ଏହି ଦିନଠୁ ଅଭିଯୋଗ ଶୁଣିବ ବିଡିଏ

ଭୁବନେଶ୍ୱର,୨୯ା୬: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଜୁଲାଇ ୧ (ସୋମବାର)ଠାରୁ ଅଭିଯୋଗ ଶୁଣାଣି ଆରମ୍ଭ କରିବ। ଏହି ଶୁଣାଣି ପ୍ରତି ସୋମବାର (ସରକାରୀ ଛୁଟି ଦିନବ୍ୟତୀତ) ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୧ଟା ୩୦ ମଧ୍ୟରେ ହେବ। ସୂଚନାଯୋଗ୍ୟ, ପୂର୍ବରୁ ପ୍ରତି ସୋମବାର ଅନୁଷ୍ଠିତ ହେଉଥିବା ଏହି ଜନଶୁଣାଣି ମାର୍ଚ୍ଚ ୧୬ରେ ଓଡ଼ିଶାରେ ବିଧାନସଭା ଓ ଲୋକ ସଭା ନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଲାଗୁ ହୋଇଥିବା ଆଦର୍ଶ ଆଚରଣ ବିଧି କାରଣରୁ ସ୍ଥଗିତ ରଖାଯାଇଥିଲା। […] The post ଏହି ଦିନଠୁ ଅଭିଯୋଗ ଶୁଣିବ ବିଡିଏ appeared first on Dharitri Odia News.

ଏହି ଦିନଠୁ ଅଭିଯୋଗ ଶୁଣିବ ବିଡିଏ

ଭୁବନେଶ୍ୱର,୨୯ା୬: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଜୁଲାଇ ୧ (ସୋମବାର)ଠାରୁ ଅଭିଯୋଗ ଶୁଣାଣି ଆରମ୍ଭ କରିବ। ଏହି ଶୁଣାଣି ପ୍ରତି ସୋମବାର (ସରକାରୀ ଛୁଟି ଦିନବ୍ୟତୀତ) ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୧ଟା ୩୦ ମଧ୍ୟରେ ହେବ।

ସୂଚନାଯୋଗ୍ୟ, ପୂର୍ବରୁ ପ୍ରତି ସୋମବାର ଅନୁଷ୍ଠିତ ହେଉଥିବା ଏହି ଜନଶୁଣାଣି ମାର୍ଚ୍ଚ ୧୬ରେ ଓଡ଼ିଶାରେ ବିଧାନସଭା ଓ ଲୋକ ସଭା ନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଲାଗୁ ହୋଇଥିବା ଆଦର୍ଶ ଆଚରଣ ବିଧି କାରଣରୁ ସ୍ଥଗିତ ରଖାଯାଇଥିଲା।
ପ୍ରତି ସୋମବାର ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୧ଟା ୩୦ ମଧ୍ୟରେ ପର୍ଯ୍ୟନ୍ତ ବିଡିଏ କାର୍ଯ୍ୟାଳୟରେ ଜନଶୁଣାଣି ସମୟରେ ବାସିନ୍ଦାମାନେ ସେମାନଙ୍କ ଅଭିଯୋଗ ଦାଖଲ କରିପାରିବେ।

The post ଏହି ଦିନଠୁ ଅଭିଯୋଗ ଶୁଣିବ ବିଡିଏ appeared first on Dharitri Odia News.