ଏହି ଦିନ ଦେଖିବା ବାକି ଥିଲା ! ସଂସଦ ଭବନରେ ସାଂସଦଙ୍କ ଆସନରେ ବସିଲା ମାଙ୍କଡ଼, ଦେଖନ୍ତୁ Video

ନୂଆଦିଲ୍ଲୀ : ନୂଆ ସଂସଦ ଭବନରେ ମାଙ୍କଡ ପଶିଛି। ଏଥର ମାଙ୍କଡ଼ ସଂସଦ ଲବିରେ ପଡିଥିବା ସୋଫା ଉପରେ ଯାଇ ବସିଛି। ଶୁକ୍ରବାର ସଂସଦରେ ପଶିଥିବା ଏହି ମାଙ୍କଡ଼ ସଂସଦ ଭବନ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଉଲ୍ଲେଖଯୋଗ୍ୟ ଯେ ସେଣ୍ଟ୍ରାଲ ଭିଷ୍ଟା ଅର୍ଥାତ ନୂଆ ସଂସଦ ଭବନରେ ପୁରୁଣା ସଂସଦ ଭବନ ଭଳି ଖୋଲା ବାରଣ୍ଡା ନାହିଁ। ଏହା ସତ୍ତ୍ୱେ ଭିତରକୁ ମାଙ୍କଡ଼ ପଶି ଆସିବା ସୁରକ୍ଷାରେ ତ୍ରୁଟି ମନେ କରାଯାଉଛି। କୁହାଯାଉଛି ମାଙ୍କଡଟି କୌଣସି ଏକ ଦ୍ୱାର ଦେଇ ସଂସଦ ଭବନ ଭିତରକୁ ପଶିଛି। ତାକୁ ଦେଖିବା ମାତ୍ରେ ସୁରକ୍ଷାକର୍ମୀ ମାନେ ବାହରକୁ ତଡି ଦେଇଥିଲେ। ହେଲେ ତା ପୂର୍ବରୁ ମାଙ୍କଡଟି ସଂସଦ ଲବିରେ ପଶି ବେଶ୍ ଡିଆଁ ଡେଇଁ କରିଥିଲା। ମଙ୍କଡର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଅପଲୋଡ ହୋଇଥିବା ବେଳେ ଭାଇରାଲ ହୋଇଯାଇଛି। ତେବେ ସଂସଦ ଭବନରେ ମାଙ୍କଡ଼ ଭିଡିଓକୁ ନେଇ ଏ ପର୍ଯ୍ୟନ୍ତ କୌଣସି ଅଧିକାରିକ ବୟାନ ଆସି ନାହିଁ। ଏହି ଭିଡିଓକୁ ସଂସଦ ଲବିରେ ବସିଥିବା ଜନୈକ ବ୍ୟକ୍ତି ତାଙ୍କ ମୋବାଇଲ ଫୋନ କ୍ୟାମେରାରେ ରେକର୍ଡ କରିନେଇଥିଲେ। #parliament2024आज संसद में बंदर का आतंक दिखा।MP lobby में दिए बंदर ने दर्शन। pic.twitter.com/3tQrmo6dBr— Aishwarya Paliwal (@AishPaliwal) August 2, 2024ମାଙ୍କଡ ସେହି ସମୟରେ ସଂସଦରେ ପଶିଥିଲା ଯେତେବେଳେ ଗୃହରେ ବଜେଟକୁ ନେଇ ଆଲୋଚନା ଚାଲିଥିଲା। ଏହା ପୂର୍ବ

ଏହି ଦିନ ଦେଖିବା ବାକି ଥିଲା ! ସଂସଦ ଭବନରେ ସାଂସଦଙ୍କ ଆସନରେ ବସିଲା ମାଙ୍କଡ଼, ଦେଖନ୍ତୁ Video

ନୂଆଦିଲ୍ଲୀ : ନୂଆ ସଂସଦ ଭବନରେ ମାଙ୍କଡ ପଶିଛି। ଏଥର ମାଙ୍କଡ଼ ସଂସଦ ଲବିରେ ପଡିଥିବା ସୋଫା ଉପରେ ଯାଇ ବସିଛି। ଶୁକ୍ରବାର ସଂସଦରେ ପଶିଥିବା ଏହି ମାଙ୍କଡ଼ ସଂସଦ ଭବନ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଉଲ୍ଲେଖଯୋଗ୍ୟ ଯେ ସେଣ୍ଟ୍ରାଲ ଭିଷ୍ଟା ଅର୍ଥାତ ନୂଆ ସଂସଦ ଭବନରେ ପୁରୁଣା ସଂସଦ ଭବନ ଭଳି ଖୋଲା ବାରଣ୍ଡା ନାହିଁ। ଏହା ସତ୍ତ୍ୱେ ଭିତରକୁ ମାଙ୍କଡ଼ ପଶି ଆସିବା ସୁରକ୍ଷାରେ ତ୍ରୁଟି ମନେ କରାଯାଉଛି। 

କୁହାଯାଉଛି ମାଙ୍କଡଟି କୌଣସି ଏକ ଦ୍ୱାର ଦେଇ ସଂସଦ ଭବନ ଭିତରକୁ ପଶିଛି। ତାକୁ ଦେଖିବା ମାତ୍ରେ ସୁରକ୍ଷାକର୍ମୀ ମାନେ ବାହରକୁ ତଡି ଦେଇଥିଲେ। ହେଲେ ତା ପୂର୍ବରୁ ମାଙ୍କଡଟି ସଂସଦ ଲବିରେ ପଶି ବେଶ୍ ଡିଆଁ ଡେଇଁ କରିଥିଲା। ମଙ୍କଡର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଅପଲୋଡ ହୋଇଥିବା ବେଳେ ଭାଇରାଲ ହୋଇଯାଇଛି। ତେବେ ସଂସଦ ଭବନରେ ମାଙ୍କଡ଼ ଭିଡିଓକୁ ନେଇ ଏ ପର୍ଯ୍ୟନ୍ତ କୌଣସି ଅଧିକାରିକ ବୟାନ ଆସି ନାହିଁ। ଏହି ଭିଡିଓକୁ ସଂସଦ ଲବିରେ ବସିଥିବା ଜନୈକ ବ୍ୟକ୍ତି ତାଙ୍କ ମୋବାଇଲ ଫୋନ କ୍ୟାମେରାରେ ରେକର୍ଡ କରିନେଇଥିଲେ। 


ମାଙ୍କଡ ସେହି ସମୟରେ ସଂସଦରେ ପଶିଥିଲା ଯେତେବେଳେ ଗୃହରେ ବଜେଟକୁ ନେଇ ଆଲୋଚନା ଚାଲିଥିଲା। ଏହା ପୂର୍ବରୁ ପୁରୁଣା ସଂସଦ ଭବନରେ ମାଙ୍କଡ଼ ପଶିବା ଏକ ସାଧାରଣ ଘଟଣା ଥିଲା। ଏହା ଛଡା ଗତ ଜି-୨୦ ସମ୍ମିଳନୀ କାଳରେ ଦିଲ୍ଲୀ ନଗରନିଗମ ପକ୍ଷରୁ ସଂସଦରେ ମାଙ୍କଡମାନଙ୍କ କଟଆଉଟ୍ ଲଗାଯାଇଥିଲା। ତେବେ ସଂସଦରେ ମାଙ୍କଡ଼ ପଶିବା ଭିଡିଓରେ ନେଟିଜେନ ଏବେ ସରକାରଙ୍କୁ ଘେରିଛନ୍ତି। 


ଉଲ୍ଲେଖଯୋଗ୍ୟ ଯେ ନିକଟରେ ଦିଲ୍ଲୀରେ ହୋଇଥିବା ବର୍ଷା ବେଳେ ସଂସଦ ଭବନ ଛାତରୁପାଣି ଝରିଥିଲା। ଉପରୁ ପଡୁଥିବା ପାଣିକୁ ଅଟକାଇବା ପାଇଁ ବିଭିନ୍ନ ସ୍ଥାନରେ ବାଲଟି ଲଗାଯାଇଥିଲା। ସେହିଭଳି ଭୀଷଣ ବର୍ଷାରେ ସଂସଦ ଭବନ ରାସ୍ତାରେ ପାଣିର ସୁଅ ଛୁଟିଥିଲା। ଏହି ଘଟଣାର ଚର୍ଚ୍ଚା ନ ଥମୁଣୁ ମାଙ୍କଡ଼ ନୂଆ ସଂସଦ ଭବନ ପାଇଁ ପ୍ରସଙ୍ଗ ହୋଇଯାଇଛି।