ଏହି ତାରିଖ ଯାଏ ମାଗଣାରେ ଅପଡେଟ୍‌ ହେବ ଅଧାରକାର୍ଡ, ବିଳମ୍ବ କଲେ ଦେବାକୁ ପଡିବ ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଲୋକଙ୍କ ପାଖରେ ଅନେକ ଡକ୍ୟୁମେଣ୍ଟ ଗୁରୁତ୍ୱପୂର୍ଣ୍ଣ ସମୟରେ ଆବଶ୍ୟକ ହୋଇଥାଏ। ସେଗୁଡ଼ିକ ମଧ୍ୟରେ ସର୍ବାଧିକ ବ୍ୟବହୃତ ଡକ୍ୟୁମେଣ୍ଟ ହେଉଛି ଆଧାର କାର୍ଡ। ଭାରତର ଜନସଂଖ୍ୟାର ପ୍ରାୟ ୯୦ ପ୍ରତିଶତ ଆଧାର କାର୍ଡ ରହିଛି। ବିଦ୍ୟାଳୟ-କଲେଜରେ ଆଡମିଶନ ନେବା ଠାରୁ ଆରମ୍ଭ କରି ସରକାରୀ ଯୋଜନାର ସୁବିଧା ପାଇବା ପର୍ଯ୍ୟନ୍ତ ଆପଣଙ୍କୁ ଆଧାର କାର୍ଡ ଦରକାର। ଅନେକ ଥର ଆଧାର କାର୍ଡ ତିଆରି କରିବା ସମୟରେ ଲୋକମାନେ କିଛି ଭୁଲ କରନ୍ତି। ହେଲେ UIDAI ଆଧାର […] The post ଏହି ତାରିଖ ଯାଏ ମାଗଣାରେ ଅପଡେଟ୍‌ ହେବ ଅଧାରକାର୍ଡ, ବିଳମ୍ବ କଲେ ଦେବାକୁ ପଡିବ ଟଙ୍କା appeared first on Dharitri Odia News.

ଏହି ତାରିଖ ଯାଏ ମାଗଣାରେ ଅପଡେଟ୍‌ ହେବ ଅଧାରକାର୍ଡ, ବିଳମ୍ବ କଲେ ଦେବାକୁ ପଡିବ ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଲୋକଙ୍କ ପାଖରେ ଅନେକ ଡକ୍ୟୁମେଣ୍ଟ ଗୁରୁତ୍ୱପୂର୍ଣ୍ଣ ସମୟରେ ଆବଶ୍ୟକ ହୋଇଥାଏ। ସେଗୁଡ଼ିକ ମଧ୍ୟରେ ସର୍ବାଧିକ ବ୍ୟବହୃତ ଡକ୍ୟୁମେଣ୍ଟ ହେଉଛି ଆଧାର କାର୍ଡ। ଭାରତର ଜନସଂଖ୍ୟାର ପ୍ରାୟ ୯୦ ପ୍ରତିଶତ ଆଧାର କାର୍ଡ ରହିଛି। ବିଦ୍ୟାଳୟ-କଲେଜରେ ଆଡମିଶନ ନେବା ଠାରୁ ଆରମ୍ଭ କରି ସରକାରୀ ଯୋଜନାର ସୁବିଧା ପାଇବା ପର୍ଯ୍ୟନ୍ତ ଆପଣଙ୍କୁ ଆଧାର କାର୍ଡ ଦରକାର।

ଅନେକ ଥର ଆଧାର କାର୍ଡ ତିଆରି କରିବା ସମୟରେ ଲୋକମାନେ କିଛି ଭୁଲ କରନ୍ତି। ହେଲେ UIDAI ଆଧାର କାର୍ଡ ଅପଡେଟ କରିବାର ଏକ ସୁଯୋଗ ପ୍ରଦାନ କରୁଛି। ତଥାପି, ଏଥିପାଇଁ ଆପଣଙ୍କୁ ଫି ଦେବାକୁ ପଡିବ। କିନ୍ତୁ ଯଦି ଆପଣ ଏହି ତାରିଖ ପର୍ଯ୍ୟନ୍ତ ଆଧାର କାର୍ଡ ଅପଡେଟ୍‌ କରୁଛନ୍ତି। ତେବେ ଏଥିପାଇଁ ଆପଣଙ୍କୁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ, କାରଣ UIDAI ଆପଣଙ୍କୁ ଆଧାର ମାଗଣାରେ ଅପଡେଟ୍‌ କରିବାର ସୁଯୋଗ ଦେଉଛି।

ଆଧାର କାର୍ଡଧାରୀଙ୍କୁ ବର୍ତ୍ତମାନ ୟୁନିକ ଆଇଡେଣ୍ଟିଫିକେଶନ ଅଥରିଟି ଅଫ ଇଣ୍ଡିଆ (UIDAI) ଦ୍ୱାରା ବହୁତ ସୁବିଧା ଦିଆଯାଉଛି। ଯେଉଁମାନଙ୍କର ଆଧାର କାର୍ଡ ୧୦ ବର୍ଷ ପୁରୁଣା। ସମସ୍ତେ ସେମାନଙ୍କର ଆଧାର କାର୍ଡ ମାଗଣାରେ ଅପଡେଟ କରିପାରିବେ। ମାଗଣା ଆଧାର କାର୍ଡ ଅପଡେଟ ପାଇଁ UIDAI ଡିସେମ୍ବର ୧୪କୁ ଶେଷ ତାରିଖ ଭାବରେ ସ୍ଥିର କରିଛି।

ଯଦି ଆପଣ ଏହି ତାରିଖ ସୁଦ୍ଧା ଆପଣଙ୍କର ଆଧାର କାର୍ଡ ଅପଡେଟ କରନ୍ତି। ତେବେ ଅପଡେଟ ପାଇଁ ଆପଣଙ୍କୁ ଦେୟ ଦେବାକୁ ପଡିବ ନାହିଁ । ଯଦି ଆଧାର କାର୍ଡକୁ ମାଗଣାରେ ଅପଡେଟ କରିବାକୁ ଚାହୁଁଛନ୍ତି। ତା’ହେଲେଆପଣଙ୍କୁ ଅଫିସିଆଲ ୱେବସାଇଟ https://myaadhaar.uidai.gov.in/du/en_IN କୁ ଯିବାକୁ ପଡିବ।

The post ଏହି ତାରିଖ ଯାଏ ମାଗଣାରେ ଅପଡେଟ୍‌ ହେବ ଅଧାରକାର୍ଡ, ବିଳମ୍ବ କଲେ ଦେବାକୁ ପଡିବ ଟଙ୍କା appeared first on Dharitri Odia News.