍ୱାତି କହିଛନ୍ତି, 'ସାଗରପୁର, ଦ୍ୱାରକାର ଲୋକେ ମୋତେ ଡାକିଥିଲେ, ସେଠାରେ ସ୍ଥିତି ଅତି ଖରାପ ରହିଛି । ମୁଁ ଜଣଙ୍କ ଘରକୁ ଯାଇ ଦେଖିଲା ବେଳେ ନଳରେ କଳା ପାଣି ଆସୁଛି । ମୁଁ ସେହି କଳା ପାଣିକୁ ଗୋଟିଏ ବୋତଲରେ ଭର୍ତ୍ତି କରି ମୁଖ୍ୟମନ୍ତ୍ରୀ ମାଡାମଙ୍କ ଆବାସକୁ ଧରି ଆସିଛି । ଆସନ୍ତା ବର୍ଷକୁ ସବୁ ଠିକ୍ ହୋଇଯିବ ବୋଲି ୨୦୧୫ରୁ ଆମେ ଶୁଣି ଆସୁଛୁ ।'
ରାଜ୍ୟସଭା ସାଂସଦ କହିଛନ୍ତି, 'ସେହି କଳା ପାଣିକୁ ଧରି ଏଠାୁକୁ ଆସିଛି । ଦିଲ୍ଲୀର ଜନତା କ'ଣ ଏଇ କଳା ପାଣି ପିଇବେ । ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଚେତାବନୀ ଦେଉଛି, ଏହା କେବଳ ଏକ ସାମ୍ପୁଲ, ୧୫ ଦିନ ଭିତରେ ପୂରା ଦିଲ୍ଲୀରେ ପାଣି ଯୋଗାଣ ଠିକ୍ ନହେଲେ, ଟ୍ୟାଙ୍କରେ ଏହି କଳା ପାଣି ଭର୍ତ୍ତି କରି ଆଣି ଏଠି ଛାଡ଼ିବି ।'
ଘଟଣାକୁ ନେଇ ସ୍ୱାତି ମାଲିୱାଲ୍ ଏକ୍ସରେ ଲେଖିଛନ୍ତି, 'ଦ୍ୱାରକା ବିଧାନସଭା କ୍ଷେତ୍ରରେ ଜଣେ ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ଘରକୁ ଆସିଥିଲି, ମାସ ମାସ ଧରି ପୂରା ଅଞ୍ଚଳରେ ଦୂଷିତ ଏବଂ ଦୁର୍ଗନ୍ଧ ପାଣି ଆସୁଛି । ଦୀପାବଳିରେ ମୁଖ୍ୟମନ୍ତ୍ରୀ ଆତିଶୀ ଏମାନଙ୍କ ଘରକୁ ଟ୍ୟାପରେ ସିଧା କୋକା-କୋଲା ପଠାଇଛନ୍ତି । ହଜାର ହଜାର ପରିବାରର ଦୀପାବଳି ବରବାଦ ହୋଇଛି ।'
#WATCH | Delhi | AAP Rajya Sabha MP Swati Maliwal says, "The people of Sagarpur, Dwarka had called me and the situation there is very bad... I went to a house and black water was being supplied there. I filled that black water in a bottle and I brought that water here, at the… https://t.co/FN3JgtYUXn pic.twitter.com/2twrYzVlO8— ANI (@ANI) November 2, 2024
ଏହା ପୂର୍ବରୁ ଶନିବାର ଅପରାହ୍ଣରେ ମାଲିୱାଲ ସହରର ଦ୍ୱାରକା ଅଞ୍ଚଳ ଯାଇ ସେଠାରେ ଯୋଗାଣ ହେଉଥିବା ପାଣି ଦେଖିଥିଲେ । ଟ୍ୟାପରୁ ବାହାରୁଥିବା ଦୂଷିତ ଏବଂ ଦୁର୍ଗନ୍ଧ ପାଣି ଦେଖି ସାଂସଦ ଆଶ୍ଚର୍ଯ୍ୟ ହୋଇଥିଲେ । ଏହାପରେ ଆପ୍ ସରକାରକୁ ଘେରି କହିଥିଲେ, 'ସେମାନଙ୍କ ଘରେ ୧୫ କୋଟି ଟଙ୍କାର ୱାଟର ସାନିଟେସନ୍ ସପ୍ଲାଇ ଲାଗିବ, କିନ୍ତୁ ଜନତାଙ୍କୁ କଳା ପାଣି ଦିଆଯାଉଛି । ସେମାନଙ୍କୁ ଲଜ୍ଜା ଲାଗୁନି, ଲୋକଙ୍କୁ ନର୍କରେ ମରିବା ପାଇଁ ଛାଡ଼ି ଦିଆଯାଇଛି । ଆଜି ଗୋବର୍ଦ୍ଧନ ପୂଜା, ଦୀପାବଳି ଏବେ ସରିଛି । ସେମାନଙ୍କ ପାର୍ବଣ ଖୁସିରେ ହେବ, କିନ୍ତୁ ଲୋକଙ୍କ ଦୀପାବଳିରେ କଷ୍ଟରେ ।'