ଏହି ଦିନ ବିବାହ କରିବେ ନାଗା ଚୈତନ୍ୟ-ଶୋଭିତା, ସାମ୍ନାକୁ ଆସିଲା ତାରିଖ
ମୁମ୍ବାଇ: ଅଭିନେତା ନାଗା ଚୈତନ୍ୟ ଏବଂ ଶୋଭିତା ଧୁଲିପାଲା ଚର୍ଚ୍ଚା ଅଛନ୍ତି। ଦୁହେଁ ମାସ ଆରମ୍ଭରେ ନିର୍ବନ୍ଧ କରିଥିଲେ। ତେବେ ପ୍ରଶଂସକମାନେ ଏହି କପଲଙ୍କ ବିବାହକୁ ଅପେକ୍ଷା କରିଛନ୍ତି। ଏକ ନୂତନ ରିପୋର୍ଟରେ ନାଗା ଏବଂ ଶୋଭିତାଙ୍କ ବିବାହର ତାରିଖ ଏବଂ ସ୍ଥାନ ସମ୍ପର୍କରେ ସୂଚନା ପ୍ରକାଶ ପାଇଛି। ରିପୋର୍ଟ ଅନୁଯାୟୀ ନାଗା ଏବଂ ଶୋଭିତା ବର୍ଷ ଶେଷ ସୁଦ୍ଧା କିମ୍ବା ମାର୍ଚ୍ଚ ୨୦୨୫ରେ ବିବାହ କରିପାରନ୍ତି। ଏହା ମଧ୍ୟ କୁହାଯାଉଛି ଯେ ନାଗା ଏବଂ ଶୋଭିତା […] The post ଏହି ଦିନ ବିବାହ କରିବେ ନାଗା ଚୈତନ୍ୟ-ଶୋଭିତା, ସାମ୍ନାକୁ ଆସିଲା ତାରିଖ appeared first on Dharitri Odia News.
ମୁମ୍ବାଇ: ଅଭିନେତା ନାଗା ଚୈତନ୍ୟ ଏବଂ ଶୋଭିତା ଧୁଲିପାଲା ଚର୍ଚ୍ଚା ଅଛନ୍ତି। ଦୁହେଁ ମାସ ଆରମ୍ଭରେ ନିର୍ବନ୍ଧ କରିଥିଲେ। ତେବେ ପ୍ରଶଂସକମାନେ ଏହି କପଲଙ୍କ ବିବାହକୁ ଅପେକ୍ଷା କରିଛନ୍ତି। ଏକ ନୂତନ ରିପୋର୍ଟରେ ନାଗା ଏବଂ ଶୋଭିତାଙ୍କ ବିବାହର ତାରିଖ ଏବଂ ସ୍ଥାନ ସମ୍ପର୍କରେ ସୂଚନା ପ୍ରକାଶ ପାଇଛି।
ରିପୋର୍ଟ ଅନୁଯାୟୀ ନାଗା ଏବଂ ଶୋଭିତା ବର୍ଷ ଶେଷ ସୁଦ୍ଧା କିମ୍ବା ମାର୍ଚ୍ଚ ୨୦୨୫ରେ ବିବାହ କରିପାରନ୍ତି। ଏହା ମଧ୍ୟ କୁହାଯାଉଛି ଯେ ନାଗା ଏବଂ ଶୋଭିତା ଓ୍ବେଡିଂ ଭେନ୍ୟୁ ପାଇଁ ମଧ୍ୟପ୍ରଦେଶ ତଥା ବିଦେଶରେ ସ୍ଥାନ ଖୋଜୁଛନ୍ତି। ଏଥିସହ ଓ୍ବେଡିଂ ଭେନ୍ୟୁ ଟପ୍ରେ ରାଜସ୍ଥାନ ଥିବା କୁହାଯାଉଛି। ତେବେ ଡେଟ୍ ଆଉ ଭେନ୍ୟୁକୁ ନେଇ ଏଯାଏ ଦୁହିଁଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।
କହୁରଖୁଛୁ, ନାଗା ଚୈତନ୍ୟଙ୍କ ଏହା ହେଉଛି ଦ୍ୱିତୀୟ ବିବାହ । ଏହାପୂର୍ବରୁ ସେ ଗୋଆରେ ଦକ୍ଷିଣ ତାରକା ସାମନ୍ତ ରୁଥ୍ ପ୍ରଭୁଙ୍କୁ ବିବାହ କରିଥିଲେ। ଯାହା ପରେ ସେମାନଙ୍କ ଛାଡପତ୍ର ହୋଇଯାଇଥିଲା।
The post ଏହି ଦିନ ବିବାହ କରିବେ ନାଗା ଚୈତନ୍ୟ-ଶୋଭିତା, ସାମ୍ନାକୁ ଆସିଲା ତାରିଖ appeared first on Dharitri Odia News.