ଏହି ଦଳ ସହ ୬୦ ରନ କରିବା କଷ୍ଟକର, CSKର ଲଜ୍ଜାଜନକ ପରାଜୟ ପରେ ଧୋନି କ’ଣ କହିଲେ?

ନୂଆଦିଲ୍ଲୀ ୧୨/୦୪: ଆଇପିଏଲ ୨୦୨୫ ଅଧାରୁ ଚେନ୍ନାଇ ସୁପର କିଙ୍ଗ୍ସ ପରିବର୍ତ୍ତନ କରିଛି ଅଧିନାୟକ । ୧୧ ଏପ୍ରିଲରେ କେକେଆର ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍ ରେ ଏମ୍ଏସ୍ ଧୋନି ଅଧିନାୟକ ଥିଲେ । ୨୦୨୩ ପରେ ଆଇପିଏଲରେ ଏହା ପ୍ରଥମ ଥର ଥିଲା ଯେ, ଏମଏସ ଧୋନି ଦଳର ଦାୟିତ୍ୱ ନେଇଥିଲେ। କିନ୍ତୁ ସେ ଦଳକୁ ବିଜୟ ପଥରେ ନେଇପାରିଲେ ନାହିଁ। ଏହି ସିଜିନରେ, CSK ଦଳ କ୍ରମାଗତ ପଞ୍ଚମ ପରାଜୟ । ଫଳରେ ପ୍ଲେଅଫ୍ ଦୌଡ଼ରେ ପଛରେ ରହିଛି ସିଏସ୍‌କେ । କେକେଆର ବିପକ୍ଷରେ ସିଏସକେ ଦଳର ଲଜ୍ଜାଜନକ ପ୍ରଦର୍ଶନ କରିଥିଲା । ଫଳରେ ପରାଜୟ ପରେ ଧୋନି ନିଜ ଦଳ ଉପରେ ପ୍ରଶ୍ନ ଉଠାଇଥିଲେ।ପରାଜୟ ଉପରେ ଧୋନି କ'ଣ କହିଲେ?ଗତ ସିଜିନ ଠାରୁ ଆଇପିଏଲରେ ଖେଳ ବହୁତ ପରିବର୍ତ୍ତନ ହୋଇଛି । ଏବେ ୨୦୦ ରନ୍ କରିବା ଏକ ସାଧାରଣ କଥା ହୋଇଗଲାଣି। ମ୍ୟାଚ୍‌ର ପ୍ରଥମ ବଲ୍‌ରୁ ବ୍ୟାଟ୍ସମ୍ୟାନମାନେ ଆକ୍ରମଣାତ୍ମକ ବ୍ୟାଟିଂ କରନ୍ତି । କିନ୍ତୁ ଏହି ସିଜିନରେ CSK ପକ୍ଷରୁ ଏହା ଏପର୍ଯ୍ୟନ୍ତ ଦେଖାଯାଇ ନାହିଁ। ଟିମ୍‌ ମ୍ୟାଚ୍ ବହୁତ ଧୀରେ ଆରମ୍ଭ କରୁଛି । ଯେଉଁ କାରଣରୁ ସେ ଲଗାତାର ପରାଜୟର ସମ୍ମୁଖୀନ ହେଉଛନ୍ତି। କେକେଆର ବିପକ୍ଷରେ ମଧ୍ୟ, ସିଏସକେ ଦଳ ପାୱାରପ୍ଲେର ପ୍ରଥମ ୬ ଓଭରରେ ୨ ୱିକେଟ ହରାଇ କେବଳ ୩୧ ରନ କରିପାରିଥିଲା। ଏପରି ପରିସ୍ଥିତିରେ ଦଳର ପରାଜୟ ପରେ ଧୋନି ଏକ ବଡ଼ ବୟାନ ଦେଇଛନ୍ତି।ଏମଏସ ଧୋନି କହିଛନ୍ତି 'ଆମେ କୌଣସି ବଡ଼ ପାର୍ଟନରସିପ୍ କରିପାରିଲୁନି

ଏହି ଦଳ ସହ ୬୦ ରନ କରିବା କଷ୍ଟକର, CSKର ଲଜ୍ଜାଜନକ ପରାଜୟ ପରେ ଧୋନି କ’ଣ କହିଲେ?

ନୂଆଦିଲ୍ଲୀ ୧୨/୦୪: ଆଇପିଏଲ ୨୦୨୫ ଅଧାରୁ ଚେନ୍ନାଇ ସୁପର କିଙ୍ଗ୍ସ ପରିବର୍ତ୍ତନ କରିଛି ଅଧିନାୟକ । ୧୧ ଏପ୍ରିଲରେ କେକେଆର ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍ ରେ ଏମ୍ଏସ୍ ଧୋନି ଅଧିନାୟକ ଥିଲେ । ୨୦୨୩ ପରେ ଆଇପିଏଲରେ ଏହା ପ୍ରଥମ ଥର ଥିଲା ଯେ, ଏମଏସ ଧୋନି ଦଳର ଦାୟିତ୍ୱ ନେଇଥିଲେ। କିନ୍ତୁ ସେ ଦଳକୁ ବିଜୟ ପଥରେ ନେଇପାରିଲେ ନାହିଁ। ଏହି ସିଜିନରେ, CSK ଦଳ କ୍ରମାଗତ ପଞ୍ଚମ ପରାଜୟ । ଫଳରେ ପ୍ଲେଅଫ୍ ଦୌଡ଼ରେ ପଛରେ ରହିଛି ସିଏସ୍‌କେ । କେକେଆର ବିପକ୍ଷରେ ସିଏସକେ ଦଳର ଲଜ୍ଜାଜନକ ପ୍ରଦର୍ଶନ କରିଥିଲା । ଫଳରେ ପରାଜୟ ପରେ ଧୋନି ନିଜ ଦଳ ଉପରେ ପ୍ରଶ୍ନ ଉଠାଇଥିଲେ।

ପରାଜୟ ଉପରେ ଧୋନି କ'ଣ କହିଲେ?

ଗତ ସିଜିନ ଠାରୁ ଆଇପିଏଲରେ ଖେଳ ବହୁତ ପରିବର୍ତ୍ତନ ହୋଇଛି । ଏବେ ୨୦୦ ରନ୍ କରିବା ଏକ ସାଧାରଣ କଥା ହୋଇଗଲାଣି। ମ୍ୟାଚ୍‌ର ପ୍ରଥମ ବଲ୍‌ରୁ ବ୍ୟାଟ୍ସମ୍ୟାନମାନେ ଆକ୍ରମଣାତ୍ମକ ବ୍ୟାଟିଂ କରନ୍ତି । କିନ୍ତୁ ଏହି ସିଜିନରେ CSK ପକ୍ଷରୁ ଏହା ଏପର୍ଯ୍ୟନ୍ତ ଦେଖାଯାଇ ନାହିଁ। ଟିମ୍‌ ମ୍ୟାଚ୍ ବହୁତ ଧୀରେ ଆରମ୍ଭ କରୁଛି । ଯେଉଁ କାରଣରୁ ସେ ଲଗାତାର ପରାଜୟର ସମ୍ମୁଖୀନ ହେଉଛନ୍ତି। କେକେଆର ବିପକ୍ଷରେ ମଧ୍ୟ, ସିଏସକେ ଦଳ ପାୱାରପ୍ଲେର ପ୍ରଥମ ୬ ଓଭରରେ ୨ ୱିକେଟ ହରାଇ କେବଳ ୩୧ ରନ କରିପାରିଥିଲା। ଏପରି ପରିସ୍ଥିତିରେ ଦଳର ପରାଜୟ ପରେ ଧୋନି ଏକ ବଡ଼ ବୟାନ ଦେଇଛନ୍ତି।

ଏମଏସ ଧୋନି କହିଛନ୍ତି 'ଆମେ କୌଣସି ବଡ଼ ପାର୍ଟନରସିପ୍ କରିପାରିଲୁନି । ଯେଉଁଥିପାଇଁ ଆମ ରେଜଲ୍ଟ ଖରାପ ହେଲା । ଆମର ବିଶ୍ୱାସ ଆମେ କମ୍‌ବ୍ୟାକ୍‌ କରିବୁ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପରିସ୍ଥିତିକୁ ଦେଖିବା । ଆମେ ଭଲ କରିଥିବା କିଛି ମ୍ୟାଚ୍ ଦେଖିବା । ନିଜ ଶକ୍ତିକୁ ସମର୍ଥନ କରିବା, ଯେଉଁ ସଟ୍ ପାରୁଛେ ସେହି ସଟ୍ ଖେଳିବା । ଆମର ଓପନରମାନେ ଭଲ ଓପନର । କିନ୍ତୁ ସେମାନେ ଲମ୍ବା ପ୍ରେସର ଦିଅନ୍ତି ନାହିଁ କିମ୍ବା ଲାଇନ ଆରପାରିକୁ ମାରିବାକୁ ଚେଷ୍ଟା କରନ୍ତି ନାହିଁ। ହେଲେ ସ୍କୋରବୋର୍ଡ ଦେଖି ଆମେ ନିଜ ଉପରେ ଚାପ ପକାଇବା ନାହିଁ । ଏହା ଗୁରୁତ୍ୱପୂର୍ଣ୍ଣ।