ଏହି ଦିନ ପଡୁଛି ଶନି ଜୟନ୍ତୀ: 'ନ୍ୟାୟର ଦେବତା'ଙ୍କୁ ପ୍ରସନ୍ନ ପାଇଁ କରନ୍ତୁ ଏହି ଉପାୟ

ଜ୍ୟେଷ୍ଠ ମାସର ଅମାବାସ୍ୟାର ଅନେକ ବିଶେଷତ୍ୱ ରହିଛି। ସନାତନ ଧର୍ମରେ ସବୁ ଦେବାଦେବୀଙ୍କ ମଧ୍ୟରେ ନ୍ୟାୟଧୀଶ ହେଉଛନ୍ତି ଶନିଦେବ। ପ୍ରତ୍ୟେକ ସପ୍ତାହରେ ଶନିବାର ଏକ ବିଶେଷ ଦିନ ଅଟେ। ଏହି ଦିନ ଶନି ଦେବଙ୍କୁ ସମର୍ପିତ। ଏହି ଦିନ ଶନି ଦେବଙ୍କୁ ଉପାସନା କଲେ ସମସ୍ତ କଷ୍ଟ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି।ନ୍ୟାୟର ଦେବତା ଶନି ଦେବଙ୍କ ଶନି ଜୟନ୍ତୀ ଗୁରୁବାର ଜୁନ୍ ୬ରେ ପାଳନ କରାଯିବ। ଶନି ଜୟନ୍ତୀରେ ପୂଜା କଲେ ଭଲ ଫଳାଫଳ ଦେବ। ଏପରି ପରିସ୍ଥିତିରେ ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ କାର୍ଯ୍ୟ କରନ୍ତୁ। ସେହି ଦିନ ସାବିତ୍ରୀ ସହ ଶନି ଜୟନ୍ତୀ ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ଏହିଦିନ ପବିତ୍ର ଗଙ୍ଗା ନଦୀରେ ବୁଡ ପକାନ୍ତୁ। ଶନି ଦେବଙ୍କ ଲାଗି ବ୍ରତ ରଖନ୍ତୁ ଓ ତାଙ୍କ ଆଶୀର୍ବାଦ ପାଆନ୍ତୁ।ଶନିଦେବଙ୍କ କୃପା ପାଇବାକୁ ହନୁମାନ ଚାଳିଶା ୭ କିମ୍ବା ୧୧ଥର ପାଠ କରନ୍ତୁ। ଶନି ଦେବଙ୍କୁ ପ୍ରସନ୍ନ କରିବା ଲାଗି ଅଶ୍ୱତ୍ଥ ଗଛ ମୂଳେ ସୋରିଷ ତେଲରେ ଦୀପ ଜଳାନ୍ତୁ। ଏହିଦିନ ଦାନ ପୁଣ୍ୟ ନିଶ୍ଚୟ କରନ୍ତୁ। ଗରିବ ଅସହାୟଙ୍କୁ ସାହାଯ୍ୟ କରନ୍ତୁ। ଏହିଦିନ ବ୍ରହ୍ମଚର୍ଯ୍ୟ ପାଳନ କରିବା ଉଚିତ। ଭଗବାନ ଶନିଙ୍କ ଗାୟତ୍ରୀ ମନ୍ତ୍ର କିମ୍ବା ମହାମନ୍ତ୍ର ପଢନ୍ତୁ ।କଣ କରିବା ଅନୁଚିତ, ଜାଣନ୍ତୁ- ଶନି ଜୟନ୍ତୀ ଦିନ କାହାକୁ ବି ଅପମାନ କରନ୍ତୁ ନାହିଁ। ସମ୍ପର୍କୀୟଙ୍କ ସହ କୌଣସି ପ୍ରକାର ଖରାପ ବ୍ୟବହାର କରନ୍ତୁ ନାହ

ଏହି ଦିନ ପଡୁଛି ଶନି ଜୟନ୍ତୀ: 'ନ୍ୟାୟର ଦେବତା'ଙ୍କୁ ପ୍ରସନ୍ନ ପାଇଁ କରନ୍ତୁ ଏହି ଉପାୟ

ଜ୍ୟେଷ୍ଠ ମାସର ଅମାବାସ୍ୟାର ଅନେକ ବିଶେଷତ୍ୱ ରହିଛି। ସନାତନ ଧର୍ମରେ ସବୁ ଦେବାଦେବୀଙ୍କ ମଧ୍ୟରେ ନ୍ୟାୟଧୀଶ ହେଉଛନ୍ତି ଶନିଦେବ। ପ୍ରତ୍ୟେକ ସପ୍ତାହରେ ଶନିବାର ଏକ ବିଶେଷ ଦିନ ଅଟେ। ଏହି ଦିନ ଶନି ଦେବଙ୍କୁ ସମର୍ପିତ। ଏହି ଦିନ ଶନି ଦେବଙ୍କୁ ଉପାସନା କଲେ ସମସ୍ତ କଷ୍ଟ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି।

ନ୍ୟାୟର ଦେବତା ଶନି ଦେବଙ୍କ ଶନି ଜୟନ୍ତୀ ଗୁରୁବାର ଜୁନ୍ ୬ରେ ପାଳନ କରାଯିବ। ଶନି ଜୟନ୍ତୀରେ ପୂଜା କଲେ ଭଲ ଫଳାଫଳ ଦେବ। ଏପରି ପରିସ୍ଥିତିରେ ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ କାର୍ଯ୍ୟ କରନ୍ତୁ। 

ସେହି ଦିନ ସାବିତ୍ରୀ ସହ ଶନି ଜୟନ୍ତୀ ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ଏହିଦିନ ପବିତ୍ର ଗଙ୍ଗା ନଦୀରେ ବୁଡ ପକାନ୍ତୁ। ଶନି ଦେବଙ୍କ ଲାଗି ବ୍ରତ ରଖନ୍ତୁ ଓ ତାଙ୍କ ଆଶୀର୍ବାଦ ପାଆନ୍ତୁ।

ଶନିଦେବଙ୍କ କୃପା ପାଇବାକୁ ହନୁମାନ ଚାଳିଶା ୭ କିମ୍ବା ୧୧ଥର ପାଠ କରନ୍ତୁ। ଶନି ଦେବଙ୍କୁ ପ୍ରସନ୍ନ କରିବା ଲାଗି ଅଶ୍ୱତ୍ଥ ଗଛ ମୂଳେ ସୋରିଷ ତେଲରେ ଦୀପ ଜଳାନ୍ତୁ। ଏହିଦିନ ଦାନ ପୁଣ୍ୟ ନିଶ୍ଚୟ କରନ୍ତୁ। ଗରିବ ଅସହାୟଙ୍କୁ ସାହାଯ୍ୟ କରନ୍ତୁ। ଏହିଦିନ ବ୍ରହ୍ମଚର୍ଯ୍ୟ ପାଳନ କରିବା ଉଚିତ। ଭଗବାନ ଶନିଙ୍କ ଗାୟତ୍ରୀ ମନ୍ତ୍ର କିମ୍ବା ମହାମନ୍ତ୍ର ପଢନ୍ତୁ ।

କଣ କରିବା ଅନୁଚିତ, ଜାଣନ୍ତୁ- ଶନି ଜୟନ୍ତୀ ଦିନ କାହାକୁ ବି ଅପମାନ କରନ୍ତୁ ନାହିଁ। ସମ୍ପର୍କୀୟଙ୍କ ସହ କୌଣସି ପ୍ରକାର ଖରାପ ବ୍ୟବହାର କରନ୍ତୁ ନାହିଁ। ଏହିଦିନ ଆମିଷ ଭୋଜନ ଯେପରିକି ମାଂସ,ମଦ ସେବନ କରନ୍ତୁ ନାହିଁ। ଏହି ସମୟରେ କାହାର ବି କୌଣସି ପ୍ରକାର କ୍ଷତି କରନ୍ତୁ ନାହିଁ କି କ୍ଷତି ଚିନ୍ତା ବି କରନ୍ତୁ ନାହିଁ ।