ଏହି ବ୍ୟାଙ୍କରେ ବାହାରିଲା PO ନିଯୁକ୍ତି, ଦରମା ୪୮ହଜାରରୁ ଅଧିକ, ଜାଣନ୍ତୁ କେମିତି କରିବେ ଆବେଦନ…
ନୂଆଦିଲ୍ଲୀ,୭।୧୨: ପବ୍ଲିକ ରିଲେଶନ ଅଫିସର (PO) ହେବାର ସ୍ବପ୍ନ ଦେଖୁଥିବା ଯୁବପିଢିଙ୍କ ପାଇଁ ଏକ ଖୁସି ଖବର। ବ୍ୟାଙ୍କରେ ଏହି ପଦବୀ ପାଇଁ ଆସିଛି ବଡ଼ ନିଯୁକ୍ତି। ଏହି ପୋଷ୍ଟ ପାଇଁ ଆବେଦନ ଡିସେମ୍ବର ୧୦ ଯାଏଁ ଅଛି। ଏଥିପାଇଁ ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟ karnatakabank.com ଭିଜିଯ କରିପାରିବେ। କର୍ନାଟକ ବ୍ୟାଙ୍କ PO ର ଏହି ନିଯୁକ୍ତି ପ୍ରକାଶ ପାଇଛି। ଏଥିପାଇଁ ଆବେଦନ କରିବାକୁ ପ୍ରାର୍ଥୀମାନେ ସ୍ବୀକୃତପ୍ରାପ୍ତ ବିଶ୍ୱବିଦ୍ୟାଳୟ / କୃଷି ବିଜ୍ଞାନ କିମ୍ବା ଆଇନ / […] The post ଏହି ବ୍ୟାଙ୍କରେ ବାହାରିଲା PO ନିଯୁକ୍ତି, ଦରମା ୪୮ହଜାରରୁ ଅଧିକ, ଜାଣନ୍ତୁ କେମିତି କରିବେ ଆବେଦନ… appeared first on Dharitri Odia News.
ନୂଆଦିଲ୍ଲୀ,୭।୧୨: ପବ୍ଲିକ ରିଲେଶନ ଅଫିସର (PO) ହେବାର ସ୍ବପ୍ନ ଦେଖୁଥିବା ଯୁବପିଢିଙ୍କ ପାଇଁ ଏକ ଖୁସି ଖବର। ବ୍ୟାଙ୍କରେ ଏହି ପଦବୀ ପାଇଁ ଆସିଛି ବଡ଼ ନିଯୁକ୍ତି। ଏହି ପୋଷ୍ଟ ପାଇଁ ଆବେଦନ ଡିସେମ୍ବର ୧୦ ଯାଏଁ ଅଛି। ଏଥିପାଇଁ ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟ karnatakabank.com ଭିଜିଯ କରିପାରିବେ।
କର୍ନାଟକ ବ୍ୟାଙ୍କ PO ର ଏହି ନିଯୁକ୍ତି ପ୍ରକାଶ ପାଇଛି। ଏଥିପାଇଁ ଆବେଦନ କରିବାକୁ ପ୍ରାର୍ଥୀମାନେ ସ୍ବୀକୃତପ୍ରାପ୍ତ ବିଶ୍ୱବିଦ୍ୟାଳୟ / କୃଷି ବିଜ୍ଞାନ କିମ୍ବା ଆଇନ / CA / CS / CMA / ICWA ଇତ୍ୟାଦି ସ୍ନାତକୋତ୍ତରରୁ କୌଣସି ବିଷୟ ଉପରେ ସ୍ନାତକୋତ୍ତର କରିଥିବା ଉଚିତ। ଏହା ବ୍ୟତୀତ ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୨୮ ବର୍ଷ ହେବା ଉଚିତ। ଏଥିରେ ଏସସି, ଏସଟି ପ୍ରାର୍ଥୀଙ୍କୁ ବିଶେଷ ସୁବିଧା ପ୍ରଦାନ କରାଯାଇଛି।
PO ପଦ ପାଇଁ ମନୋନୀତ ପ୍ରାର୍ଥୀଙ୍କୁ ମାସକୁ ୪୮,୦୦୦ରୁ ଅଦିକ ଦରମା ପ୍ରଦାନ କରାଯିବ। ଏହା ବ୍ୟତୀତ DA, HRA ଏବଂ ଅନ୍ୟାନ୍ୟ ବେତନ ଭତ୍ତା ମଧ୍ୟ ପାଇବେ। ମେଟ୍ରୋ ସହରଗୁଡିକରେ ବର୍ତ୍ତମାନର CTC ମାସକୁ ୧,୧୭,୦୦୦ ଟଙ୍କା ପର୍ଯ୍ୟନ୍ତ ହୋଇପାରେ। ଲିଖିତ ପରୀକ୍ଷା ଏବଂ ସାକ୍ଷାତକାର ମାଧ୍ୟମରେ ଏହି ନିଯୁକ୍ତିରେ ପ୍ରାର୍ଥୀ ଚୟନ କରାଯିବ।
The post ଏହି ବ୍ୟାଙ୍କରେ ବାହାରିଲା PO ନିଯୁକ୍ତି, ଦରମା ୪୮ହଜାରରୁ ଅଧିକ, ଜାଣନ୍ତୁ କେମିତି କରିବେ ଆବେଦନ… appeared first on Dharitri Odia News.