ଏହି କଥା ମନେପକାଇ ଭାବପ୍ରବଣ ହେଲେ ପ୍ରଧାନମନ୍ତ୍ରୀ ମୋଦି
ଚେନ୍ନାଇ,୨୨।୩: ତାମିଲନାଡୁର ସାଲେମରେ ଅନୁଷ୍ଠିତ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାବପ୍ରବଣ ହୋଇଥିଲେ। ଭାଜପା ନେତା ଅଡିଟର ରମେଶଙ୍କୁ ମନେ ପକାଇ ମୋଦି ଭାବପ୍ରବଣ ହୋଇ ପଡିଥିଲେ। ଆଜି ମୁଁ ଅଡିଟର ରମେଶଙ୍କୁ ମନେ ରଖିଛି। ତା’ପରେ ସେ ଏକ ମିନିଟ ପାଇଁ ଅଟକି ପଡି ମୋଦି କହିଛନ୍ତି, ରମେଶ ଦିନରାତି ପାର୍ଟି ପାଇଁ କଠିନ ପରିଶ୍ରମ କରିଥିଲେ ଏବଂ ସେ ଜଣେ ଭଲ ବକ୍ତା ଥିଲେ। କିନ୍ତୁ ତାଙ୍କୁ ହତ୍ୟା କରାଯାଇଥିଲା। ବୃତ୍ତି ଅନୁଯାୟୀ […] The post ଏହି କଥା ମନେପକାଇ ଭାବପ୍ରବଣ ହେଲେ ପ୍ରଧାନମନ୍ତ୍ରୀ ମୋଦି appeared first on Dharitri Odia News.
ଚେନ୍ନାଇ,୨୨।୩: ତାମିଲନାଡୁର ସାଲେମରେ ଅନୁଷ୍ଠିତ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାବପ୍ରବଣ ହୋଇଥିଲେ। ଭାଜପା ନେତା ଅଡିଟର ରମେଶଙ୍କୁ ମନେ ପକାଇ ମୋଦି ଭାବପ୍ରବଣ ହୋଇ ପଡିଥିଲେ। ଆଜି ମୁଁ ଅଡିଟର ରମେଶଙ୍କୁ ମନେ ରଖିଛି। ତା’ପରେ ସେ ଏକ ମିନିଟ ପାଇଁ ଅଟକି ପଡି ମୋଦି କହିଛନ୍ତି, ରମେଶ ଦିନରାତି ପାର୍ଟି ପାଇଁ କଠିନ ପରିଶ୍ରମ କରିଥିଲେ ଏବଂ ସେ ଜଣେ ଭଲ ବକ୍ତା ଥିଲେ। କିନ୍ତୁ ତାଙ୍କୁ ହତ୍ୟା କରାଯାଇଥିଲା।
ବୃତ୍ତି ଅନୁଯାୟୀ ଜଣେ ଅଡିଟର ଭି ରମେଶ ଭାରତୀୟ ଜନତା ଦଳର ସାଲେମ ସ୍ଥିତ ରାଜ୍ୟ ସାଧାରଣ ସମ୍ପାଦକ ଥିଲେ। ୧୯ ଜୁଲାଇ ୨୦୧୩ରେ ତାଙ୍କୁ ଅଜଣା ଆକ୍ରମଣକାରୀମାନେ ତାଙ୍କ ଘର ନିକଟରେ ତୀକ୍ଷ୍ଣ ଅସ୍ତ୍ରଶସ୍ତ୍ରରେ ଆକ୍ରମଣ କରିଥିଲେ। ୫୨ ବର୍ଷିୟ ଭାଜପା ନେତା ତାଙ୍କ କାର୍ଯ୍ୟାଳୟକୁ ଯାଇ ରାତି ପ୍ରାୟ ୯ଟା ବେଳେ ପାର୍ଟି ସମ୍ପର୍କରେ ଆଲୋଚନା କରିଥିଲେ ଏବଂ ତାଙ୍କ ବାସଭବନକୁ ଫେରୁଥିବା ସମୟରେ ଚାରି ଜଣ ତାଙ୍କୁ ଆକ୍ରମଣ କରିଥିଲେ ବୋଲି ପୋଲିସ କହିଥିଲା।
The post ଏହି କଥା ମନେପକାଇ ଭାବପ୍ରବଣ ହେଲେ ପ୍ରଧାନମନ୍ତ୍ରୀ ମୋଦି appeared first on Dharitri Odia News.