ଏହି ମହିଳାଙ୍କ ହାତରୁ କ୍ଷିରୀ ଖାଇବେ ମୋଦି

ଭୁବନେଶ୍ୱର,୧୭।୯ : ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏ ନେଇ ଚଳଚଞ୍ଚଳ ହୋଇ ଉଠିଛି ଜନତା ମଇଦାନ । ସୁଭଦ୍ରା ଯୋଜନା ପାଇଁ ଉତ୍ସାହିତ ହୋଇପଡ଼ିଛନ୍ତି ମହିଳା। ତେବେ କେବଳ ସୁଭଦ୍ରା ନୁହେଁ ଆଜି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ପ୍ରଥମ କିସ୍ତି ଆକାଉଣ୍ଟକୁ ଆସିବ। ପ୍ରଥମ କିସ୍ତି ଟଙ୍କା ଦେବେ ମୋଦି। ଓଡ଼ିଶାରେ ହିତାଧିକାରୀଙ୍କୁ ଆବାସର ପ୍ରଥମ କିସ୍ତି ମିଳିବ। ପ୍ରଧାନମନ୍ତ୍ରୀ ୧୦ଲକ୍ଷ ହିତାଧିକାରୀଙ୍କୁ ଆବାସ ପାଇଁ ପ୍ରଥମ କିସ୍ତି ଦେଇ ଏହି ପ୍ରକ୍ରିୟା ଆରମ୍ଭ […] The post ଏହି ମହିଳାଙ୍କ ହାତରୁ କ୍ଷିରୀ ଖାଇବେ ମୋଦି appeared first on Dharitri Odia News.

ଏହି ମହିଳାଙ୍କ ହାତରୁ କ୍ଷିରୀ ଖାଇବେ ମୋଦି

ଭୁବନେଶ୍ୱର,୧୭।୯ : ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏ ନେଇ ଚଳଚଞ୍ଚଳ ହୋଇ ଉଠିଛି ଜନତା ମଇଦାନ । ସୁଭଦ୍ରା ଯୋଜନା ପାଇଁ ଉତ୍ସାହିତ ହୋଇପଡ଼ିଛନ୍ତି ମହିଳା। ତେବେ କେବଳ ସୁଭଦ୍ରା ନୁହେଁ ଆଜି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ପ୍ରଥମ କିସ୍ତି ଆକାଉଣ୍ଟକୁ ଆସିବ। ପ୍ରଥମ କିସ୍ତି ଟଙ୍କା ଦେବେ ମୋଦି।
ଓଡ଼ିଶାରେ ହିତାଧିକାରୀଙ୍କୁ ଆବାସର ପ୍ରଥମ କିସ୍ତି ମିଳିବ। ପ୍ରଧାନମନ୍ତ୍ରୀ ୧୦ଲକ୍ଷ ହିତାଧିକାରୀଙ୍କୁ ଆବାସ ପାଇଁ ପ୍ରଥମ କିସ୍ତି ଦେଇ ଏହି ପ୍ରକ୍ରିୟା ଆରମ୍ଭ କରିବେ।
ତେବେ ସବୁଠୁ ବଡ଼ କଥା ହେଉଛି ଭୁବନେଶ୍ବର ଏୟାରପୋର୍ଟରୁ ସିଧା ଗାଡ଼କଣ ବସ୍ତିକୁ ଯିବେ ପ୍ରଧାନମନ୍ତ୍ରୀ। ସେଠାରେ ପିଏମ୍‌ ଆବାସ ହିତାଧିକାରୀଙ୍କ ସହ ଆଲୋଚନା କରିବେ । ଏହାପରେ ଜନତା ମଇଦାନ ଆସିବେ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି।
ଅନ୍ୟପକ୍ଷେ ମୋଦିଙ୍କୁ କ୍ଷିରୀ ଖାଇବାକୁ ଦେବେ ମହିଳା। ଗାଡ଼କଣ ଗାଁକୁ ଯିବା ଅବସରରେ ତାଙ୍କୁ ଏହି କ୍ଷିରୀ ଖାଇବାକୁ ଦିଆଯିବ । ପିଏମ୍‌ ଆବାସ ଯୋଜନାର ହିତାଧିକାରୀ ଅନ୍ତର୍ଯ୍ୟାମୀ ନାୟକଙ୍କ ଘରେ ଏନେଇ ପ୍ରସ୍ତୁତି ଚାଲିଛି। ତାଙ୍କ ବୋହୂ ସୁସ୍ବାଦୁ କ୍ଷିରୀ ପ୍ରସ୍ତୁତ କରିଛନ୍ତି। ଏନେଇ ସେ ବେଶ ଖୁସି ଅଛନ୍ତି। ତାଙ୍କ ହାତର କ୍ଷିରୀ ମୋଦି ଖାଇବେ ଏହା ତାଙ୍କ ପାଇଁ ବୋହୂତ ବଡ଼ କଥା ବୋଲି ସେ କହିଛନ୍ତି।

The post ଏହି ମହିଳାଙ୍କ ହାତରୁ କ୍ଷିରୀ ଖାଇବେ ମୋଦି appeared first on Dharitri Odia News.