ଭିନେଶଙ୍କ ବିପକ୍ଷରେ ଲଢ଼ିବେ ଏହି WWE ମହିଳା ରେସ୍‌ଲର

ଚଣ୍ଡିଗଡ଼/ନୂଆଦିଲ୍ଲୀ,୧୧ା୯: ରେସ୍‌ଲର ଭିନେଶ ଫୋଗଟ ରାଜନୀତି ମଇଦାନକୁ ଓହ୍ଲାଇ ଜୁଲାନାରୁ କଂଗ୍ରେସ ପ୍ରାର୍ଥୀ ହେବା ପରେ ଜିନ୍ଦ ଜିଲାର ଏହି ନିର୍ବାଚନମଣ୍ଡଳୀ ଚର୍ଚ୍ଚାକୁ ଆସିଛି। ଭାଜପା ମଙ୍ଗଳବାର ଏହି ଆସନରେ କ୍ୟାପଟେନ୍‌ ଯୋଗେଶ ବୈରାଗୀଙ୍କୁ ଟିକେଟ ଦେଇଥିବା ବେଳେ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ବୁଧବାର କବିତା ଦଲାଲଙ୍କୁ ପ୍ରାର୍ଥୀ କରିଛି। ୩୦ ବର୍ଷୀୟା ପୂର୍ବତନ ଅଲିମ୍ପିଆନ୍‌ ରେସ୍‌ଲର ଭିନେଶ ପ୍ରାର୍ଥତ୍ପତ୍ର ଦାଖଲ କରିବାବେଳେ ତାଙ୍କ ସହ ରୋହତକ୍‌ ଏମ୍‌ପି ଦୀପେନ୍ଦର ସିଂ ହୁଡ଼ା ଓ ସୋନିପତ […] The post ଭିନେଶଙ୍କ ବିପକ୍ଷରେ ଲଢ଼ିବେ ଏହି WWE ମହିଳା ରେସ୍‌ଲର appeared first on Dharitri Odia News.

ଭିନେଶଙ୍କ ବିପକ୍ଷରେ ଲଢ଼ିବେ ଏହି WWE ମହିଳା ରେସ୍‌ଲର

ଚଣ୍ଡିଗଡ଼/ନୂଆଦିଲ୍ଲୀ,୧୧ା୯: ରେସ୍‌ଲର ଭିନେଶ ଫୋଗଟ ରାଜନୀତି ମଇଦାନକୁ ଓହ୍ଲାଇ ଜୁଲାନାରୁ କଂଗ୍ରେସ ପ୍ରାର୍ଥୀ ହେବା ପରେ ଜିନ୍ଦ ଜିଲାର ଏହି ନିର୍ବାଚନମଣ୍ଡଳୀ ଚର୍ଚ୍ଚାକୁ ଆସିଛି। ଭାଜପା ମଙ୍ଗଳବାର ଏହି ଆସନରେ କ୍ୟାପଟେନ୍‌ ଯୋଗେଶ ବୈରାଗୀଙ୍କୁ ଟିକେଟ ଦେଇଥିବା ବେଳେ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ବୁଧବାର କବିତା ଦଲାଲଙ୍କୁ ପ୍ରାର୍ଥୀ କରିଛି।

୩୦ ବର୍ଷୀୟା ପୂର୍ବତନ ଅଲିମ୍ପିଆନ୍‌ ରେସ୍‌ଲର ଭିନେଶ ପ୍ରାର୍ଥତ୍ପତ୍ର ଦାଖଲ କରିବାବେଳେ ତାଙ୍କ ସହ ରୋହତକ୍‌ ଏମ୍‌ପି ଦୀପେନ୍ଦର ସିଂ ହୁଡ଼ା ଓ ସୋନିପତ ଏମ୍‌ପି ସତପାଲ ବ୍ରହ୍ମଚାରୀ ଉପସ୍ଥିତ ଥିଲେ। ଭିନେଶ ଏହି ଆସନରେ ବଡ଼ ବିଜୟ ହାସଲ କରିବେ। କଂଗ୍ରେସ ମଧ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂ ହୁଡ଼ାଙ୍କ ନେତୃତ୍ୱରେ ହରିୟାଣା ବିଧାନସଭା ଦଖଲ କରିବ ଏବଂ ଭାଜପାକୁ ଭୋଟର ଗାଦିଚ୍ୟୁତ କରିବେ ବୋଲି ତାଙ୍କ ପୁଅ ଦୀପେନ୍ଦର କହିଛନ୍ତି। ଚରଖି ଦାଦ୍ରି ଜିଲା ବଲାଲିରେ ଜନ୍ମିତ ଭିନେଶଙ୍କ ଶାଶୁଘର ଜୁଲାନା ସହରରେ। ଅଲିମ୍ପିକ୍ସ ଫାଇନାଲରେ ପହଞ୍ଚତ୍ବାରେ ଭିନେଶ ହେଉଛନ୍ତି ପ୍ରଥମ ମହିଳା ରେସ୍‌ଲର ବା କୁସ୍ତିଯୋଦ୍ଧା। ତେବେ ୫୦ କେ.ଜି. ବର୍ଗରେ ଭାଗନେବା ବେଳେ ୧୦୦ ଗ୍ରାମ ଅଧିକ ଓଜନ ପାଇଁ ସେ ଅଯୋଗ୍ୟ ଘୋଷିତ ହୋଇଥିଲେ। କୃଷକ ଆନ୍ଦୋଳନକୁ ସମର୍ଥନ କରି ସେ ଚର୍ଚ୍ଚିତ ହୋଇଛନ୍ତି।

ସେହିପରି ଆପ୍‌ ପକ୍ଷରୁ ବୁଧବାର ଚତୁର୍ଥ ପର୍ଯ୍ୟାୟରେ ଜାରି ୨୧ ଜଣିଆ ପ୍ରାର୍ଥୀ ତାଲିକାରେ କବିତା ଦଲାଲଙ୍କ ନାମ ରହିଛି। ଭିନେଶ ଓ ଯୋଗେଶଙ୍କ ସହ ସେ ଏହି ଆସନରୁ ଲଢ଼ିବେ। ୩୭ ବର୍ଷୀୟା କବିତା ଜଣେ ଅନ୍ତର୍ଜାତୀୟ ରେସ୍‌ଲର। ଡବ୍ଲ୍ୟୁଡବ୍ଲ୍ୟୁଇରେ ଭାଗନେବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ପ୍ରଫେସନାଲ ମହିଳା ରେସ୍‌ଲର। ୨୦୧୬ ସାଉଥ୍‌ ଏସିଆନ୍‌ ଗେମ୍ସରେ ୭୫ କେ.ଜି. ବର୍ଗରେ ସ୍ବର୍ଣ୍ଣପଦକ ବିଜେତା କବିତାଙ୍କ ଘର ଜିନ୍ଦ୍‌ ଜିଲା ମାଲଭି ଗ୍ରାମରେ। ବିବାହ ପରେ ସ୍ବାମୀଙ୍କ ସମର୍ଥନ ତାଙ୍କୁ କ୍ରୀଡ଼ା କ୍ଷେତ୍ରରେ ନିଜ ଦକ୍ଷତା ପ୍ରମାଣିତ କରିବା ପାଇଁ ସୁଯୋଗ ଦେଇଥିଲା। ଜୁଲାନା ଆସନରେ ସେ ପ୍ରାର୍ଥୀ ହେବା ପରେ ହରିୟାଣା ରାଜନୀତି ରୋଚକ ମୋଡ଼ରେ ପହଞ୍ଚିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଦଳ କଂଗ୍ରେସ ସହ ଆସନ ବୁଝାମଣା ନ ଛିଣ୍ଡିବାରୁ ସୋମବାରଠାରୁ ଅଦ୍ୟାବଧି ହରିୟାଣା ବିଧାନସଭା ଆସନ ପାଇଁ ୬୧ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଲାଣି।

The post ଭିନେଶଙ୍କ ବିପକ୍ଷରେ ଲଢ଼ିବେ ଏହି WWE ମହିଳା ରେସ୍‌ଲର appeared first on Dharitri Odia News.