ଟ୍ରେନ ଲାଇନରୁ ଚୋରି କରୁଥିଲେ କୋଇଲା, ମାଷ୍ଟରମାଇଣ୍ଡ ସହ ୨ ଜଣଙ୍କୁ ବାନ୍ଧିଲା ଭଦ୍ରକ ପୋଲିସ
ଭଦ୍ରକ ୧୭/୧୧: ଟ୍ରେନ ଲାଇନରୁ ଚୋରି କରୁଥିଲେ କୋଇଲା । ୨୮୦ଟି ବ୍ୟାଗରେ ଥିଲା ୧୧୨ କ୍ବିଣ୍ଟାଲ କୋଇଲା । କୋଇଲା ଚୋରି ରାକେଟର ମାଷ୍ଟର ମାଇଣ୍ଡ ସହ ୨ ଗିରଫ । ଭଦ୍ରକ ପୁରୁଣା ବଜାରରୁ କୋଇଲା ଚୋରି ରାକେଟର ପର୍ଦ୍ଦାଫାଶ କରିଛି ପୋଲିସ । କୌଣସି ସୂତ୍ରରୁ ଖବର ପାଇ କୋଇଲା ବୋଝେଇ ଗାଡିକୁ ଅଟକାଇଥିଲା ପୋଲିସ । ଡ୍ରାଇଭରଙ୍କୁ ପଚରାଉଚରା ବେଳେ ଗାଡିରୁ ୮୦ଟି ଚୋରା କୋଇଲା ବ୍ୟାଗ ମିଳିଥିଲା । ପରେ ଗାଡି ମାଲିକଙ୍କୁ ଗିରଫ ପରେ କୋଇଲା ଚୋରା ଚାଲାଣର ମାଷ୍ଟରମାଇଣ୍ଡ ପାଖରେ ପହଞ୍ଚିଥିଲା ପୋଲିସ ।ସେଠାରେ ବେଆଇନ ଭାବରେ ରଖାଯାଇଥିବା ୧୫୫ଟି ବ୍ୟାଗ ଓ ଅନ୍ୟ ଏକ ସ୍ଥାନରୁ ୪୫ଟି ଚୋରା ବ୍ୟାଗ ଠାବ କରିଥିଲା ପୋଲିସ । ମୋଟ୍ ୨୮୦ଟି ବ୍ୟାଗରେ ୧୧୨ କ୍ବିଣ୍ଟାଲ ଚୋରା କୋଇଲା ଜବତ କରାଯାଇଛି । ଘଟଣାର ମାଷ୍ଟରମାଇଣ୍ଡ ପ୍ରକାଶ ମଲ୍ଲିକ, ଗାଡି ମାଲିକ ଅଫତାବ ଖାନ, ଡ୍ରାଇଭର ଏସ.କେ ମଜାହିଦ୍କୁ ଗିରଫ କରିଛି ପୋଲିସ । କୋଇଲା ଚୋରା ଚାରାଣ ରୋକିବା ପାଇଁ ପୋଲିସ ଲୋକଙ୍କୁ ନିବେଦନ କରିବା ସହ ସହଯୋଗ ପାଇଁ ନିବେଦନ କରିଛି । ପୋଲିସ ପକ୍ଷରୁ ଏକ ନମ୍ବର ଜାରି କରାଯାଇଛି । ସୂଚନା ଦେଉଥିବା ଲୋକଙ୍କ ନାଁ ଗୋପନ ରଖାଯିବା ନେଇ କହିଛନ୍ତି ଭଦ୍ରକ ସିଟିଡିଏସପି ଅଂଶୁମାନ ଦ୍ବିବେଦୀ ।
ଭଦ୍ରକ ୧୭/୧୧: ଟ୍ରେନ ଲାଇନରୁ ଚୋରି କରୁଥିଲେ କୋଇଲା । ୨୮୦ଟି ବ୍ୟାଗରେ ଥିଲା ୧୧୨ କ୍ବିଣ୍ଟାଲ କୋଇଲା । କୋଇଲା ଚୋରି ରାକେଟର ମାଷ୍ଟର ମାଇଣ୍ଡ ସହ ୨ ଗିରଫ । ଭଦ୍ରକ ପୁରୁଣା ବଜାରରୁ କୋଇଲା ଚୋରି ରାକେଟର ପର୍ଦ୍ଦାଫାଶ କରିଛି ପୋଲିସ । କୌଣସି ସୂତ୍ରରୁ ଖବର ପାଇ କୋଇଲା ବୋଝେଇ ଗାଡିକୁ ଅଟକାଇଥିଲା ପୋଲିସ । ଡ୍ରାଇଭରଙ୍କୁ ପଚରାଉଚରା ବେଳେ ଗାଡିରୁ ୮୦ଟି ଚୋରା କୋଇଲା ବ୍ୟାଗ ମିଳିଥିଲା । ପରେ ଗାଡି ମାଲିକଙ୍କୁ ଗିରଫ ପରେ କୋଇଲା ଚୋରା ଚାଲାଣର ମାଷ୍ଟରମାଇଣ୍ଡ ପାଖରେ ପହଞ୍ଚିଥିଲା ପୋଲିସ ।