ଏହି କ୍ଷୁଦ୍ର ଗ୍ରହରେ ରହିଛି ସୁନାର ଭଣ୍ଡାର, ଜାଣନ୍ତୁ ପୃଥିବୀକୁ କେମିତି ଆସିବ ଏତେ ସୁନା

ମହାକାଶ ବଡ଼ ବିଚିତ୍ର । ଏଠାକାର ରହସ୍ୟ ମଧ୍ୟ ଭିନ୍ନ । ଆଜି ବି ଅନେକ ରହସ୍ୟ ଲୁଚି ରହିଛି, ଯାହା ବିଷୟରେ ବୈଜ୍ଞାନିକଙ୍କୁ ବି ଜଣା ନାହିଁ । ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ କ୍ଷୁଦ୍ର ଗ୍ରହ ବିଷୟରେ କହିବାକୁ ଯାଉଛୁ, ଯେଉଁ ଗ୍ରହରେ କେବଳ ସୁନା ହିଁ ସୁନା ରହିଛି । ଏଭଳି କଥା ଆପଣଙ୍କୁ ହୁଏତ ବିଶ୍ୱାସ ହେଉନଥିବ । କିନ୍ତୁ ମହାକାଶରେ ଏଭଳି ଏକ ଗ୍ରହ ରହିଛି । […] The post ଏହି କ୍ଷୁଦ୍ର ଗ୍ରହରେ ରହିଛି ସୁନାର ଭଣ୍ଡାର, ଜାଣନ୍ତୁ ପୃଥିବୀକୁ କେମିତି ଆସିବ ଏତେ ସୁନା appeared first on KNews Odisha.

ଏହି କ୍ଷୁଦ୍ର ଗ୍ରହରେ ରହିଛି ସୁନାର ଭଣ୍ଡାର, ଜାଣନ୍ତୁ ପୃଥିବୀକୁ କେମିତି ଆସିବ ଏତେ ସୁନା

ମହାକାଶ ବଡ଼ ବିଚିତ୍ର । ଏଠାକାର ରହସ୍ୟ ମଧ୍ୟ ଭିନ୍ନ । ଆଜି ବି ଅନେକ ରହସ୍ୟ ଲୁଚି ରହିଛି, ଯାହା ବିଷୟରେ ବୈଜ୍ଞାନିକଙ୍କୁ ବି ଜଣା ନାହିଁ । ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ କ୍ଷୁଦ୍ର ଗ୍ରହ ବିଷୟରେ କହିବାକୁ ଯାଉଛୁ, ଯେଉଁ ଗ୍ରହରେ କେବଳ ସୁନା ହିଁ ସୁନା ରହିଛି । ଏଭଳି କଥା ଆପଣଙ୍କୁ ହୁଏତ ବିଶ୍ୱାସ ହେଉନଥିବ । କିନ୍ତୁ ମହାକାଶରେ ଏଭଳି ଏକ ଗ୍ରହ ରହିଛି । ଏହି ସ୍ୱତନ୍ତ୍ର ଆଷ୍ଟ୍ରଏଡ୍‌ ବା କ୍ଷୁଦ୍ର ଗ୍ରହରେ ଥିବା ସୁନା ବିଷୟରେ ଜାଣିବା ପାଇଁ ନାସା ଅଭିଯାନ ପଠାଇଛି । ଏହି କ୍ଷୁଦ୍ର ଗ୍ରହର ନାମ 16 ସାଇକି । କୁହାଯାଉଛି ଯେ ଏହି କ୍ଷୁଦ୍ର ଗ୍ରହଟି ସମ୍ପୂର୍ଣ୍ଣ ସୁନାରେ ନିର୍ମିତ । ଏହା ବ୍ୟତୀତ ଏହି କ୍ଷୁଦ୍ର ଗ୍ରହରେ ବହୁ ମୂଲ୍ୟବାନ ଧାତୁର ଭଣ୍ଡାର ରହିଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଏହି ଆଷ୍ଟ୍ରଏଡରୁ ଏତେ ପରିମାଣର ସୁନା ପୃଥିବୀକୁ ଅଣାଯାଇପାରିବ କି?

ସାଇକି ହେଉଛି ଏକ କ୍ଷୁଦ୍ରଗ୍ରହ, ଯାହା ପ୍ରଥମେ ଇଟାଲୀର ଜ୍ୟୋତିର୍ବିଜ୍ଞାନୀ ଆନିବେଲେ ଡି ଗାସପେରିସଙ୍କ ଦ୍ୱାରା ଆବିଷ୍କାର କରାଯାଇଥିଲା । ସେହି ସମୟରେ ଏହା ଆବିଷ୍କୃତ ହୋଇଥିବା ୧୬ ତମ ଗ୍ରହ ଥିଲା, ତେଣୁ ଏହାକୁ 16 ସାଇକି ବୋଲି କୁହାଯାଏ । ଏହି ଆଷ୍ଟ୍ରଏଡର ଗଠନ ଏକ ଆଳୁ ଆକୃତିର, ଯେଉଁଥିରେ ଲୁହା, ସୁନା, ପ୍ଲାଟିନମ୍‌, ନିକେଲ୍ ଭଳି ମୂଲ୍ୟବାନ ଧାତୁ ରହିଛି ।

ଏହି କ୍ଷୁଦ୍ର ଗ୍ରହ ପୃଥିବୀଠାରୁ ପ୍ରାୟ ୫୦ ଲକ୍ଷ କିଲୋମିଟର ଦୂରରେ ରହିଛି । ଏଠାରେ ସୂର୍ଯ୍ୟାଲୋକ ପହଞ୍ଚିବା ପାଇଁ ପାଖାପାଖି ୩୧ ମିନିଟ ସମୟ ଲାଗିଥାଏ । ନାସାର ସାଇକି ମିଶନ୍ ୬ ବର୍ଷ ମଧ୍ୟରେ ପହଞ୍ଚିବ । ଆକଳନ ଅନୁଯାୟୀ ଏହି କ୍ଷୁଦ୍ର ଗ୍ରହର କ୍ଷେତ୍ରଫଳ ପ୍ରାୟ ୧,୬୫,୮୦୦ ବର୍ଗ କିଲୋମିଟର ।

ଏହିି କ୍ଷୁଦ୍ର ଗ୍ରହରେ ଥିବା ସୁନା ଧାତୁ ବିଷୟରେ ଅନେକ ତଥ୍ୟ ରହିଛି । ବିଶ୍ୱାସ କରାଯାଏ ଯେ ଯଦି ଏଠାକାର ସୁନା ପୃଥିବୀକୁ ଅଣାଯାଏ ତେବେ ସମସ୍ତଙ୍କୁ ସୁନାରେ ଭର୍ତ୍ତି କରାଯାଇପାରିବ ।

ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଏହି ଆଷ୍ଟ୍ରଏଡକୁ ନାସା ମିଶନ ପଠାଇବା ପଛର କାରଣ ଏଠାକାର ସୁନା ନୁହେଁ ବରଂ ଏଠାରେ ଥିବା ଧାତୁର ଉପସ୍ଥିତି । ସାଧାରଣତଃ ଆଷ୍ଟ୍ରଏଡରେ ଅଙ୍ଗାରକାମ୍ଳ, ଜଳ ଏବଂ ଅନ୍ୟାନ୍ୟ ପଦାର୍ଥ ରହିଥାଏ, ଏହି ଗ୍ରହ ଗୁଡ଼ିକରେ ଧାତୁ ନଥାଏ । କିନ୍ତୁ ଏହି କ୍ଷୁଦ୍ରଗ୍ରହରେ କିପରି ଏତେ ମୂଲ୍ୟବାନ ଧାତୁ ଅଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ଏହି କ୍ଷୁଦ୍ରଗ୍ରହକୁ ଧାତୁ କେଉଁଠାରୁ ଆସିଲା ସେ ବିଷୟରେ ଜାଣିବା ପାଇଁ ରିସର୍ଚ୍ଚ ଚାଲିଛି । ଏହି ଗ୍ରହରୁ ପୃଥିବୀକୁ କିପରି ସୁନା ଅଣାଯାଇପାରିବ ସେନେଇ ଅଭିଯାନ ପୁଣି ଥରେ ଚାଲିବ ବୋଲି କୁହାଯାଉଛି ।

ଜ୍ୟୋତିର୍ବିଜ୍ଞାନୀମାନେ ଏହି ଗ୍ରହକୁ ନେଇ ଆଗ୍ରହ ପ୍ରକାଶ କରୁଛନ୍ତି କାରଣ ଏଥିରେ ସୁନା ସମେତ ଅନ୍ୟ ମୂଲ୍ୟବାନ ଧାତୁ ମଧ୍ୟ ରହିଛି । କେତେକ ଆକଳନ ଅନୁଯାୟୀ ୧୪୦ ମାଇଲ୍ ଚଉଡା ବିଶିଷ୍ଟ ଏହି କ୍ଷୁଦ୍ରଗ୍ରହରେ ୧୦,୦୦୦ କ୍ୱାଡ୍ରିଲିୟନ ଡଲାର ମୂଲ୍ୟର ଲୁହା, ନିକେଲ ଏବଂ ସୁନା ରହିଛି । ବୈଜ୍ଞାନିକମାନେ ବିଶ୍ୱାସ କରନ୍ତି ଯେ ଏହି ଗ୍ରହଟି କୌଣସି ଏକ ବଡ଼ ଗ୍ରହର ଛୋଟ ଅଂଶ ହୋଇଥାଇପାରେ । ନାସା ସୂଚନା ଅନୁଯାୟୀ ଏହି ଗ୍ରହ ବୋଧହୁଏ ପଥର ଏବଂ ଧାତୁର ମିଶ୍ରଣରେ ଗଠିତ ହୋଇଛି । ତେବେ କହି ରଖିବାକୁ ଚାହିଁବୁ ଯେ ଏହି ଗ୍ରହରୁ ସୁନା ପୃଥିବୀକୁ ଆଣିବା କଳ୍ପନା ମାତ୍ର । କାରଣ ଏଠାକାର ସୁନା ପୃଥିବୀକୁ ଆଣିବା ସମ୍ଭବ ନୁହେଁ । ଯାହା ବି ହେଉ ନା କାହିଁକି ଏଠାରେ ସୁନା ବହୁ ପରିମାଣରେ ରହିଛି । ଯଦି ଏଠାକାର ସୁନା ପୃଥିବୀକୁ ଅଣାଯାଏ ତେବେ ସୁନାର ମୂଲ୍ୟ ମଧ୍ୟ ହ୍ରାସ ପାଇବ ।

The post ଏହି କ୍ଷୁଦ୍ର ଗ୍ରହରେ ରହିଛି ସୁନାର ଭଣ୍ଡାର, ଜାଣନ୍ତୁ ପୃଥିବୀକୁ କେମିତି ଆସିବ ଏତେ ସୁନା appeared first on KNews Odisha.