ଏହି ଯୁବ ଅଲରାଉଣ୍ଡର କରିବେ ପଦାର୍ପଣ ! ଅଷ୍ଟ୍ରେଲିଆ ବିପକ୍ଷରେ ଏମିତି ହୋଇପାରେ ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶ
ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ଯେଉଁ କ୍ଷତ ଦେଇଛି ତାହା ଏବେ ଅଷ୍ଟ୍ରେଲିଆ ମାଟିରେ ବିଜୟ ପରେ ହିଁ ଭରିବ। ପ୍ରାୟ ସବୁ ପ୍ରଶଂସକଙ୍କ ଏହି ଗୋଟିଏ ମତ। ବିଶ୍ଵ ଟେଷ୍ଟ ଚାମ୍ପିଅନସିପର ଫାଇନାଲ୍ ଦୃଷ୍ଟିରୁ ଭାରତୀୟ ଦଳକୁ ଯେମିତି ହେଲେ ଅଷ୍ଟ୍ରେଲିଆରେ ସିରିଜ୍ ଜିତିବାକୁ ପଡ଼ିବ। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଭାରତ ଦୁଇଟି ପର୍ଯ୍ୟାୟରେ ଆଜିଠୁ ଅଷ୍ଟ୍ରେଲିଆ ଗସ୍ତ କରୁଛି। ନଭେମ୍ବର ୨୨ରୁ ପର୍ଥରେ ପ୍ରଥମ ମ୍ୟାଚ୍ ଖେଳାଯିବ। ତେବେ ପ୍ରଥମ ମ୍ୟାଚ୍ରେ ଭାରତୀୟ ଦଳର ଚୂଡ଼ାନ୍ତ ଏକାଦଶ କେମିତି ରହିବ ତା ଉପରେ ସଭିଙ୍କ ନଜର।ଏହା ସ୍ପଷ୍ଟ ହୋଇ ଯାଇଛି ଯେ, ଅଧିନାୟକ ରୋହିତ ଶର୍ମା ପ୍ରଥମ ଟେଷ୍ଟ ଖେଳିବେ ନାହିଁ। ତାଙ୍କ ସ୍ଥାନରେ ଏହି ମ୍ୟାଚ୍ରେ ଯଶପ୍ରୀତ ବୁମରା ଦଳର ନେତୃତ୍ଵ ନେବେ। ସୋମବାର ସକାଳେ କୋଚ୍ ଗୌତମ ଗମ୍ଭୀର ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତ କରିବା ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ଏହାର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଯଦି ରୋହିତ ଶର୍ମା ପ୍ରଥମ ଟେଷ୍ଟରେ ଉପଲବ୍ଧ ନ ରୁହନ୍ତି ତେବେ କେଏଲ ରାହୁଲ ଇନିଂସ ଓପନ କରିବେ। ପ୍ରଥମ ଟେଷ୍ଟରେ ଅଲରାଉଣ୍ଡର ନୀତିଶ କୁମାର ରେଡ୍ଡୀ ପଦାର୍ପଣ କରିବେ ବୋଲି କୁହାଯାଉଛି।ନୀତିଶ ରେଡ୍ଡୀ ଅଷ୍ଟ୍ରେଲିଆ ଏ ବିପକ୍ଷ ଭାରତ ଏ ଦଳର ସଦସ୍ୟ ଥିଲେ। ସେ ଦମଦାର ବ୍ୟାଟିଂ ସହିତ ଦ୍ରୁତ ବୋଲିଂ ମଧ୍ୟ କରିଥାନ୍ତି। ଏହି କାରଣରୁ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମ
ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ଯେଉଁ କ୍ଷତ ଦେଇଛି ତାହା ଏବେ ଅଷ୍ଟ୍ରେଲିଆ ମାଟିରେ ବିଜୟ ପରେ ହିଁ ଭରିବ। ପ୍ରାୟ ସବୁ ପ୍ରଶଂସକଙ୍କ ଏହି ଗୋଟିଏ ମତ। ବିଶ୍ଵ ଟେଷ୍ଟ ଚାମ୍ପିଅନସିପର ଫାଇନାଲ୍ ଦୃଷ୍ଟିରୁ ଭାରତୀୟ ଦଳକୁ ଯେମିତି ହେଲେ ଅଷ୍ଟ୍ରେଲିଆରେ ସିରିଜ୍ ଜିତିବାକୁ ପଡ଼ିବ। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଭାରତ ଦୁଇଟି ପର୍ଯ୍ୟାୟରେ ଆଜିଠୁ ଅଷ୍ଟ୍ରେଲିଆ ଗସ୍ତ କରୁଛି। ନଭେମ୍ବର ୨୨ରୁ ପର୍ଥରେ ପ୍ରଥମ ମ୍ୟାଚ୍ ଖେଳାଯିବ। ତେବେ ପ୍ରଥମ ମ୍ୟାଚ୍ରେ ଭାରତୀୟ ଦଳର ଚୂଡ଼ାନ୍ତ ଏକାଦଶ କେମିତି ରହିବ ତା ଉପରେ ସଭିଙ୍କ ନଜର।
ଏହା ସ୍ପଷ୍ଟ ହୋଇ ଯାଇଛି ଯେ, ଅଧିନାୟକ ରୋହିତ ଶର୍ମା ପ୍ରଥମ ଟେଷ୍ଟ ଖେଳିବେ ନାହିଁ। ତାଙ୍କ ସ୍ଥାନରେ ଏହି ମ୍ୟାଚ୍ରେ ଯଶପ୍ରୀତ ବୁମରା ଦଳର ନେତୃତ୍ଵ ନେବେ। ସୋମବାର ସକାଳେ କୋଚ୍ ଗୌତମ ଗମ୍ଭୀର ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତ କରିବା ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ଏହାର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଯଦି ରୋହିତ ଶର୍ମା ପ୍ରଥମ ଟେଷ୍ଟରେ ଉପଲବ୍ଧ ନ ରୁହନ୍ତି ତେବେ କେଏଲ ରାହୁଲ ଇନିଂସ ଓପନ କରିବେ।
ପ୍ରଥମ ଟେଷ୍ଟରେ ଅଲରାଉଣ୍ଡର ନୀତିଶ କୁମାର ରେଡ୍ଡୀ ପଦାର୍ପଣ କରିବେ ବୋଲି କୁହାଯାଉଛି।ନୀତିଶ ରେଡ୍ଡୀ ଅଷ୍ଟ୍ରେଲିଆ ଏ ବିପକ୍ଷ ଭାରତ ଏ ଦଳର ସଦସ୍ୟ ଥିଲେ। ସେ ଦମଦାର ବ୍ୟାଟିଂ ସହିତ ଦ୍ରୁତ ବୋଲିଂ ମଧ୍ୟ କରିଥାନ୍ତି। ଏହି କାରଣରୁ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇପାରେ।
ପ୍ରଥମ ଟେଷ୍ଟ ପାଇଁ ଭାରତୀୟ ଦଳର ଚୂଡ଼ାନ୍ତ ଏକାଦଶ ଉପରେ ନଜର ପକାଇଲେ ଯଶସ୍ଵୀ ଜୟସ୍ଵାଲ ଓ କେଏଲ ରାହୁଲ ଇନିଂସ ଓପନ କରିବେ। ଏହା ବାଦ୍ ଶୁଭମନ ଗିଲ୍ ତିନି ନମ୍ବରରେ ଓ ବିରାଟ କୋହଲି ଚାରି ନମ୍ବରରେ ବ୍ୟାଟିଂ କରିବା କ୍ରିକେଟ୍ ପ୍ରେମୀ ଦେଖିବାକୁ ପାଇ ପାରନ୍ତି। ପାଞ୍ଚ ନମ୍ବରରେ ଓ୍ଵିକେଟ୍ କିପର ଋଷଭ ପନ୍ତ ଖେଳିବେ। ଏହା ପରେ ଷଷ୍ଠ, ସପ୍ତମ ଓ ଆଠ ନମ୍ବରରେ ତିନି ଅଲରାଉଣ୍ଡର ଖେଳିବେ। ଏଥିରେ ନୀତିଶ ରେଡ୍ଡୀ, ଓ୍ଵାଶିଂଟନ ସୁନ୍ଦର ଓ ରବୀନ୍ଦ୍ର ଜାଡ଼େଜା ଖେଳିବାର ସମ୍ଭାବନା ରହିଛି। ରବିଚନ୍ଦ୍ରନ ଅଶ୍ଵିନ ବେଞ୍ଚରେ ବସି ପାରନ୍ତି।ଦ୍ରୁତ ବୋଲର ଭାବେ ମହମ୍ମଦ ସିରାଜ ଓ ଯଶପ୍ରୀତ ବୁମରାଙ୍କ ସହିତ ପ୍ରସିଦ୍ଧ କୃଷ୍ଣ କିମ୍ବା ଆକାଶ ଦୀପ ନଜର ଆସି ପାରନ୍ତି।
ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ପାଇଁ ସମ୍ଭାବିତ ଚୂଡ଼ାନ୍ତ ଏକାଦଶ
କେଏଲ ରାହୁଲ, ଯଶସ୍ଵୀ ଜୟସ୍ଵାଲ, ଶୁଭମନ ଗିଲ୍, ବିରାଟ କୋହଲି, ଋଷଭ ପନ୍ତ(ଓ୍ଵିକେଟ୍ କିପର), ନୀତିଶ କୁମାର ରେଡ୍ଡୀ, ଓ୍ଵାଶିଂଟନ ସୁନ୍ଦର, ରବୀନ୍ଦ୍ର ଜାଡ଼େଜା, ମହମ୍ମଦ ସିରାଜ, ଯଶପ୍ରୀତ ବୁମରା(ଅଧିନାୟକ) ଓ ପ୍ରସିଦ୍ଧ କୃଷ୍ଣ।