କୃଷକଙ୍କୁ କେନ୍ଦ୍ର ସରକାରଙ୍କ ବଡ଼ ଉପହାର, ଚାଷ ପାଇଁ ୧୪ ହଜାର କୋଟି ଟଙ୍କାର ୭ ଯୋଜନାକୁ ମଞ୍ଜୁରି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସୋମବାର ଦେଶର ଚାଷୀଙ୍କୁ ବଡ଼ ଉପହାର ଦେଇଛନ୍ତି । କେନ୍ଦ୍ର ମନ୍ତ୍ରିମଣ୍ଡଳ କୃଷି କ୍ଷେତ୍ର ସହ ଜଡ଼ିତ ୭ ବଡ଼ କାର୍ଯ୍ୟକ୍ରମ ପାଇଁ ପ୍ରାୟ ୧୪୦୦୦ କୋଟି ଟଙ୍କାର ଖର୍ଚ୍ଚକୁ ମଞ୍ଜୁରି ଦେଇଛନ୍ତି । ଏଥିରେ ଡିଜିଟାଲ କୃଷି ମିଶନ ଏବଂ ଫସଲ ବିଜ୍ଞାନ ପରି ଯୋଜନା ସାମିଲ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହୋଇଥିବା କେନ୍ଦ୍ର ମନ୍ତ୍ରିମଣ୍ଡଳର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମନ୍ତ୍ରିମଣ୍ଡଳରେ ନିଆଯାଇଥିବା ନିଷ୍ପତ୍ତିର ସୂଚନା ଦେଇଛନ୍ତି ।କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳରେ ନିଆଯାଇଥିବା ନିଷ୍ପତ୍ତିକେନ୍ଦ୍ରୀୟ ମନ୍ତ୍ରିମଣ୍ଡଳ ୨୮୧୭ କୋଟି ଟଙ୍କାର ଡିଜିଟାଲ କୃଷି ମିଶନକୁ ମଞ୍ଜୁରି ଦେଇଛି ।ଫସଲ ବିଜ୍ଞାନ ପାଇଁ ୩୯୭୯ କୋଟି ଟଙ୍କାର ଯୋଜନାକୁ ମଞ୍ଜୁରି ଦିଆଯାଇଛି ।କୃଷି ଶିକ୍ଷା ଏବଂ ପରିଚାଳନାକୁ ମଜଭୁତ କରିବା ପାଆଇଁ ୨୨୯୧ କୋଟି ଟଙ୍କାର କାର୍ଯ୍ୟକ୍ରମ ଘୋଷଣା ।ମନ୍ତ୍ରିମଣ୍ଡଳରେ ଉଦ୍ୟାନ କ୍ଷେତ୍ରର ବିକାଶ ପାଇଁ ୮୬୦ କୋଟି ଟଙ୍କା ଏକ ଯୋଜନାକୁ ମଞ୍ଜୁରି ଦେଇଛି ।କୃଷି ବିଜ୍ଞାନ କେନ୍ଦ୍ର ପାଇଁ ୧୨୦୨ କୋଟି ଟଙ୍କା କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମଞ୍ଜୁର ହୋଇଛି ।ପ୍ରାକୃତିକ ସଂସାଧନ ପରିଚାଳନାକୁ ମଜଭୁତ କରିବା ପାଇଁ ୧୧୧୫ କୋଟି ଟଙ୍କାର ଯୋଜନାକୁ ମଞ୍ଜୁରି ମିଳିଛି ।#WATCH | Union Minister Ashwini Vaishnaw sa

କୃଷକଙ୍କୁ କେନ୍ଦ୍ର ସରକାରଙ୍କ ବଡ଼ ଉପହାର, ଚାଷ ପାଇଁ ୧୪ ହଜାର କୋଟି ଟଙ୍କାର ୭ ଯୋଜନାକୁ ମଞ୍ଜୁରି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସୋମବାର ଦେଶର ଚାଷୀଙ୍କୁ ବଡ଼ ଉପହାର ଦେଇଛନ୍ତି । କେନ୍ଦ୍ର ମନ୍ତ୍ରିମଣ୍ଡଳ କୃଷି କ୍ଷେତ୍ର ସହ ଜଡ଼ିତ ୭ ବଡ଼ କାର୍ଯ୍ୟକ୍ରମ ପାଇଁ ପ୍ରାୟ ୧୪୦୦୦ କୋଟି ଟଙ୍କାର ଖର୍ଚ୍ଚକୁ ମଞ୍ଜୁରି ଦେଇଛନ୍ତି । ଏଥିରେ ଡିଜିଟାଲ କୃଷି ମିଶନ ଏବଂ ଫସଲ ବିଜ୍ଞାନ ପରି ଯୋଜନା ସାମିଲ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହୋଇଥିବା କେନ୍ଦ୍ର ମନ୍ତ୍ରିମଣ୍ଡଳର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମନ୍ତ୍ରିମଣ୍ଡଳରେ ନିଆଯାଇଥିବା ନିଷ୍ପତ୍ତିର ସୂଚନା ଦେଇଛନ୍ତି ।

କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳରେ ନିଆଯାଇଥିବା ନିଷ୍ପତ୍ତି

  • କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳ ୨୮୧୭ କୋଟି ଟଙ୍କାର ଡିଜିଟାଲ କୃଷି ମିଶନକୁ ମଞ୍ଜୁରି ଦେଇଛି ।
  • ଫସଲ ବିଜ୍ଞାନ ପାଇଁ ୩୯୭୯ କୋଟି ଟଙ୍କାର ଯୋଜନାକୁ ମଞ୍ଜୁରି ଦିଆଯାଇଛି ।
  • କୃଷି ଶିକ୍ଷା ଏବଂ ପରିଚାଳନାକୁ ମଜଭୁତ କରିବା ପାଆଇଁ ୨୨୯୧ କୋଟି ଟଙ୍କାର କାର୍ଯ୍ୟକ୍ରମ ଘୋଷଣା ।
  • ମନ୍ତ୍ରିମଣ୍ଡଳରେ ଉଦ୍ୟାନ କ୍ଷେତ୍ରର ବିକାଶ ପାଇଁ ୮୬୦ କୋଟି ଟଙ୍କା ଏକ ଯୋଜନାକୁ ମଞ୍ଜୁରି ଦେଇଛି ।
  • କୃଷି ବିଜ୍ଞାନ କେନ୍ଦ୍ର ପାଇଁ ୧୨୦୨ କୋଟି ଟଙ୍କା କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମଞ୍ଜୁର ହୋଇଛି ।
  • ପ୍ରାକୃତିକ ସଂସାଧନ ପରିଚାଳନାକୁ ମଜଭୁତ କରିବା ପାଇଁ ୧୧୧୫ କୋଟି ଟଙ୍କାର ଯୋଜନାକୁ ମଞ୍ଜୁରି ମିଳିଛି ।


କେନ୍ଦ୍ର କ୍ୟାବିନେଟରେ ସୋମବାର ଏହିପରି କୃଷି କ୍ଷେତ୍ର ସହ ଜଡ଼ିତ ସାତ କାର୍ଯ୍ୟକ୍ରମ ପାଇଁ ମୋଟ ୧୩୯୬୦ କୋଟି ଟଙ୍କାର ମୋଟ ଆବଣ୍ଟନ କରାଯାଇଛି । ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଆଜି କ୍ୟାବିନେଟ୍ ବୈଠକରେ ଚାଷୀଙ୍କ ଜୀବନକୁ ଉନ୍ନତ କରିବା ଏବଂ ସେମାନଙ୍କ ଆୟକୁ ବଢାଇବା ପାଇଁ ସାତ ବଡ଼ ନିଷ୍ପତ୍ତି ନିଆଯାଇଛି । ଏଥିରେ ପ୍ରଥମ ହେଉଛି ଡିଜିଟାଲ୍ କୃଷି ମିଶନ । କୃଷି ପାଇଁ ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି ସ୍ଥାପତ୍ୟ ଆଧାରରେ ଏହାକୁ ବିକଶିତ କରାଯାଉଛି । କିଛି ଭଲ ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ କରାଯାଇଛି ଏବଂ ଆମକୁ ସଫଳତା ମଧ୍ୟ ମିଳିଛି । ସେହି ଆଧାରରେ ୨୮୧୭ କୋଟି ଟଙ୍କାର ମୋଟ ନିବେଶ ସହ କୃଷି ମିଶନ ସ୍ଥାପନ କରାଯିବ ।