ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ

କେନ୍ଦୁଝର,୬ା୬(ନରେଶ ଚନ୍ଦ୍ର ପଟ୍ଟନାୟକ/ ଦୀପକ ମିଶ୍ର): କେନ୍ଦୁଝର ଫାଷ୍ଟଟ୍ରାକ୍‌ କୋର୍ଟରେ ନାବାଳିକା ବଳାତ୍କାର ମାମଲାର ରାୟ ପ୍ରକାଶ ପାଇଛି। ବିଚାରପତି ବିଜୟ କୁମାର ମିଶ୍ର ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ୨୦ବର୍ଷ ଜେଲ ଦଣ୍ତାଦେଶ ଶୁଣାଇଛନ୍ତି। ଦୋଷୀ ହେଲେ ତେଲକୋଇ ଥାନା ଅନ୍ତର୍ଗତ ଶିରିଆବାହାଳ ଗ୍ରାମର ଟୁକୁନା ମୁଣ୍ତା(୨୨)। ଏଥିସହ ୧୦ ହଜାର ଟଙ୍କା ଜରିମାନା ଓ ଅନାଦାୟ ୬ ମାସ ଅଧିକ କାରାଦଣ୍ତ ଆଦେଶ କରିଛନ୍ତି। ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ […] The post ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ appeared first on Dharitri Odia News.

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ

କେନ୍ଦୁଝର,୬ା୬(ନରେଶ ଚନ୍ଦ୍ର ପଟ୍ଟନାୟକ/ ଦୀପକ ମିଶ୍ର): କେନ୍ଦୁଝର ଫାଷ୍ଟଟ୍ରାକ୍‌ କୋର୍ଟରେ ନାବାଳିକା ବଳାତ୍କାର ମାମଲାର ରାୟ ପ୍ରକାଶ ପାଇଛି। ବିଚାରପତି ବିଜୟ କୁମାର ମିଶ୍ର ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ୨୦ବର୍ଷ ଜେଲ ଦଣ୍ତାଦେଶ ଶୁଣାଇଛନ୍ତି। ଦୋଷୀ ହେଲେ ତେଲକୋଇ ଥାନା ଅନ୍ତର୍ଗତ ଶିରିଆବାହାଳ ଗ୍ରାମର ଟୁକୁନା ମୁଣ୍ତା(୨୨)। ଏଥିସହ ୧୦ ହଜାର ଟଙ୍କା ଜରିମାନା ଓ ଅନାଦାୟ ୬ ମାସ ଅଧିକ କାରାଦଣ୍ତ ଆଦେଶ କରିଛନ୍ତି। ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ ପାଇଁ ଜିଲା ଆଇନ୍‌ସେବା ପ୍ରାଧିକରଣଙ୍କୁ ସୁପାରିଶ କରାଯାଇଛି।

ମାମଲା ବିବରଣୀ ଅନୁଯାୟୀ, ୨୦୨୨ ଫେବୃଆରୀ ୨୫ରେ ନାବାଳିକା ଖାଇସାରି ଘରେ ସାନ ଭଉଣୀ ସମେତ ଗାଁର ଅନ୍ୟ ଝିଅଙ୍କ ସହିତ ମିଶି ଶୋଇଥିଲେ। ବିଳମ୍ବିତ ରାତିରେ ଟୁକୁନା କବାଟ ଠେଲି ଘରକୁ ପଶି ନାବାଳିକାଙ୍କ ମୁହଁକୁ ଚାପି ଧରି ବଳାତ୍କାର କରିଥିଲେ। ଏହି ସମୟରେ ପାଟିତୁଣ୍ତ ଶୁଣି ପାଖରେ ଶୋଇଥିବା ଝିଅମାନେ ଉଠି ଲାଇଟ୍‌ ଜଳାଇ ଦେବାରୁ ଅଭିଯୁକ୍ତ ଟର୍ଚ୍ଚ ଓ ଚପଲ ଛାଡି ଦୌଡି ପଳାଇଥିଲା। ସକାଳେ ପୀଡ଼ିତା ଘଟଣା ସମ୍ପର୍କରେ ଭାଇଙ୍କୁ କହିଥିଲେ। ତେଲକୋଇ ଥାନାରେ ଅଭିଯୋଗ ପରେ ପୋଲିସ ଏକ ମାମଲା(ନଂ. ୩୦/୨୨) ରୁଜୁ କରି ପୀଡ଼ିତାଙ୍କ ବୟାନ ଆଧାରରେ ଅଭିଯୁକ୍ତ ଟୁକୁନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ୩୧ଜଣ ସାକ୍ଷୀଙ୍କ ବୟାନ ଓ ପୋଲିସ ତଦନ୍ତ ରିପୋର୍ଟକୁ ଭିତ୍ତି କରି ବିଚାରପତି ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଜ୍ଞାନେନ୍ଦ୍ରନାଥ ଜେନା ମାମଲା ପରିଚାଳନା କରିଥିଲେ।

The post ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ appeared first on Dharitri Odia News.