ଗାତ ଖୋଳୁଥିବାବେଳେ ଶ୍ରମିକଙ୍କ ଉପରେ ପଡିଲା କାନ୍ଥ, ଚାଲିଗଲା ଦୁଇ ଜୀବନ
ସୋନପୁର ୨୨/୦୬: ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ସହରର ବିବେକାନନ୍ଦନଗରରେ ଅଘଟଣ । ଗାତ ଖୋଳୁଥିବା ବେଳେ ଶ୍ରମିକଙ୍କ ଉପରେ ପଡ଼ିଲା କାନ୍ଥ । ଫଳରେ କାନ୍ଥ ତଳେ ୨ ଶ୍ରମିକ ଚାପି ହୋଇ ରହି ଯାଇଥିଲେ । ସୂଚନାଥାଉକି, ଜଣେ ସ୍ଥାନୀୟ ଲୋକ ନିଜ ଘର ନିକଟରେ ବାଡ଼ ଦେବାପାଇଁ ଶ୍ରମିକଙ୍କୁ ନେଇ ଗାତ ଖୋଲାଉଥିଲେ । ତେବେ ନିକଟରେ ଥିବା ପୁରୁଣା କାନ୍ଥ ବାଢାଟି ଢଳି ପଡ଼ିଥିଲା । ସେହି ଗାତ ଭିତରେ ଦୁଇ ଜଣ ଶ୍ରମିକ ପୋତି ହୋଇ ଯାଇଥିଲେ । ତୁରନ୍ତ ଦମକଳ ବାହିନୀକୁ ଖବର ଦେଇଥିବାବେଳେ ଦମକଳ ବାହିନୀ ଆସି ବହୁ କଷ୍ଟରେ ଉଭୟଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ଡ଼ାକ୍ତରଖାନାରେ ଉଭୟଙ୍କୁ ଡାକ୍ତର ମୃତ ଘଶୋଣା କରିଥିଲେ । ଶ୍ରମିକମାନେ ବୀରମହାରାଜପୁର ବ୍ଲକର ବଡ଼ଖମାର ଗ୍ରାମର ବୋଲି ସୂଚନା ମିଳିଛି । ସେଠାରେ ମୋଟ ୫ ଜଣ ଶ୍ରମିକ କାମ କରୁଥିବାବେଳେ ଜଣେ ମହିଳା ଶ୍ରମିକ ଦୂର୍ଲଭା ମିର୍ଦ୍ଧା ଓ ଜଣେ ପୁରୁଷ ଶ୍ରମିକ ମୁନୁ ମିର୍ଦ୍ଧାଙ୍କ ମୃତ୍ୟୁ ହୋଇଛି ।
ସୋନପୁର ୨୨/୦୬: ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ସହରର ବିବେକାନନ୍ଦନଗରରେ ଅଘଟଣ । ଗାତ ଖୋଳୁଥିବା ବେଳେ ଶ୍ରମିକଙ୍କ ଉପରେ ପଡ଼ିଲା କାନ୍ଥ । ଫଳରେ କାନ୍ଥ ତଳେ ୨ ଶ୍ରମିକ ଚାପି ହୋଇ ରହି ଯାଇଥିଲେ ।
ସୂଚନାଥାଉକି, ଜଣେ ସ୍ଥାନୀୟ ଲୋକ ନିଜ ଘର ନିକଟରେ ବାଡ଼ ଦେବାପାଇଁ ଶ୍ରମିକଙ୍କୁ ନେଇ ଗାତ ଖୋଲାଉଥିଲେ । ତେବେ ନିକଟରେ ଥିବା ପୁରୁଣା କାନ୍ଥ ବାଢାଟି ଢଳି ପଡ଼ିଥିଲା । ସେହି ଗାତ ଭିତରେ ଦୁଇ ଜଣ ଶ୍ରମିକ ପୋତି ହୋଇ ଯାଇଥିଲେ । ତୁରନ୍ତ ଦମକଳ ବାହିନୀକୁ ଖବର ଦେଇଥିବାବେଳେ ଦମକଳ ବାହିନୀ ଆସି ବହୁ କଷ୍ଟରେ ଉଭୟଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ।
ଡ଼ାକ୍ତରଖାନାରେ ଉଭୟଙ୍କୁ ଡାକ୍ତର ମୃତ ଘଶୋଣା କରିଥିଲେ । ଶ୍ରମିକମାନେ ବୀରମହାରାଜପୁର ବ୍ଲକର ବଡ଼ଖମାର ଗ୍ରାମର ବୋଲି ସୂଚନା ମିଳିଛି । ସେଠାରେ ମୋଟ ୫ ଜଣ ଶ୍ରମିକ କାମ କରୁଥିବାବେଳେ ଜଣେ ମହିଳା ଶ୍ରମିକ ଦୂର୍ଲଭା ମିର୍ଦ୍ଧା ଓ ଜଣେ ପୁରୁଷ ଶ୍ରମିକ ମୁନୁ ମିର୍ଦ୍ଧାଙ୍କ ମୃତ୍ୟୁ ହୋଇଛି ।