ଅଦିନିଆ ବର୍ଷା: ନଷ୍ଟହେଲା ଅମଳ ହେବାକୁ ଥିବା କପା

ଅମରପାଲି,୨୫ା୧(ପୀତାମ୍ବର ସାହୁ): ଗତ ମଙ୍ଗଳବାର ରାତିରୁ ଲାଗି ରହିଥିବା ଅଦିନିଆ ବର୍ଷାରେ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ତୁହାକୁ ତୁହା ବର୍ଷା ଲାଗି ରହିଛି। ଫଳରେ ଅମଳ ହେବାକୁ ଥିବା କପା ମଧ୍ୟ ନଷ୍ଟ ହୋଇଛି। ପିତାମହୁଲ, ସଂଗ୍ରାମପୁର, କମିରା, ଜଟେସିଂହା, ଖଣ୍ଡହତା, ବହଳପଦର, ଲୁତୁରପଙ୍କ, କେନଝିରିଆପାଲି, ଦୁର୍ଜନତୈଲା, ମୁର୍ଷୁଣ୍ଢି, ହିଲୁଙ୍ଗ ଆଦି ପଞ୍ଚାୟତ ସମେତ ଅନ୍ୟ ଅଞ୍ଚଳରେ ଚଳିତବର୍ଷ ବ୍ୟାପକ କପା ଚାଷ ହୋଇଛି। ପର୍ଯ୍ୟାୟ କ୍ରମେ କପା ଅମଳ ହେଉଥିବା […] The post ଅଦିନିଆ ବର୍ଷା: ନଷ୍ଟହେଲା ଅମଳ ହେବାକୁ ଥିବା କପା appeared first on Dharitri Odia News.

ଅଦିନିଆ ବର୍ଷା: ନଷ୍ଟହେଲା ଅମଳ ହେବାକୁ ଥିବା କପା

ଅମରପାଲି,୨୫ା୧(ପୀତାମ୍ବର ସାହୁ): ଗତ ମଙ୍ଗଳବାର ରାତିରୁ ଲାଗି ରହିଥିବା ଅଦିନିଆ ବର୍ଷାରେ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ତୁହାକୁ ତୁହା ବର୍ଷା ଲାଗି ରହିଛି। ଫଳରେ ଅମଳ ହେବାକୁ ଥିବା କପା ମଧ୍ୟ ନଷ୍ଟ ହୋଇଛି। ପିତାମହୁଲ, ସଂଗ୍ରାମପୁର, କମିରା, ଜଟେସିଂହା, ଖଣ୍ଡହତା, ବହଳପଦର, ଲୁତୁରପଙ୍କ, କେନଝିରିଆପାଲି, ଦୁର୍ଜନତୈଲା, ମୁର୍ଷୁଣ୍ଢି, ହିଲୁଙ୍ଗ ଆଦି ପଞ୍ଚାୟତ ସମେତ ଅନ୍ୟ ଅଞ୍ଚଳରେ ଚଳିତବର୍ଷ ବ୍ୟାପକ କପା ଚାଷ ହୋଇଛି। ପର୍ଯ୍ୟାୟ କ୍ରମେ କପା ଅମଳ ହେଉଥିବା ବେଳେ ଏବେ ବି ବହୁ ପରିମାଣର କପା ଅମଳ ହେବାକୁ ଥିଲା। ମାତ୍ର ଅଦିନିଆ ବର୍ଷାରେ କପା ନଷ୍ଟ ହୋଇଯାଇଛି। କପା ଚାଷୀ ଧାର କରଜ କରି ଚାଷ କରିଥିବା ବେଳେ ଏବେ ସେମାନେ ହତାଶ ହୋଇ ପଡିଛନ୍ତି। ଡାଲି ଜାତୀୟ ଫସଲ ମଧ୍ୟ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି।

ସେହିପରି ଆବଶ୍ୟକ ବ୍ୟବସ୍ଥା କରାଯାଇ ନ ଥିବାରୁ ମଣ୍ଡିଗୁଡ଼ିକରେ ଚାଷୀଙ୍କ ଧାନ ବର୍ଷାରେ ଭିଜି ନଷ୍ଟ ହେଉଛି। ଉପଖଣ୍ଡର ହିଲୁଙ୍ଗ ମଣ୍ଡିରେ ପ୍ରାୟ ୩୦ ହଜାର ପ୍ୟାକେଟ ଧାନ ବସ୍ତା ପଡ଼ି ରହିଛି। ଖଣ୍ଡହତା ମଣ୍ଡିରେ ପ୍ରାୟ ୫ ହଜାର ପ୍ୟାକେଟ, ଯାଲୋଏ ମଣ୍ଡିରେ ପ୍ରାୟ ୩୦ ହଜାର ପ୍ୟାକେଟ ଓ ମୁର୍ଷୁଣ୍ଢି ମଣ୍ଡିରେ ମଧ୍ୟ ଧାନ ପଡ଼ି ରହିଛି। ହିଲୁଙ୍ଗ ଓ ଯାଲୋଏ ମଣ୍ଡିରେ ସବୁଠୁ ବେଶି କ୍ଷୟକ୍ଷତି ହୋଇଥିବା ଅଭିଯୋଗ ହୋଇଛି। ବୁଧବାର ଏଆରସିଏସ ପ୍ରେମାନନ୍ଦ ଦୀପ ଯାଲୋଏ ମଣ୍ଡିକୁ ପରିଦର୍ଶନ କରିଛନ୍ତି। ମଣ୍ଡିରେ ଧାନ ବର୍ଷାରେ ଭିଜିଥିବା ନେଇ ଏଆରସିଏସ ପ୍ରେମାନନ୍ଦ ଦୀପ ସ୍ବୀକାର କରିଛନ୍ତି।

The post ଅଦିନିଆ ବର୍ଷା: ନଷ୍ଟହେଲା ଅମଳ ହେବାକୁ ଥିବା କପା appeared first on Dharitri Odia News.