ଏହି ୨ ରାଜ୍ୟ ପାଇଁ ଅର୍ଥ ଅଜାଡିଦେଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୨୩।୭:ଚଳିତ ବର୍ଷ ବଜେଟ୍‌ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିହାର,ଆନ୍ଧ୍ର ପାଇଁ ବିଶେଷ ଘୋଷଣା କରିଛନ୍ତି। ବିହାରରେ ନୂଆ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ ଅନୁଦାନ ମିଳିବ। ଆନ୍ଧ୍ରପ୍ରଦେଶ ପାଇଁ ବି ବିଶେଷ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ। ପୋଲାଭରମ ଆନ୍ଧ୍ରର ଜୀବନ ରେଖା। ତେଣୁ ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ। ଆନ୍ଧ୍ରପ୍ରଦେଶ ପୁନର୍ଗଠନ ଯୋଜନାରେ ବି ଅନୁଦାନ ଘୋଷଣା କରାଯାଇଛି। ଚଳିତ ବଜେଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଡ଼ […] The post ଏହି ୨ ରାଜ୍ୟ ପାଇଁ ଅର୍ଥ ଅଜାଡିଦେଲେ ଅର୍ଥମନ୍ତ୍ରୀ appeared first on Dharitri Odia News.

ଏହି ୨ ରାଜ୍ୟ ପାଇଁ ଅର୍ଥ ଅଜାଡିଦେଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୨୩।୭:ଚଳିତ ବର୍ଷ ବଜେଟ୍‌ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିହାର,ଆନ୍ଧ୍ର ପାଇଁ ବିଶେଷ ଘୋଷଣା କରିଛନ୍ତି। ବିହାରରେ ନୂଆ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ ଅନୁଦାନ ମିଳିବ। ଆନ୍ଧ୍ରପ୍ରଦେଶ ପାଇଁ ବି ବିଶେଷ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ। ପୋଲାଭରମ ଆନ୍ଧ୍ରର ଜୀବନ ରେଖା। ତେଣୁ ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ। ଆନ୍ଧ୍ରପ୍ରଦେଶ ପୁନର୍ଗଠନ ଯୋଜନାରେ ବି ଅନୁଦାନ ଘୋଷଣା କରାଯାଇଛି।

ଚଳିତ ବଜେଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ମଧ୍ୟବର୍ତ୍ତୀ ବଜେଟରେ ଆମକୁ ୪ଟି ଭିନ୍ନ ଗୋଷ୍ଠୀ ଗରିବ, ମହିଳା, ଯୁବକ ଏବଂ କୃଷକ ଉପରେ ଧ୍ୟାନ ଦେଇଛୁ। କୃଷକମାନଙ୍କ ପାଇଁ ଆମେ ସମସ୍ତ ପ୍ରମୁଖଙ୍କ ପାଇଁ ସର୍ବନିମ୍ନ ସହାୟତା ମୂଲ୍ୟ ଘୋଷଣା କରିଛୁ। ଫସଲ, ମୂଲ୍ୟ ଉପରେ ଅତିକମରେ ୫୦% ମାର୍ଜିନ ପ୍ରତିଶୃତି ପୂରଣ କରିଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ୫ ବର୍ଷ ପାଇଁ ବୃଦ୍ଧି କରାଯାଇଥିଲା, ଯାହା ୮୦ କୋଟିରୁ ଅଧିକ ଲୋକଙ୍କୁ ଉପକୃତ ହୋଇଛନ୍ତି।

ବଜେଟ୍‌ର ଗୁରୁତ୍ୱପର୍ଣ୍ଣ ଅଂଶ:-
– ଏହି ବଜେଟ ସମସ୍ତଙ୍କ ବିକାଶ ପାଇଁ
– ଏହା ହେଉଛି ବିକଶିତ ଭାରତର ରୋଡମ୍ୟାପ
– ଶକ୍ତି ସୁରକ୍ଷା ଉପରେ ସରକାରଙ୍କ ଧ୍ୟାନ
– ରୋଜଗାର ବୃଦ୍ଧି ଉପରେ ସରକାରଙ୍କ ଧ୍ୟାନ
-ରୋଜଗାର ବୃଦ୍ଧି ହେଉଛି ସରକାରଙ୍କ ପ୍ରାଥମିକତା
– ପ୍ରାକୃତିକ ଚାଷ ବୃଦ୍ଧି ଉପରେ ଗୁରୁତ୍ୱ

– ୩୨ ଫସଲ ପାଇଁ ୧୦୯ କିସମ ଲଞ୍ଚ କରିବ
-କୃଷି କ୍ଷେତ୍ରର ବିକାଶ ହେଉଛି ପ୍ରଥମ ପ୍ରାଥମିକତା

The post ଏହି ୨ ରାଜ୍ୟ ପାଇଁ ଅର୍ଥ ଅଜାଡିଦେଲେ ଅର୍ଥମନ୍ତ୍ରୀ appeared first on Dharitri Odia News.