ବିନିକାରେ ବଳ ଗୋଟାଉଛି ବିଜେଡି, ଅନ୍ୟ ଦଳ ଛାଡ଼ି ଶଙ୍ଖ ମୁହାଁ ଶତାଧିକ କର୍ମୀ ଏବଂ ନେତା

ବିନିକା ୧୪।୦୫: ନିର୍ବାଚନ ଯେତିକି ପାଖେଇ ଆସୁଛି।  ନେତା ଓ କର୍ମୀମାନେ ସେତିକି ଦଳ ଦିଅଁ ହେଉଛନ୍ତି l ସୋନପୁର ଜିଲ୍ଲା ବିନିକା ବ୍ଲକ ବିଶାଳପାଳି ଆମ୍ବତୋଟା ଠାରେ  ବିଜେଡି ଦଳ ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି l ନିର୍ବାଚନ ଯେତିକି ପାଖେଇ ଆସୁଛି ବିଜେଡ଼ିର ବଳ ସେତିକି ବୃଦ୍ଧି ପାଉଛି l ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ପୂର୍ବତନ ବିଜେପି ଜିଲ୍ଲା ପରିଷଦ ସୁଶାନ୍ତ କୁମାର ପଣ୍ଡା ଭୁବନେଶ୍ୱର ଶଙ୍ଖ ଭବନ ଠାରେ ବିଜେଡି ଦଳରେ ସାମିଲ ହୋଇଥିଲେ। ଆଉ ଏବେ ସୁଶାନ୍ତ କୁମାର ପଣ୍ଡା ନିଜ ଅଞ୍ଚଳର ୩୦୦ରୁ ଉର୍ଦ୍ଧ୍ବ ବିଜେପି କର୍ମୀଙ୍କୁ ନେଇ ବିଜେଡି ଦଳରେ ସାମିଲ କହିଛନ୍ତି। ତେବେ ଏହି ମିଶ୍ରଣ ପର୍ବରେ ଜିଲ୍ଲା ବିଜେଡି ଯୁବ ସଭାପତି ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ନନ୍ଦ, ରାଜ୍ୟ ଯୁବ ବିଜେଡି ଉପସଭାପତି ମାନଭଞ୍ଜନ ବେହେରା  ଦଳର ଉତ୍ତରୀୟ ଦେଇ ସମସ୍ତଙ୍କୁ ସ୍ଵାଗତ କରିଥିଲେ l ଅନ୍ୟ ଦଳ ଛାଡ଼ି ଦିନକୁ ଦିନ ବିଜେଡ଼ି ମୁହାଁ ହେଉଛନ୍ତି କର୍ମୀ । ତେଣୁ ଆଗକୁ ଆହୁରି ସୁଦୃଢ ହେବା ସହ ଚଳିତ ନିର୍ବାଚନରେ ବହୁମାତ୍ରାରେ ବିଜୟ ହେବ ବୋଲି ରାଜ୍ଯ ଯୁବ ବିଜେଡି ଉପସଭାପତି ମାନଭଞ୍ଜନ ବେହେରା ଓ ଜିଲ୍ଲା ଯୁବ ବିଜେଡି ସଭାପତି ଅଶୋକ ନନ୍ଦ କହିଛନ୍ତି l

ବିନିକାରେ ବଳ ଗୋଟାଉଛି ବିଜେଡି, ଅନ୍ୟ ଦଳ ଛାଡ଼ି ଶଙ୍ଖ ମୁହାଁ ଶତାଧିକ କର୍ମୀ ଏବଂ ନେତା

ବିନିକା ୧୪।୦୫: ନିର୍ବାଚନ ଯେତିକି ପାଖେଇ ଆସୁଛି।  ନେତା ଓ କର୍ମୀମାନେ ସେତିକି ଦଳ ଦିଅଁ ହେଉଛନ୍ତି l ସୋନପୁର ଜିଲ୍ଲା ବିନିକା ବ୍ଲକ ବିଶାଳପାଳି ଆମ୍ବତୋଟା ଠାରେ  ବିଜେଡି ଦଳ ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି l 

ନିର୍ବାଚନ ଯେତିକି ପାଖେଇ ଆସୁଛି ବିଜେଡ଼ିର ବଳ ସେତିକି ବୃଦ୍ଧି ପାଉଛି l ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ପୂର୍ବତନ ବିଜେପି ଜିଲ୍ଲା ପରିଷଦ ସୁଶାନ୍ତ କୁମାର ପଣ୍ଡା ଭୁବନେଶ୍ୱର ଶଙ୍ଖ ଭବନ ଠାରେ ବିଜେଡି ଦଳରେ ସାମିଲ ହୋଇଥିଲେ। ଆଉ ଏବେ ସୁଶାନ୍ତ କୁମାର ପଣ୍ଡା ନିଜ ଅଞ୍ଚଳର ୩୦୦ରୁ ଉର୍ଦ୍ଧ୍ବ ବିଜେପି କର୍ମୀଙ୍କୁ ନେଇ ବିଜେଡି ଦଳରେ ସାମିଲ କହିଛନ୍ତି। ତେବେ ଏହି ମିଶ୍ରଣ ପର୍ବରେ ଜିଲ୍ଲା ବିଜେଡି ଯୁବ ସଭାପତି ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ନନ୍ଦ, ରାଜ୍ୟ ଯୁବ ବିଜେଡି ଉପସଭାପତି ମାନଭଞ୍ଜନ ବେହେରା  ଦଳର ଉତ୍ତରୀୟ ଦେଇ ସମସ୍ତଙ୍କୁ ସ୍ଵାଗତ କରିଥିଲେ l ଅନ୍ୟ ଦଳ ଛାଡ଼ି ଦିନକୁ ଦିନ ବିଜେଡ଼ି ମୁହାଁ ହେଉଛନ୍ତି କର୍ମୀ । ତେଣୁ ଆଗକୁ ଆହୁରି ସୁଦୃଢ ହେବା ସହ ଚଳିତ ନିର୍ବାଚନରେ ବହୁମାତ୍ରାରେ ବିଜୟ ହେବ ବୋଲି ରାଜ୍ଯ ଯୁବ ବିଜେଡି ଉପସଭାପତି ମାନଭଞ୍ଜନ ବେହେରା ଓ ଜିଲ୍ଲା ଯୁବ ବିଜେଡି ସଭାପତି ଅଶୋକ ନନ୍ଦ କହିଛନ୍ତି l