ଏହି ଭାରତୀୟ ବ୍ୟାଟ୍ସମ୍ୟାନ୍ଙ୍କ କଭର୍ ଡ୍ରାଇଭ୍ ଦେଖି ଆଶ୍ଚର୍ଯ୍ୟ ହେଲେ ଅଷ୍ଟ୍ରେଲିୟ କିମ୍ବଦନ୍ତୀ
ବେଙ୍ଗାଲୁରୁ,୧୩।୫: ଆଇପିଏଲ ୨୦୨୪ର ୬୨ତମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ବେଙ୍ଗାଲୁରୁ ଷଷ୍ଠ ବିଜୟ ହାସଲ କରିଛି। ବିରାଟ କୋହଲି ଏହି ମ୍ୟାଚରେ ୩୦ ରନ ସ୍କୋର ମଧ୍ୟ କରିପାରି ନ ଥିଲେ। କିନ୍ତୁ ରଜତ ପଟିଦାର ଚମତ୍କାର ବ୍ୟାଟିଂ କରିଥିଲେ। ସେ ଏହି ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିଥିଲେ। ଏହା ସହ ପଟିଦାର ଆଇପିଏଲ ୨୦୨୪ରେ ପଞ୍ଚମ ଅର୍ଦ୍ଧଶତକ ହାସଲ କରିଥିଲେ। ତାଙ୍କ ଇନିଂସରେ ଏକ […] The post ଏହି ଭାରତୀୟ ବ୍ୟାଟ୍ସମ୍ୟାନ୍ଙ୍କ କଭର୍ ଡ୍ରାଇଭ୍ ଦେଖି ଆଶ୍ଚର୍ଯ୍ୟ ହେଲେ ଅଷ୍ଟ୍ରେଲିୟ କିମ୍ବଦନ୍ତୀ appeared first on Dharitri Odia News.
ବେଙ୍ଗାଲୁରୁ,୧୩।୫: ଆଇପିଏଲ ୨୦୨୪ର ୬୨ତମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ବେଙ୍ଗାଲୁରୁ ଷଷ୍ଠ ବିଜୟ ହାସଲ କରିଛି। ବିରାଟ କୋହଲି ଏହି ମ୍ୟାଚରେ ୩୦ ରନ ସ୍କୋର ମଧ୍ୟ କରିପାରି ନ ଥିଲେ। କିନ୍ତୁ ରଜତ ପଟିଦାର ଚମତ୍କାର ବ୍ୟାଟିଂ କରିଥିଲେ। ସେ ଏହି ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିଥିଲେ। ଏହା ସହ ପଟିଦାର ଆଇପିଏଲ ୨୦୨୪ରେ ପଞ୍ଚମ ଅର୍ଦ୍ଧଶତକ ହାସଲ କରିଥିଲେ। ତାଙ୍କ ଇନିଂସରେ ଏକ ସଟ ମଧ୍ୟ ରହିଥିଲା, ଯାହା କି ଅଷ୍ଟ୍ରେଲିଆର କିମ୍ବଦନ୍ତୀ ବୋଲର ବ୍ରେଟ ଲିଙ୍କୁ ମଧ୍ୟ ପ୍ରଭାବିତ କରିଥିଲା।
ବେଙ୍ଗାଲୁରୁ ଇନିଂସର ପଞ୍ଚମ ଓଭରରେ ମୁକେଶ କୁମାରଙ୍କ ଉପରେ ରଜତ ପଟିଦାରଙ୍କ ଦ୍ୱାରା କଭର ଡ୍ରାଇଭ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ମ୍ୟାଚ ପରେ ଏକ ସାକ୍ଷାତକାରରେ ବ୍ରେଟ ଲି କହିଛନ୍ତି, ଯଦି କେହି ହାଇଲାଇଟ ଦେଖୁଛନ୍ତି, ତେବେ ସେ ଭାବିଥିବେ ଯେ ଏହି ସଟ ବିରାଟ କୋହଲିଙ୍କର ଅଟେ।
ଅଷ୍ଟ୍ରେଲୀୟ ବୋଲର ବ୍ରେଟ ଲି କହିଛନ୍ତି,ପଟିଦାର ଚଳିତ ସିଜନରେ ତାଙ୍କର ପଞ୍ଚମ ଅର୍ଦ୍ଧଶତକ ପୂରଣ କରିଛନ୍ତି। ଆମେ ଜାଣୁ ସେ ଟେଷ୍ଟ କ୍ରିକେଟ ମଧ୍ୟ ଖେଳିଛନ୍ତି, କିନ୍ତୁ ଫର୍ମରେ ରହିବାକୁ ତାଙ୍କୁ କିଛି ସମୟ ଲାଗିଛି। କିନ୍ତୁ ସବୁଠାରୁ ଭଲ କଥା ହେଉଛି ସେ କଭର ଡ୍ରାଇଭ୍ ମାରୁଛନ୍ତି। ସେ ପୁନର୍ବାର ନିଜର ଫର୍ମ ଫେରି ପାଇଛନ୍ତି।
The post ଏହି ଭାରତୀୟ ବ୍ୟାଟ୍ସମ୍ୟାନ୍ଙ୍କ କଭର୍ ଡ୍ରାଇଭ୍ ଦେଖି ଆଶ୍ଚର୍ଯ୍ୟ ହେଲେ ଅଷ୍ଟ୍ରେଲିୟ କିମ୍ବଦନ୍ତୀ appeared first on Dharitri Odia News.