ସୌମ୍ୟାଶ୍ରୀ ଙ୍କ ଉଦ୍ଦେଶ୍ୟ ରେ କଂଗ୍ରେସ କର୍ମି ଙ୍କ ଶ୍ରଦ୍ଧାଞ୍ଜଳି ସଭା।
କଳାହାଣ୍ଡି,୨୪/୦୭ ବହୁ ଚର୍ଚ୍ଚିତ ଫକୀର ମୋହନ ବିଶ୍ୱ ବିଦ୍ୟାଳୟ ର ଛାତ୍ରୀ ସୌମ୍ୟାଶ୍ରୀ ବିଶି କଲେଜ ଅଧ୍ୟାପକ ଙ୍କ ଯୌନ ଉତ୍ପୀଡ଼ନ ର ଶିକାର ହୋଇ ମାନସିକ ଚାପ ରେ ଆସି ଆତ୍ମହତ୍ୟା ଘଟଣା ଓଡ଼ିଶା ରାଜନୀତି ରେ ଏକ ଚର୍ଚ୍ଚିତ ଘଟଣା, ଏହି ଘଟଣା କୁ ନେଇ କଂଗ୍ରେସ ଦଳ ପକ୍ଷରୁ ଓଡିଶା ବନ୍ଦ ଆହ୍ୱାନ ଦେଇଥିଲେ। ଗୁରୁବାର କଂଗ୍ରେସ ପକ୍ଷରୁ ସୌମ୍ୟାଶ୍ରୀ ଙ୍କ ଦଶାହ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। କୋକସରା ବ୍ଲକ କଂଗ୍ରେସ […] The post ସୌମ୍ୟାଶ୍ରୀ ଙ୍କ ଉଦ୍ଦେଶ୍ୟ ରେ କଂଗ୍ରେସ କର୍ମି ଙ୍କ ଶ୍ରଦ୍ଧାଞ୍ଜଳି ସଭା। appeared first on Odisha.News.
କଳାହାଣ୍ଡି,୨୪/୦୭
ବହୁ ଚର୍ଚ୍ଚିତ ଫକୀର ମୋହନ ବିଶ୍ୱ ବିଦ୍ୟାଳୟ ର ଛାତ୍ରୀ ସୌମ୍ୟାଶ୍ରୀ ବିଶି କଲେଜ ଅଧ୍ୟାପକ ଙ୍କ ଯୌନ ଉତ୍ପୀଡ଼ନ ର ଶିକାର ହୋଇ ମାନସିକ ଚାପ ରେ ଆସି ଆତ୍ମହତ୍ୟା ଘଟଣା ଓଡ଼ିଶା ରାଜନୀତି ରେ ଏକ ଚର୍ଚ୍ଚିତ ଘଟଣା, ଏହି ଘଟଣା କୁ ନେଇ କଂଗ୍ରେସ ଦଳ ପକ୍ଷରୁ ଓଡିଶା ବନ୍ଦ ଆହ୍ୱାନ ଦେଇଥିଲେ। ଗୁରୁବାର କଂଗ୍ରେସ ପକ୍ଷରୁ ସୌମ୍ୟାଶ୍ରୀ ଙ୍କ ଦଶାହ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। କୋକସରା ବ୍ଲକ କଂଗ୍ରେସ ସଭାପତି ଲିଙ୍ଗରାଜ ବେହେରା ଙ୍କ ତତ୍ୱାବଧାନ ରେ ସ୍ଥାନୀୟ କଂଗ୍ରେସ ଭବନ ନିକଟରେ ସୌମ୍ୟାଶ୍ରୀ ଙ୍କ ଫୋଟୋଚିତ୍ର ରେ ମାଲ୍ୟାର୍ପଣ ପରେ ଉପସ୍ଥିତ କର୍ମୀମାନେ ନିରବ ପ୍ରାର୍ଥନା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭା ରେ ତ୍ରିଭୁବନ ନାଏକ,ଅରୁଣ କୁମାର ମାଝୀ,ଅଭିମନ୍ୟୁ ପଟ୍ଟନାୟକ,ଯତୀନ୍ଦ୍ର ଦଳେଇ,ଭୂଷଣ ମହାନନ୍ଦ,ନବୀନ ନାଏକ, ଅଜୟ ପଣ୍ଡା,ମୁକୁନ୍ଦ ହଂସ,ଅନିଲ ପୋଢ଼, ରୂପଧର ପୋଢ଼,ହେମନ୍ତ ବାଗ ବ୍ଲକ ନାରିନେତ୍ରୀ ଫୁଲତୋଳା ଖମାରି ପ୍ରମୁଖ ଉପସ୍ଥିତ ଥିଲେ।
The post ସୌମ୍ୟାଶ୍ରୀ ଙ୍କ ଉଦ୍ଦେଶ୍ୟ ରେ କଂଗ୍ରେସ କର୍ମି ଙ୍କ ଶ୍ରଦ୍ଧାଞ୍ଜଳି ସଭା। appeared first on Odisha.News.