ଏହି ରୋଗରେ ପୀଡିତ ହେଲେ ଅଭିନେତା ବରୁଣ କୁଲ୍‌କର୍ଣ୍ଣି, ଚିକିତ୍ସାରେ ଅର୍ଥ ସାଜୁଛି ବାଧକ

ମୁମ୍ଵାଇ ୨୩।୦୧; ୨୦୨୩ରେ ରିଲିଜ୍ ହୋଇଥିଲା ଫିଲ୍ମ 'ଡଙ୍କି'। ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ଏହି ଫିଲ୍ମରେ ନଜର ଆସିଥିଲେ ଅଭିନେତା ବରୁଣ କୁଲକର୍ଣ୍ଣି । ସେ ଏବେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ବରୁଣ କୁଲକର୍ଣ୍ଣିଙ୍କୁ କିଡନୀ ଜନିତ ରୋଗ ପୀଡିତ ଥିବା ନେଇ ଜଣାପଡିଛି।ତାଙ୍କୁ ସପ୍ତାହରେ ଅତି କମରେ ଦୁଇଥର ଡାଏଲିସିସ୍ କରିବାକୁ ପଡ଼ୁଥିବା ନେଇ ଦାବି କରିଛନ୍ତି ତାଙ୍କ ବନ୍ଧୁ ରୋଶନ ସେଟ୍ଟୀ। ସେ ଏହା ମଧ୍ୟ କହିଛନ୍ତି ଯେ, ସପ୍ତାହକୁ ୨ଥର ଡାଏଲିସିସ ପାଇଁ ବରୁଣଙ୍କ ପାଖରେ ଟଙ୍କା ନାହିଁ। ସେ ସାହାଯ୍ୟ ପାଇଁ ଅନ୍ୟ ଆଗରେ ହାତ ପତାଉଛନ୍ତି। ରୋଶନ ଇନଷ୍ଟାଗ୍ରାମରେ ଅଭିନେତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ସୂଚନା ଦେଇଛନ୍ତି। ଏନେଇ ସେ କହିଛନ୍ତି ଯେ, ଚିକିତ୍ସା ଯୋଗୁଁ ଅଭିନେତା ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ତାଙ୍କୁ ହସ୍ପିଟାଲ ବିଲ୍ ଦେବାରେ ମଧ୍ୟ ଅସୁବିଧା ହେଉଛି। ନିଜ ପୋଷ୍ଟ ମାଧ୍ୟମରେ ସେ ଅନୁରୋଧ କରିଛନ୍ତି ଯେ, "ଏହି କଷ୍ଟକର ସମୟରେ ବରୁଣଙ୍କୁ ସାହାଯ୍ୟ କରନ୍ତୁ। ମୋର ପ୍ରିୟ ବନ୍ଧୁ ଏବଂ ଥିଏଟର ସହ-କଳାକାର ବରୁଣ ବର୍ତ୍ତମାନ ଗମ୍ଭୀର କିଡନୀ ସମସ୍ୟାରେ ପୀଡିତ। ଆମେ ପୂର୍ବରୁ ଟଙ୍କା ସଂଗ୍ରହ କରିବା ପାଇଁ କରିଥିବା ପ୍ରୟାସ ସତ୍ତ୍ୱେ, ତାଙ୍କ ଚିକିତ୍ସାର ଖର୍ଚ୍ଚ ବଢ଼ିବାରେ ଲାଗିଛି। ବରୁଣ କେବଳ ଜଣେ ଚମତ୍କାର କଳାକାର ନୁହଁନ୍ତି ବରଂ ଜଣେ ଦୟାଳୁ ଏବଂ ନିସ୍ୱାର୍ଥପର ମଣିଷ । ସେ ବହୁତ କମ୍

ଏହି ରୋଗରେ ପୀଡିତ ହେଲେ ଅଭିନେତା ବରୁଣ କୁଲ୍‌କର୍ଣ୍ଣି, ଚିକିତ୍ସାରେ ଅର୍ଥ ସାଜୁଛି ବାଧକ

ମୁମ୍ଵାଇ ୨୩।୦୧; ୨୦୨୩ରେ ରିଲିଜ୍ ହୋଇଥିଲା ଫିଲ୍ମ 'ଡଙ୍କି'। ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ଏହି ଫିଲ୍ମରେ ନଜର ଆସିଥିଲେ ଅଭିନେତା ବରୁଣ କୁଲକର୍ଣ୍ଣି । ସେ ଏବେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ବରୁଣ କୁଲକର୍ଣ୍ଣିଙ୍କୁ କିଡନୀ ଜନିତ ରୋଗ ପୀଡିତ ଥିବା ନେଇ ଜଣାପଡିଛି।

ତାଙ୍କୁ ସପ୍ତାହରେ ଅତି କମରେ ଦୁଇଥର ଡାଏଲିସିସ୍ କରିବାକୁ ପଡ଼ୁଥିବା ନେଇ ଦାବି କରିଛନ୍ତି ତାଙ୍କ ବନ୍ଧୁ ରୋଶନ ସେଟ୍ଟୀ। ସେ ଏହା ମଧ୍ୟ କହିଛନ୍ତି ଯେ, ସପ୍ତାହକୁ ୨ଥର ଡାଏଲିସିସ ପାଇଁ ବରୁଣଙ୍କ ପାଖରେ ଟଙ୍କା ନାହିଁ। ସେ ସାହାଯ୍ୟ ପାଇଁ ଅନ୍ୟ ଆଗରେ ହାତ ପତାଉଛନ୍ତି। ରୋଶନ ଇନଷ୍ଟାଗ୍ରାମରେ ଅଭିନେତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ସୂଚନା ଦେଇଛନ୍ତି। 

ଏନେଇ ସେ କହିଛନ୍ତି ଯେ, ଚିକିତ୍ସା ଯୋଗୁଁ ଅଭିନେତା ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ତାଙ୍କୁ ହସ୍ପିଟାଲ ବିଲ୍ ଦେବାରେ ମଧ୍ୟ ଅସୁବିଧା ହେଉଛି। ନିଜ ପୋଷ୍ଟ ମାଧ୍ୟମରେ ସେ ଅନୁରୋଧ କରିଛନ୍ତି ଯେ, "ଏହି କଷ୍ଟକର ସମୟରେ ବରୁଣଙ୍କୁ ସାହାଯ୍ୟ କରନ୍ତୁ। ମୋର ପ୍ରିୟ ବନ୍ଧୁ ଏବଂ ଥିଏଟର ସହ-କଳାକାର ବରୁଣ ବର୍ତ୍ତମାନ ଗମ୍ଭୀର କିଡନୀ ସମସ୍ୟାରେ ପୀଡିତ। ଆମେ ପୂର୍ବରୁ ଟଙ୍କା ସଂଗ୍ରହ କରିବା ପାଇଁ କରିଥିବା ପ୍ରୟାସ ସତ୍ତ୍ୱେ, ତାଙ୍କ ଚିକିତ୍ସାର ଖର୍ଚ୍ଚ ବଢ଼ିବାରେ ଲାଗିଛି। ବରୁଣ କେବଳ ଜଣେ ଚମତ୍କାର କଳାକାର ନୁହଁନ୍ତି ବରଂ ଜଣେ ଦୟାଳୁ ଏବଂ ନିସ୍ୱାର୍ଥପର ମଣିଷ । ସେ ବହୁତ କମ୍ ବୟସରେ ତାଙ୍କ ପିତାମାତାଙ୍କୁ ହରାଇଥିଲେ। ସେବେଠାରୁ ସେ ନିଜର ପରିଚୟ ନିଜେ ତିଆରି କରିଛନ୍ତି। ଏଭଳି ପରିସ୍ଥିତିରେ ତାଙ୍କୁ ଆର୍ଥିକ ସହାୟତା ଦେବାକୁ ଅନୁରୋଧ।"