ଆନ୍ଦୋଳନରୁ ଓହରିଲା ରାଜ୍ୟ ଡ୍ରାଇଭର ସଂଘ

ରାଜ୍ୟରେ ଚାଲିଥିବା ଡ୍ରାଇଭର ମହାସଂଘର ଆନ୍ଦୋଳନକୁ ଏବେ ସ୍ଥଗିତ ରଖାଯାଇଛି।

ଆନ୍ଦୋଳନରୁ ଓହରିଲା ରାଜ୍ୟ ଡ୍ରାଇଭର ସଂଘ

ରାଜ୍ୟରେ ଚାଲିଥିବା ଡ୍ରାଇଭର ମହାସଂଘର ଆନ୍ଦୋଳନ ସ୍ଥଗିତ । ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି। ରାଜ୍ୟ ସରକାର ଡ୍ରାଇଭର ସଂଘର ଦାବି ଶୁଣିଛନ୍ତି। କେନ୍ଦ୍ର ସରକାର ଯେଉଁ ଆଇନ ଆଣିଛନ୍ତି, ଯାହାକୁ ନେଇ ରାସ୍ତାକୁ ଓହ୍ଲାଇଥିଲେ ଡ୍ରାଇଭର ସଂଘ ସେ ସମ୍ପର୍କରେ ବିସ୍ତୁତ ଭାବେ ସୋମବାର ଆଲୋଚନା କରାଯିବ।

ଏବେ କେବଳ ଦୁଇଟି ରାଜ୍ୟରେ ଡ୍ରାଇଭର ସଂଘ ଆନ୍ଦୋଳନ କରୁଛି। ତେଣୁ ଏତେ ପ୍ରଭାବଶାଳୀ ହୋଇନପାରେ। ତେଣୁ ରାଜ୍ୟରେ ଚାଲିଥିବା ଡ୍ରାଇଭର ମହାସଂଘର ଆନ୍ଦୋଳନକୁ ଏବେ ସ୍ଥଗିତ ରଖାଯାଇଛି। ସେପଟେ ଡ୍ରାଇଭରଙ୍କ ଯାହା ଦାବି ଥିଲା ତାକୁ ରାଜ୍ୟ ସରକାର ପୂରଣ କରିବାକୁ ଚେଷ୍ଟା କରୁଥିବା କହିଛନ୍ତି ପରିବହନ କମିଶନର ।