ଏହି ଭାଜପା ପ୍ରାର୍ଥୀଙ୍କ ନାଁରେ ରହିଛି ୨୪୨ ମାମଲା, ରାହୁଲ ଗାନ୍ଧୀଙ୍କ ସହ ହେବ ଟକ୍କର
ନୂଆଦିଲ୍ଲୀ,୩୦।୩: ଭାଜପା ଓ୍ବାୟନଡା ଲୋକ ସଭା ସିଟ୍ରୁ କେ. ସୁରେନ୍ଦ୍ରନଙ୍କୁ ଟିକେଟ୍ ଦେଇଛି। ସୁରେନ୍ଦ୍ରନ ଏହି ସିଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମୁକାବିଲା କରିବେ। ସୁରେନ୍ଦ୍ରନ କେରଳ ଭାଜପାର ସଭାପତି ଅଛନ୍ତି। ନ୍ୟୁଜ ଏଜେନ୍ସି ପିଟିଆଇ ଅନୁସାରେ, ତାଙ୍କ ବିରୋଧରେ ୨୪୨ ଅପରାଧିକ ମାମଲା ରହିଛି। ନିକଟରେ ସେ ଦଳର ମୁଖପତ୍ରରେ ନିଜ ଅପରାଧିକ ମାମଲାର ତଥ୍ୟ ପ୍ରକାଶ କରିଛନ୍ତି। ଭାଜପାର ରାଜ୍ୟ ମହାସଚିବ ଜର୍ଜ କୁରିୟନ ଏନେଇ ନ୍ୟୁଜ ଏଜେନ୍ସିକୁ କହିଛନ୍ତି, ଅଧିକାଂଶ ମାମଲା […] The post ଏହି ଭାଜପା ପ୍ରାର୍ଥୀଙ୍କ ନାଁରେ ରହିଛି ୨୪୨ ମାମଲା, ରାହୁଲ ଗାନ୍ଧୀଙ୍କ ସହ ହେବ ଟକ୍କର appeared first on Dharitri Odia News.
ନୂଆଦିଲ୍ଲୀ,୩୦।୩: ଭାଜପା ଓ୍ବାୟନଡା ଲୋକ ସଭା ସିଟ୍ରୁ କେ. ସୁରେନ୍ଦ୍ରନଙ୍କୁ ଟିକେଟ୍ ଦେଇଛି। ସୁରେନ୍ଦ୍ରନ ଏହି ସିଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମୁକାବିଲା କରିବେ। ସୁରେନ୍ଦ୍ରନ କେରଳ ଭାଜପାର ସଭାପତି ଅଛନ୍ତି। ନ୍ୟୁଜ ଏଜେନ୍ସି ପିଟିଆଇ ଅନୁସାରେ, ତାଙ୍କ ବିରୋଧରେ ୨୪୨ ଅପରାଧିକ ମାମଲା ରହିଛି। ନିକଟରେ ସେ ଦଳର ମୁଖପତ୍ରରେ ନିଜ ଅପରାଧିକ ମାମଲାର ତଥ୍ୟ ପ୍ରକାଶ କରିଛନ୍ତି।
ଭାଜପାର ରାଜ୍ୟ ମହାସଚିବ ଜର୍ଜ କୁରିୟନ ଏନେଇ ନ୍ୟୁଜ ଏଜେନ୍ସିକୁ କହିଛନ୍ତି, ଅଧିକାଂଶ ମାମଲା ୨୦୧୮ର ସବରୀମାଳା ବିରୋଧ ପ୍ରଦର୍ଶନରେ ରୁଜୁ କରାଯାଇଥିଲା। ଯେତେବେଳେ ପାର୍ଟି ବିରୋଧ ପ୍ରଦର୍ଶନ କରିଛି ପୋଲିସ ଏନେଇ ମାମଲା ରୁଜୁ କରିଛି। କହିରଖୁଛୁ କି, ନିର୍ବାଚନ କମିଶନରଙ୍କ ଅନୁଯାୟୀ, ସବୁ ପ୍ରାର୍ଥୀଙ୍କୁ ନିଜ ନାଁରେ ଦାଖଲ ହୋଇଥିବା ସମସ୍ତ ଅପରାଧିକ ମାମଲା ସମ୍ପର୍କରେ କୌଣସି ଖବରକାଗଜ କିମ୍ବା ପତ୍ରିକାରେ ପ୍ରକାଶ କରିବା ବାଧ୍ୟତାମୂଳକ ଅଟେ।
The post ଏହି ଭାଜପା ପ୍ରାର୍ଥୀଙ୍କ ନାଁରେ ରହିଛି ୨୪୨ ମାମଲା, ରାହୁଲ ଗାନ୍ଧୀଙ୍କ ସହ ହେବ ଟକ୍କର appeared first on Dharitri Odia News.