ବରଗଡ଼ ଜିଲାପାଳଙ୍କୁ ଭିନ୍ନକ୍ଷମମାନଙ୍କ ୮ଦଫା ଦାବିପତ୍ର ପ୍ରଦାନ,୧୧ରେ ରାସ୍ତା ଅବରୋଧ ଚେତାବନୀ

ବରଗଡ଼,୨୫।୨(ପ୍ରେମାନନ୍ଦ ଖମାରୀ)-ବରଗଡ଼ ଜିଲାର ଭିନ୍ନକ୍ଷମମାନଙ୍କୁ ନେଇ ଗଠିତ ପେରେଣ୍ଟସ୍‌ ଆସୋସିଏଶନ ମଙ୍ଗଳବାର ବରଗଡ଼ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ୮ଦଫା ସମ୍ମିଳିତ ଦାବିପତ୍ର ପ୍ରଦାନ କରିଛି। ତୁରନ୍ତ ସେମାନଙ୍କ ଦାବି ପୂରଣ କରିବା ପାଇଁ ଆସୋସିଏଶନ ଦାବି କରିଛି। ଦାବି ସମୂହ ପୂରଣ କରା ନଗଲେ ଆସନ୍ତା ମାର୍ଚ୍ଚା ମାସ ୧୧ତାରିଖ ବରଗଡ଼ ସହର ଉପକଣ୍ଠ ହଲଦୀପାଲି ଛକରେ ରାସ୍ତା ଅବରୋଧ କରାଯିବ ବୋଲି ଆସୋସିଏଶନ ଚେତାବନୀ ଦେଇଛି। ବୟସ୍କ ଭିନ୍ନକ୍ଷମ, ବିଧବା ଏବଂ ନିରାଶ୍ରୟମାନଙ୍କୁ ମାସିକ ୩ହଜାର […] The post ବରଗଡ଼ ଜିଲାପାଳଙ୍କୁ ଭିନ୍ନକ୍ଷମମାନଙ୍କ ୮ଦଫା ଦାବିପତ୍ର ପ୍ରଦାନ,୧୧ରେ ରାସ୍ତା ଅବରୋଧ ଚେତାବନୀ appeared first on Dharitri Odia News.

ବରଗଡ଼ ଜିଲାପାଳଙ୍କୁ ଭିନ୍ନକ୍ଷମମାନଙ୍କ ୮ଦଫା ଦାବିପତ୍ର ପ୍ରଦାନ,୧୧ରେ ରାସ୍ତା ଅବରୋଧ ଚେତାବନୀ

ବରଗଡ଼,୨୫।୨(ପ୍ରେମାନନ୍ଦ ଖମାରୀ)-ବରଗଡ଼ ଜିଲାର ଭିନ୍ନକ୍ଷମମାନଙ୍କୁ ନେଇ ଗଠିତ ପେରେଣ୍ଟସ୍‌ ଆସୋସିଏଶନ ମଙ୍ଗଳବାର ବରଗଡ଼ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ୮ଦଫା ସମ୍ମିଳିତ ଦାବିପତ୍ର ପ୍ରଦାନ କରିଛି। ତୁରନ୍ତ ସେମାନଙ୍କ ଦାବି ପୂରଣ କରିବା ପାଇଁ ଆସୋସିଏଶନ ଦାବି କରିଛି। ଦାବି ସମୂହ ପୂରଣ କରା ନଗଲେ ଆସନ୍ତା ମାର୍ଚ୍ଚା ମାସ ୧୧ତାରିଖ ବରଗଡ଼ ସହର ଉପକଣ୍ଠ ହଲଦୀପାଲି ଛକରେ ରାସ୍ତା ଅବରୋଧ କରାଯିବ ବୋଲି ଆସୋସିଏଶନ ଚେତାବନୀ ଦେଇଛି। ବୟସ୍କ ଭିନ୍ନକ୍ଷମ, ବିଧବା ଏବଂ ନିରାଶ୍ରୟମାନଙ୍କୁ ମାସିକ ୩ହଜାର ଟଙ୍କା ଭତ୍ତା ପ୍ରଦାନ, ଭିନ୍ନକ୍ଷମମାନଙ୍କ ପାଇଁ ଉଦ୍ଦିଷ୍ଟ ଆଇନ ଗୁଡ଼ିକୁ ଠିକ୍‌ଭାବେ ଧ୍ୟାନ ଦେବା, ଜିଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଭିନ୍ନକ୍ଷମ ମାନଙ୍କ ପାଇଁ ବାଧାମୁକ୍ତ ରାସ୍ତା କରାଯିବା, ବସୁନ୍ଧରା ଯୋଜନାକୁ ଠିକ୍‌ଭାବେ କାର୍ଯ୍ୟକାରୀ କରାଯିବା, ଦିବ୍ୟାଙ୍ଗମାନଙ୍କ କାର୍ଯ୍ୟରେ ଅବହେଳା କରୁଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ସରକାରୀ ଜାଗା ପ୍ରଦାନ ସହିତ ଭିନ୍ନକ୍ଷମ ମାନଙ୍କ କାର୍ଯ୍ୟାଳୟ ନିର୍ମାଣ, ପୂର୍ବରୁ ଆସୋସିଏଶନ କରି ଆସୁଥିବା ଦାବି ସମୂହର ପୂରଣ, ବରଗଡ଼ ସଦର ବ୍ଲକରେ ଭିନ୍ନକ୍ଷମମାନଙ୍କ ପାଇଁ ରହିଥିବା ସ୍ବଚ୍ଛ ଭାରତ ମିଶନ ପାଇଖାନା ଯୋଜନାର ଯନ୍ତ୍ରୀ ଏବଂ କିରାଣିଙ୍କୁ ବଦଳି ପାଇଁ ଆସୋସିଏଶନ ଦାବି କରିଛି। ଆସୋସିଏଶନର ସମ୍ପାଦକ ସାନନ୍ଦ ନାଗ ଦାବିପତ୍ର ପ୍ରଦାନ ପାଇଁ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ।

The post ବରଗଡ଼ ଜିଲାପାଳଙ୍କୁ ଭିନ୍ନକ୍ଷମମାନଙ୍କ ୮ଦଫା ଦାବିପତ୍ର ପ୍ରଦାନ,୧୧ରେ ରାସ୍ତା ଅବରୋଧ ଚେତାବନୀ appeared first on Dharitri Odia News.