ଏହି ମାଟିରୁ ଉତ୍ପତି ହୋଇଛି ‘ଊର୍ଦ୍ଦୁ’, ଇସ୍ଲାମ ଧର୍ମ ସହ ଯୋଡାଯିବା ଭୁଲ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ ୧୬।୪: ସୁପ୍ରିମକୋର୍ଟ ମହାରାଷ୍ଟ୍ରର ଅକୋଲା ଜିଲ୍ଲା ପାତୁର ନଗର ପରିଷଦ ସାଇନବୋର୍ଡରେ ଊର୍ଦ୍ଦୁ ଭାଷାର ବ୍ୟବହାରକୁ କାୟମ ରଖିଛନ୍ତି। କହିଛନ୍ତି ଭାଷା ସଂସ୍କୃତିର ଅଙ୍ଗ ଓ ଏହାକୁ ଲୋକଙ୍କୁ ବାଣ୍ଟିବାର କାରଣ କରାନଯାଉ। ଏହା ସହିତ କୋର୍ଟ ଊର୍ଦ୍ଦୁକୁ ‘ଗଙ୍ଗା-ଯମୁନା ତହଜିବ’ର ଆଦର୍ଶ ଉଦାହରଣ ବୋଲି କହି ଏହାକୁ ଭାରତରେ ଜନ୍ମିତ ଭାଷା ବୋଲି କହିଛନ୍ତି। ଏହା ସହିତ ସୁପ୍ରିମକୋର୍ଟଙ୍କ ଜଷ୍ଟିସ୍ କେ.ବିନୋଦ ଚନ୍ଦ୍ର ଓ ଜଷ୍ଟିସ ସୁଧାଂଶୁ ଧୂଲିଆଙ୍କ ପୀଠ ବର୍ଷା ତାୟୀ ଓ ସଞ୍ଜୟ ବାଗଡେଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। ପାତୁର ନଗର ପରିଷଦର ପୂର୍ବତନ କର୍ପୋରେଟର ବର୍ଷା ତାୟୀ ଓ ସଞ୍ଜୟ ବାଗଡେ ସାଇନ ବୋର୍ଡରେ ଊର୍ଦ୍ଦୁ ଭାଷାର ବ୍ୟବହାରକୁ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ସେମାନେ ଦାବି କରିଥିଲେ ଯେ ମହାରାଷ୍ଟ୍ର ସ୍ଥାନୀୟ ପ୍ରାଧିକରଣ (ଅଧିକାରୀକ ଭାଷା)   ଅଧିନିୟମ ୨୦୨୨ ଅନୁସାରେ ସାଇନବୋର୍ଡରେ କେବଳ ମରାଠୀ ଭାଷାର ବ୍ୟବହାର ହେବା ଉଚିତ। ଏଥିରେ ସୁପ୍ରିମକୋର୍ଟଙ୍କ ପୀଠ କହିଛନ୍ତି ଯେ ‘ଭାଷା କୌଣସି ଧର୍ମର ହୋଇ ନଥାଏ, ଏହା କୌଣସି ସମୂଦାୟ, କ୍ଷେତ୍ର ବା ଲୋକଙ୍କର ହୋଇଥାଏ’। ଜଷ୍ଟିସ ଧୂଲିଆ ତାଙ୍କ ଐତିହାସିକ ରାୟରେ କହିଛନ୍ତି ଯେ ‘ଊର୍ଦ୍ଦୁ ଭାରତରେ ଜନ୍ମ ହୋଇଥିବା ଏକ ଭାଷା ଓ ଏହାକୁ କୌଣସି ଧର୍ମ ସହ ଯୋଡିବା ଭୁଲ। ଏହା ଗଙ୍ଗା-ଯମୁନା ତହଜିବର ପ୍ରତୀକ ଅଟେ ଯାହା ଉତ୍ତର ଓ ମଧ୍ୟ ଭାରତର ସମନ୍ୱିତ ସାଂସ୍କୃତିକ

ଏହି ମାଟିରୁ ଉତ୍ପତି ହୋଇଛି ‘ଊର୍ଦ୍ଦୁ’, ଇସ୍ଲାମ ଧର୍ମ ସହ ଯୋଡାଯିବା ଭୁଲ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ ୧୬।୪: ସୁପ୍ରିମକୋର୍ଟ ମହାରାଷ୍ଟ୍ରର ଅକୋଲା ଜିଲ୍ଲା ପାତୁର ନଗର ପରିଷଦ ସାଇନବୋର୍ଡରେ ଊର୍ଦ୍ଦୁ ଭାଷାର ବ୍ୟବହାରକୁ କାୟମ ରଖିଛନ୍ତି। କହିଛନ୍ତି ଭାଷା ସଂସ୍କୃତିର ଅଙ୍ଗ ଓ ଏହାକୁ ଲୋକଙ୍କୁ ବାଣ୍ଟିବାର କାରଣ କରାନଯାଉ। ଏହା ସହିତ କୋର୍ଟ ଊର୍ଦ୍ଦୁକୁ ‘ଗଙ୍ଗା-ଯମୁନା ତହଜିବ’ର ଆଦର୍ଶ ଉଦାହରଣ ବୋଲି କହି ଏହାକୁ ଭାରତରେ ଜନ୍ମିତ ଭାଷା ବୋଲି କହିଛନ୍ତି। ଏହା ସହିତ ସୁପ୍ରିମକୋର୍ଟଙ୍କ ଜଷ୍ଟିସ୍ କେ.ବିନୋଦ ଚନ୍ଦ୍ର ଓ ଜଷ୍ଟିସ ସୁଧାଂଶୁ ଧୂଲିଆଙ୍କ ପୀଠ ବର୍ଷା ତାୟୀ ଓ ସଞ୍ଜୟ ବାଗଡେଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। 

ପାତୁର ନଗର ପରିଷଦର ପୂର୍ବତନ କର୍ପୋରେଟର ବର୍ଷା ତାୟୀ ଓ ସଞ୍ଜୟ ବାଗଡେ ସାଇନ ବୋର୍ଡରେ ଊର୍ଦ୍ଦୁ ଭାଷାର ବ୍ୟବହାରକୁ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ସେମାନେ ଦାବି କରିଥିଲେ ଯେ ମହାରାଷ୍ଟ୍ର ସ୍ଥାନୀୟ ପ୍ରାଧିକରଣ (ଅଧିକାରୀକ ଭାଷା)   ଅଧିନିୟମ ୨୦୨୨ ଅନୁସାରେ ସାଇନବୋର୍ଡରେ କେବଳ ମରାଠୀ ଭାଷାର ବ୍ୟବହାର ହେବା ଉଚିତ। ଏଥିରେ ସୁପ୍ରିମକୋର୍ଟଙ୍କ ପୀଠ କହିଛନ୍ତି ଯେ ‘ଭାଷା କୌଣସି ଧର୍ମର ହୋଇ ନଥାଏ, ଏହା କୌଣସି ସମୂଦାୟ, କ୍ଷେତ୍ର ବା ଲୋକଙ୍କର ହୋଇଥାଏ’। 

ଜଷ୍ଟିସ ଧୂଲିଆ ତାଙ୍କ ଐତିହାସିକ ରାୟରେ କହିଛନ୍ତି ଯେ ‘ଊର୍ଦ୍ଦୁ ଭାରତରେ ଜନ୍ମ ହୋଇଥିବା ଏକ ଭାଷା ଓ ଏହାକୁ କୌଣସି ଧର୍ମ ସହ ଯୋଡିବା ଭୁଲ। ଏହା ଗଙ୍ଗା-ଯମୁନା ତହଜିବର ପ୍ରତୀକ ଅଟେ ଯାହା ଉତ୍ତର ଓ ମଧ୍ୟ ଭାରତର ସମନ୍ୱିତ ସାଂସ୍କୃତିକ ଐତିହ୍ୟକୁ ଦର୍ଶାଏ’। ସେ ଏହା ବି ସ୍ପଷ୍ଟ କରିଛନ୍ତି ଯେ ‘ଊର୍ଦ୍ଦୁ’ ଓ ‘ମରାଠୀ’ ଉଭୟ ଭାଷାକୁ ସମ୍ବିଧାନର ସମାନ ମାନ୍ୟତା ମିଳିଛି। ଏଣୁ କୋର୍ଟ କହିଛନ୍ତି ଯେ ଯଦି ସ୍ଥାନୀୟ ଲୋକେ ଊର୍ଦ୍ଦୁ ସହ ପରିଚିତ ତେବେ ସାଇନ ବୋର୍ଡରେ ଏହାର ବ୍ୟବହାରକୁ ଆପତ୍ତି କରାଯିବା ଉଚିତ ନୁହେଁ। 

କୋର୍ଟ ଏହା ବି ଟିପ୍ପଣୀ କରିଛନ୍ତି ଯେ ଊର୍ଦ୍ଦୁ ଭାଷାକୁ ପ୍ରାୟତଃ ମୁସଲମାନ ସମୂଦାୟ ସହ ଯୋଡି ଦେଖାଯାଉଛି, ଯାହା ବାସ୍ତବିକତା ଠାରୁ ଅନେକ ଦୂରରେ। ଜଷ୍ଟିସ୍ ଧୂଲିଆ କହିଛନ୍ତି ଯେ ଔପନିବେଶିକ ଶକ୍ତି ହିନ୍ଦୀକୁ ହିନ୍ଦୁଙ୍କ ସହିତ ଓ ଊର୍ଦ୍ଦୁକୁ ମୁସଲମାନଙ୍କ ସହ ଯୋଡିବାର ଭୁଲ ଧାରଣା ସୃଷ୍ଟି କରିଛନ୍ତି। ଭାରତରେ ଊର୍ଦ୍ଦୁ ସବୁଠୁ ଅଧିକ ଲୋକଙ୍କ ଦ୍ୱାରା କୁହାଯାଉଥିବା ଷଷ୍ଠ ଅନୁସୂଚିତ ଭାଷା ଓ ଏହାକୁ ଦେଶର ପ୍ରାୟ ସବୁ ରାଜ୍ୟରେ ଲୋକେ ବ୍ୟବହାର କରନ୍ତି। କୋର୍ଟ ଏହି କଥା ଉପରେ ଜୋର ଦେଇଛନ୍ତି ଯେ ଭାଷାର ମୂଳ ଉଦ୍ଦେଶ୍ୟ ସଞ୍ଚାର, ଏହା ପରିଚୟର ରାଜନୀତି ହେବା ଉଚିତ ନୁହେଁ। 

ରାୟରେ କୁହାଯାଇଛି ଯେ ‘ଆମେ ଆମର ବିବିଧତା, ବିଶେଷ କରି ଭାଷାଗତ ବିବିଧତାକୁ ସମ୍ମାନ କରିବା ଉଚିତ ଓ ଏଥିରୁ ଆନନ୍ଦ ନେବା ଦରକାର। ୨୦୦୧ ଜନଗଣନା ଅନୁସାରେ ଭାରତରେ ୧୨୨ଟି ମୁଖ୍ୟ ଭାଷା ରହିଛି ଓ ୨୩୪ଟି ମାତୃଭାଷା। ଏଥିରେ ଊର୍ଦ୍ଦୁ ସବୁଠୁ ଅଧିକ କୁହାଯାଉଥିବା ଷଷ୍ଠ ଭାଷା ଓ ପାଖାପାଖି ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ କିଛି ନା କିଛି ଲୋକେ ଏହି ଭାଷାରେ କଥା ହୁଅନ୍ତି’। 

ବର୍ଷା ତାୟୀ ୨୦୨୦ ମସିହାରେ ପାତୁର ନଗର ପରିଷଦ ସାଇନ ବୋର୍ଡରୁ ଊର୍ଦ୍ଦୁ ଭାଷାକୁ ହଟାଇବାକୁ ଦାବି କରିଥିଲେ, ଯାହାକୁ ପରିଷଦ ଖାରଜ କରିଦେଇଥିଲା। ଏଥିରେ ପରିଷଦ ତର୍କ ଦେଇଥିଲା ଯେ ୧୯୫୬ ମସିହାରୁ ସାଇନବୋର୍ଡରେ ଊର୍ଦ୍ଦୁ ଭାଷା ଉପଯୋଗ ହୋଇ ଆସୁଛି ଓ ସ୍ଥାନୀୟ ଜନତା ଏହାକୁ ଭଲ ଭାବେ ପଢି ଓ ବୁଝି ପାରୁଛନ୍ତି। ଏହାପରେ ବାଗଡେ ୨୦୨୧ ମସିହାରେ ନଗର ପରିଷଦ ସାଇନବୋର୍ଡରୁ ଊର୍ଦ୍ଦୁଭାଷା ହଟାଇବା ପାଇଁ ବମ୍ବେ ହାଇକୋର୍ଟରେ ନିବେଦନ କରିଥିଲେ। ଏହାକୁ ହାଇକୋର୍ଟ ଖାରଜ କରିଦେବା ପରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।