ଏହି ବିପଜ୍ଜନକ ମିଶାଇଲ୍ ନିର୍ମାଣ କରି ସାରା ବିଶ୍ୱକୁ ଚମକାଇଦେଲା ଭାରତ: ପାକିସ୍ତାନର ହଜିଲା ନିଦ
ନୂଆଦିଲ୍ଲୀ,୧୬।୭: ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତ ଏକ ବଡ଼ ସଫଳତା ହାସଲ କରି ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ‘ଏକ୍ସଟେଣ୍ଡେଡ୍ ଟ୍ରାଜେକ୍ଟୋରୀ ଲଙ୍ଗ ଡ୍ୟୁରେସନ ହାଇପରସୋନିକ କ୍ରୁଜ ମିସାଇଲ (ET-LDHCM)’ର ସଫଳ ପରୀକ୍ଷଣ କରିଛି। ଏହି ମିଶାଇଲ ଶବ୍ଦର ଗତି ଅର୍ଥାତ୍ MAC 8 ଠାରୁ ୮ ଗୁଣ ଦ୍ରୁତ ଗତିରେ ଉଡ଼ିପାରିବ ଏବଂ ୧,୫୦୦ କିଲୋମିଟର ଦୂର ପର୍ଯ୍ୟନ୍ତ ଶତ୍ରୁ ଲକ୍ଷ୍ୟକୁ ଟାର୍ଗେଟ କରିପାରିବ। ‘ପ୍ରୋଜେକ୍ଟ ବିଷ୍ଣୁ’ ଅଧୀନରେ […] The post ଏହି ବିପଜ୍ଜନକ ମିଶାଇଲ୍ ନିର୍ମାଣ କରି ସାରା ବିଶ୍ୱକୁ ଚମକାଇଦେଲା ଭାରତ: ପାକିସ୍ତାନର ହଜିଲା ନିଦ appeared first on Dharitri Odia News.
ନୂଆଦିଲ୍ଲୀ,୧୬।୭: ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତ ଏକ ବଡ଼ ସଫଳତା ହାସଲ କରି ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ‘ଏକ୍ସଟେଣ୍ଡେଡ୍ ଟ୍ରାଜେକ୍ଟୋରୀ ଲଙ୍ଗ ଡ୍ୟୁରେସନ ହାଇପରସୋନିକ କ୍ରୁଜ ମିସାଇଲ (ET-LDHCM)’ର ସଫଳ ପରୀକ୍ଷଣ କରିଛି। ଏହି ମିଶାଇଲ ଶବ୍ଦର ଗତି ଅର୍ଥାତ୍ MAC 8 ଠାରୁ ୮ ଗୁଣ ଦ୍ରୁତ ଗତିରେ ଉଡ଼ିପାରିବ ଏବଂ ୧,୫୦୦ କିଲୋମିଟର ଦୂର ପର୍ଯ୍ୟନ୍ତ ଶତ୍ରୁ ଲକ୍ଷ୍ୟକୁ ଟାର୍ଗେଟ କରିପାରିବ।
‘ପ୍ରୋଜେକ୍ଟ ବିଷ୍ଣୁ’ ଅଧୀନରେ ନିର୍ମିତ ଏହି ମିଶାଇଲ ବ୍ରହ୍ମୋସ, ଅଗ୍ନି ଏବଂ ଆକାଶ ପରି ବିଦ୍ୟମାନ ଭାରତୀୟ ମିଶାଇଲ ସିଷ୍ଟମ ଅପେକ୍ଷା ବହୁତ ଉନ୍ନତ ଏବଂ ଶକ୍ତିଶାଳୀ। ଏହା ସ୍କ୍ରାମଜେଟ ଇଞ୍ଜିନ ପ୍ରଯୁକ୍ତିବିଦ୍ୟାରେ ସଜ୍ଜିତ, ଯାହା କୌଣସି ପାରମ୍ପରିକ କମ୍ପ୍ରେସର ବିନା ବାୟୁମଣ୍ଡଳୀୟ ଅକ୍ସିଜେନ ବ୍ୟବହାର କରେ। ଏହାର ଗତି ବ୍ରହ୍ମୋସ (Mach 3) ଅପେକ୍ଷା ତିନି ଗୁଣ ଅଧିକ। ଏହା ୨,୦୦୦ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ତାପମାତ୍ରା ସହ୍ୟ କରିପାରିବ ଏବଂ ୧,୦୦୦ରୁ ୨,୦୦୦ କିଲୋଗ୍ରାମ ଓଜନର ପାରମ୍ପରିକ ଏବଂ ପରମାଣୁ ଅସ୍ତ୍ର ବହନ କରିବାକୁ ସକ୍ଷମ।
ET-LDHCM ର ବିଶେଷତ୍ୱ କ’ଣ?
ET-LDHCM କୁ ସ୍ଥଳ, ବାୟୁ ଏବଂ ସମୁଦ୍ରରୁ ନିକ୍ଷେପ କରାଯାଇପାରିବ। ଏହା ରାଡାରକୁ ଏଡାଇ ଦେଇ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ଏବଂ ଦିଗ ପରିବର୍ତ୍ତନ କରିବାର କ୍ଷମତା ରଖିଛି, ଯାହା ଏହାକୁ S-500 ଏବଂ ଆଇରନ ଡୋମ ଭଳି ଆଧୁନିକ ପ୍ରତିରକ୍ଷା କବଚ ପାଇଁ ଏକ ଚ୍ୟାଲେଞ୍ଜ କରିଥାଏ।
ଏହି ମିଶାଇଲ୍ର ପରୀକ୍ଷଣ ସହିତ, ଭାରତ ଏବେ ଆମେରିକା, ରୁଷିଆ ଏବଂ ଚାଇନା ଭଳି ଦେଶମାନଙ୍କ ମଧ୍ୟରେ ସାମିଲ ହୋଇଛି, ଯେଉଁମାନଙ୍କ ପାଖରେ ସ୍ବଦେଶୀ ହାଇପରସୋନିକ ମିଶାଇଲ୍ ପ୍ରଯୁକ୍ତିବିଦ୍ୟା ଅଛି। ଏହା ଭାରତର ରଣନୈତିକ ଶକ୍ତିକୁ ନୂତନ ଉଚ୍ଚତାକୁ ନେଇଥାଏ ଏବଂ ବିଶେଷକରି ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଚୀନର ବଢ଼ୁଥିବା ପ୍ରଭାବର ଜବାବରେ ଏହାକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ।
ଭାରତ ଏହି ପରୀକ୍ଷଣ ଏପରି ଏକ ସମୟରେ କରିଛି, ଯେତେବେଳେ ସାରା ବିଶ୍ୱରେ ଭୂରାଜନୈତିକ ଉତ୍ତେଜନା ଶୀର୍ଷରେ ଅଛି। ଗୋଟିଏ ପଟେ ଇସ୍ରାଏଲ-ଇରାନ ମଧ୍ୟରେ ମୁକାବିଲା ଏବଂ ରୁଷିଆ-ୟୁକ୍ରେନ ଯୁଦ୍ଧ ଚାଲିଛି, ଅନ୍ୟପଟେ ଭାରତ-ପାକିସ୍ତାନ ସମ୍ପର୍କରେ ନିରନ୍ତର ଉତ୍ତେଜନା ରହିଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ଏହାର ପ୍ରତିରକ୍ଷା ପ୍ରସ୍ତୁତିକୁ ନୂତନ ଉଚ୍ଚତା ଦେଉଛି। ବିଶେଷକରି ତୁର୍କୀ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ସାମରିକ ନିକଟତା ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଚାଇନାର ବଢ଼ୁଥିବା ପ୍ରାଧାନ୍ୟକୁ ଦୃଷ୍ଟିରେ ରଖି, ଭାରତ ବ୍ରହ୍ମୋସ, ଅଗ୍ନି-୫ ଏବଂ ଆକାଶ ଭଳି କ୍ଷେପଣାସ୍ତ୍ରର ଉନ୍ନତିକରଣ ସହିତ ନୂତନ ପିଢ଼ିର ଘାତକ ଅସ୍ତ୍ରଶସ୍ତ୍ର ବିକାଶ ଉପରେ ବିଶେଷ ଗୁରୁତ୍ୱ ଦେଇଛି।
The post ଏହି ବିପଜ୍ଜନକ ମିଶାଇଲ୍ ନିର୍ମାଣ କରି ସାରା ବିଶ୍ୱକୁ ଚମକାଇଦେଲା ଭାରତ: ପାକିସ୍ତାନର ହଜିଲା ନିଦ appeared first on Dharitri Odia News.