ଏହି ଝିଅଙ୍କ କଥା ଶୁଣି ମୋଦି ହୋଇଗଲେ ଆଶ୍ଚର୍ଯ୍ୟ: ପଚାରିଦେଲେ ଏହି ପ୍ରଶ୍ନ

ନୂଆଦିଲ୍ଲୀ,୧୦।୨: ଆଜି ‘ପରୀକ୍ଷା ପେ ଚର୍ଚ୍ଚା’ର ୨୦୨୫ର ଅଷ୍ଟମ ସଂସ୍କରଣ ଆୟୋଜନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛାତ୍ରୀଛାତ୍ରମାନଙ୍କ ସହ ଆଲୋଚନା କରିଥିଲେ ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ଟିପ୍ସ ମଧ୍ୟ ଦେଇଥିଲେ। ଏହି ସମୟରେ, ପ୍ରଧାନମନ୍ତ୍ରୀ ମୋଦି କେରଳର ଜଣେ ଝିଅର ହିନ୍ଦୀରେ ବହୁତ ପ୍ରଭାବିତ ହୋଇଥିଲେ। ସେ କେରଳର ଆକାଂକ୍ଷାଙ୍କୁ ପଚାରିଥିଲେ ଯେ, ସେ ଏତେ ଭଲ ହିନ୍ଦୀ କିପରି କହିପାରନ୍ତି? ଆକାଂକ୍ଷା ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହି ପ୍ରଶ୍ନର ଉତ୍ତର ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ପ୍ରଶ୍ନର […] The post ଏହି ଝିଅଙ୍କ କଥା ଶୁଣି ମୋଦି ହୋଇଗଲେ ଆଶ୍ଚର୍ଯ୍ୟ: ପଚାରିଦେଲେ ଏହି ପ୍ରଶ୍ନ appeared first on Dharitri Odia News.

ଏହି ଝିଅଙ୍କ କଥା ଶୁଣି ମୋଦି ହୋଇଗଲେ ଆଶ୍ଚର୍ଯ୍ୟ: ପଚାରିଦେଲେ ଏହି ପ୍ରଶ୍ନ

ନୂଆଦିଲ୍ଲୀ,୧୦।୨: ଆଜି ‘ପରୀକ୍ଷା ପେ ଚର୍ଚ୍ଚା’ର ୨୦୨୫ର ଅଷ୍ଟମ ସଂସ୍କରଣ ଆୟୋଜନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛାତ୍ରୀଛାତ୍ରମାନଙ୍କ ସହ ଆଲୋଚନା କରିଥିଲେ ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ଟିପ୍ସ ମଧ୍ୟ ଦେଇଥିଲେ। ଏହି ସମୟରେ, ପ୍ରଧାନମନ୍ତ୍ରୀ ମୋଦି କେରଳର ଜଣେ ଝିଅର ହିନ୍ଦୀରେ ବହୁତ ପ୍ରଭାବିତ ହୋଇଥିଲେ। ସେ କେରଳର ଆକାଂକ୍ଷାଙ୍କୁ ପଚାରିଥିଲେ ଯେ, ସେ ଏତେ ଭଲ ହିନ୍ଦୀ କିପରି କହିପାରନ୍ତି? ଆକାଂକ୍ଷା ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହି ପ୍ରଶ୍ନର ଉତ୍ତର ଦେଇଥିଲେ।
ପ୍ରଧାନମନ୍ତ୍ରୀଙ୍କ ପ୍ରଶ୍ନର ଉତ୍ତର ଦେଇ ଆକାଂକ୍ଷା କହିଥିଲେ, କାରଣ ମୁଁ ହିନ୍ଦୀ ଭାଷାକୁ ବହୁତ ପସନ୍ଦ କରେ। ମୁଁ କବିତା ମଧ୍ୟ ଲେଖେ। ତା’ପରେ ପ୍ରଧାନମନ୍ତ୍ରୀ ମୋଦି କେରଳର ଆକାଂକ୍ଷାଙ୍କୁ ଏକ କବିତା ପାଠ କରିବାକୁ କହିଥିଲେ। ପରେ କବିତା ପଢିଥିଲେ। ପ୍ରଧାନମନ୍ତ୍ରୀ କବିତା ଶୁଣି ପ୍ରଶଂସା କରିଥିଲେ।
ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ଛାତ୍ରମାନଙ୍କୁ କହିଥିଲେ, ତୁମେମାନେ ସବୁବେଳେ ନିଜକୁ ଚ୍ୟାଲେଞ୍ଜ କରିଚାଲ। ଧୀରେ ଧୀରେ ନିଜ ମନକୁ ସ୍ଥିର କରିବା ଉଚିତ। ନିଜ ସହିତ ପ୍ରତିଯୋଗିତା କର। ଯିଏ ଏହା କରେ, ତା’ର ଆତ୍ମବିଶ୍ୱାସ କେବେ ଭାଙ୍ଗିବ ନାହିଁ। ନିଜକୁ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କର।

The post ଏହି ଝିଅଙ୍କ କଥା ଶୁଣି ମୋଦି ହୋଇଗଲେ ଆଶ୍ଚର୍ଯ୍ୟ: ପଚାରିଦେଲେ ଏହି ପ୍ରଶ୍ନ appeared first on Dharitri Odia News.