ଏହି ରାଜ୍ୟର ଏମପି ହେଉଛନ୍ତି ଦେଶର ସବୁଠାରୁ ଧନୀ, ଜାଣନ୍ତୁ ଓଡିଶାରୁ କିଏ..
ନୂଆଦିଲ୍ଲୀ,୧୪।୩: ଆପଣ ଜାଣିଛନ୍ତି କି, ଲୋକ ସଭା ଓ ରାଜ୍ୟ ସଭାରେ କେଉଁ ଏମପି ସବୁଠାରୁ ଅଧିକ ଧନୀ ଅଟନ୍ତି। ସେପ୍ଟେମ୍ବର ୨୦୨୩ ରେ, ଆସୋସିଏଶନ ଫର ଡେମୋକ୍ରାଟିକ ରିଫର୍ମସ (ADR) ଓ ଆସୋସିଏଶନ ନ୍ୟାଶନାଲ ଇଲେକ୍ଟୋରାଲ ୱାଚ (NEW) ଦ୍ୱାରା ଏ ସମ୍ପର୍କିତ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଯେଉଁଥିରେ ଦେଶର ସମସ୍ତ ଏମପିଙ୍କ ବିଷୟରେ ଅନେକ ତଥ୍ୟ ଦିଆଯାଇଥିଲା। ଜାଣିଲେ ତାଜୁବ ହେବେ ୟୁପି ଓ ବିହାରର କୌଣସି ବି ଏମପି ଏହି ଧନୀ […] The post ଏହି ରାଜ୍ୟର ଏମପି ହେଉଛନ୍ତି ଦେଶର ସବୁଠାରୁ ଧନୀ, ଜାଣନ୍ତୁ ଓଡିଶାରୁ କିଏ.. appeared first on Dharitri Odia News.
ନୂଆଦିଲ୍ଲୀ,୧୪।୩: ଆପଣ ଜାଣିଛନ୍ତି କି, ଲୋକ ସଭା ଓ ରାଜ୍ୟ ସଭାରେ କେଉଁ ଏମପି ସବୁଠାରୁ ଅଧିକ ଧନୀ ଅଟନ୍ତି। ସେପ୍ଟେମ୍ବର ୨୦୨୩ ରେ, ଆସୋସିଏଶନ ଫର ଡେମୋକ୍ରାଟିକ ରିଫର୍ମସ (ADR) ଓ ଆସୋସିଏଶନ ନ୍ୟାଶନାଲ ଇଲେକ୍ଟୋରାଲ ୱାଚ (NEW) ଦ୍ୱାରା ଏ ସମ୍ପର୍କିତ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଯେଉଁଥିରେ ଦେଶର ସମସ୍ତ ଏମପିଙ୍କ ବିଷୟରେ ଅନେକ ତଥ୍ୟ ଦିଆଯାଇଥିଲା। ଜାଣିଲେ ତାଜୁବ ହେବେ ୟୁପି ଓ ବିହାରର କୌଣସି ବି ଏମପି ଏହି ଧନୀ ତାଲିକାରେ ନାହାନ୍ତି।
ଆସୋସିଏଶନ ଫର ଡେମୋକ୍ରାଟିକ ରିଫର୍ମସ (ଏଡିଆର) ର ରିପୋର୍ଟରେ ଦେଶର ସବୁଠାରୁ ଧନୀ ଏମପି ତେଲଙ୍ଗାନାରେ ଅଛନ୍ତିି। ରାଜ୍ୟର ଲୋକସଭା ଏବଂ ରାଜ୍ୟସଭା ଏମପିଙ୍କ ହାରାହାରି ସମ୍ପତ୍ତି ହେଉଛି ୩୮.୩୩ କୋଟି ଟଙ୍କା। ତେଲଙ୍ଗାନାର ୨୪ ଜଣ ଏମପିଙ୍କ ହାରାହାରି ସମ୍ପତ୍ତି ହେଉଛି ୨୨.୨୬ କୋଟି ଟଙ୍କା। ଏହା ପରେ ଆନ୍ଧ୍ରପ୍ରଦେଶର ୩୬ ଏମପିଙ୍କ ହାରାହାରି ସମ୍ପତ୍ତି ହେଉଛି ୧୫୦.୭୬ କୋଟି ଟଙ୍କା। ସେହିଭଳି ପଞ୍ଜାବର ୨୦ ଜଣ ଏମପିଙ୍କ ହାରାହାରି ସମ୍ପତ୍ତି ହେଉଛି ୮୮.୯୪ କୋଟି ଟଙ୍କା। କେବଳ ଏତିକି ନୁହେଁ ଦେଶର ପ୍ରାୟ ୫୩ ଜଣ ଏମପିଙ୍କ ନାମ ବିଲିୟନେୟାର ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି, ଯାହା ମୋଟ ଏମପିଙ୍କ ମାତ୍ର ୭ ପ୍ରତିଶତ ଅଟେ।
ଲାକ୍ଷାଦ୍ୱୀପ ଏମପିଙ୍କର ସବୁଠାର କମ୍ ସମ୍ପତ୍ତି ରହିଛି। ଏହି ଏମପିଙ୍କର ହାରାହାରି ସମ୍ପତ୍ତି ୯.୩୮ ଲକ୍ଷ ଟଙ୍କା । ଏହା ପରେ ତ୍ରିପୁରାର ତିନିଜଣ ଏମପିଙ୍କ ହାରାହାରି ସମ୍ପତ୍ତି ୧.୦୯କୋଟି ଟଙ୍କା। ସେହିଭଳି ମଣିପୁରର ୩ ସାଂସଦ ଅଛନ୍ତି, ଯାହାଙ୍କ ହାରାହାରି ସମ୍ପତ୍ତି ୧.୧୨ କୋଟି ଟଙ୍କା । ଆସୋସିଏଶନ ଫର ଡେମୋକ୍ରାଟିକ ରିଫର୍ମସ (ଏଡିଆର) ର ରିପୋର୍ଟ ଅନୁଯାୟୀ ଦେଶର ମୋଟ ଏମପିଙ୍କ ମଧ୍ୟରୁ ୫୩ ଜଣ ଏମପିଙ୍କୁ କୋଟିପତି ତାଲିକାରେ ରଖାଯାଇଛି। ଏଥିମଧ୍ୟରୁ ୭ ଜଣ ଏମପି ତେଲଙ୍ଗାନାର, ୯ ଜଣ ଏମପି ଆନ୍ଧ୍ରପ୍ରଦେଶର ଏବଂ ଦୁଇଜଣ ଏମପି ଦିଲ୍ଲୀର ଅଟନ୍ତି। ସେହିପରିି ପଞ୍ଜାବର ୪ ଏମପି, ଉତ୍ତରପ୍ରଦେଶର ୧ , ମହାରାଷ୍ଟ୍ରର ୬ ଜଣ ଏବଂ କର୍ନାଟକର ୩ ଜଣ ଏମପି କୋଟିପତି ଅଟନ୍ତି। ଏହିସବୁ ଏମପିମାନେ ସେମାନଙ୍କର ନିର୍ବାଚନ ଆଫିଡିବେଟରେ ୧୦୦ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ଘୋଷଣା କରିଛନ୍ତି। ଏହି ତାଲିକାରେ ଓଡିଶାର କୌଣସି ଏମପିଙ୍କ ନାଁ ନାହିଁ।
The post ଏହି ରାଜ୍ୟର ଏମପି ହେଉଛନ୍ତି ଦେଶର ସବୁଠାରୁ ଧନୀ, ଜାଣନ୍ତୁ ଓଡିଶାରୁ କିଏ.. appeared first on Dharitri Odia News.