ଚାମ୍ପିୟନ୍ସ ଟ୍ରଫି ଉପରେ ବଡ଼ ଅପଡେଟ୍‌ ଦେଲା ଆଇସିସି, ପାକିସ୍ତାନକୁ ମିଳିଲା ଖୁସିଖବର

ନୂଆଦିଲ୍ଲୀ,୧୯।୧୨: ଚାମ୍ପିୟନ୍ସ ଟ୍ରଫି ୨୦୨୫ ପ୍ରସଙ୍ଗରେ ଆଇସିସି ବଡ଼ ସୂଚନା ଦେଇଛି। ଏହି ଟୁର୍ନାମେଣ୍ଟ କେବଳ ହାଇବ୍ରିଡ ମଡେଲ ଅଧୀନରେ ଅନୁଷ୍ଠିତ ହେବ ବୋଲି ଆଇସିସି କହିଛି। ଟିମ ଇଣ୍ଡିଆ ଏହାର ସମସ୍ତ ମ୍ୟାଚ ନିରପେକ୍ଷ ସ୍ଥାନରେ ଖେଳିବ। ତେବେ ଆଇସିସି ଚାମ୍ପିୟନ୍ସ ଟ୍ରଫିର କାର୍ଯ୍ୟସୂଚୀ ଏ ପର୍ଯ୍ୟନ୍ତ ପ୍ରକାଶ କରିନାହିଁ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଟୁର୍ନାମେଣ୍ଟ ପାଇଁ ଟିମ ଇଣ୍ଡିଆକୁ ପାକିସ୍ତାନ ପଠାଇବାକୁ ମନା କରିଦେଇଥିଲା। ତେଣୁ, ବିସିସିଆଇର କଥାକୁ ଗ୍ରହଣ କରି ଆଇସିସି […] The post ଚାମ୍ପିୟନ୍ସ ଟ୍ରଫି ଉପରେ ବଡ଼ ଅପଡେଟ୍‌ ଦେଲା ଆଇସିସି, ପାକିସ୍ତାନକୁ ମିଳିଲା ଖୁସିଖବର appeared first on Dharitri Odia News.

ଚାମ୍ପିୟନ୍ସ ଟ୍ରଫି ଉପରେ ବଡ଼ ଅପଡେଟ୍‌ ଦେଲା ଆଇସିସି, ପାକିସ୍ତାନକୁ ମିଳିଲା ଖୁସିଖବର

ନୂଆଦିଲ୍ଲୀ,୧୯।୧୨: ଚାମ୍ପିୟନ୍ସ ଟ୍ରଫି ୨୦୨୫ ପ୍ରସଙ୍ଗରେ ଆଇସିସି ବଡ଼ ସୂଚନା ଦେଇଛି। ଏହି ଟୁର୍ନାମେଣ୍ଟ କେବଳ ହାଇବ୍ରିଡ ମଡେଲ ଅଧୀନରେ ଅନୁଷ୍ଠିତ ହେବ ବୋଲି ଆଇସିସି କହିଛି। ଟିମ ଇଣ୍ଡିଆ ଏହାର ସମସ୍ତ ମ୍ୟାଚ ନିରପେକ୍ଷ ସ୍ଥାନରେ ଖେଳିବ। ତେବେ ଆଇସିସି ଚାମ୍ପିୟନ୍ସ ଟ୍ରଫିର କାର୍ଯ୍ୟସୂଚୀ ଏ ପର୍ଯ୍ୟନ୍ତ ପ୍ରକାଶ କରିନାହିଁ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଟୁର୍ନାମେଣ୍ଟ ପାଇଁ ଟିମ ଇଣ୍ଡିଆକୁ ପାକିସ୍ତାନ ପଠାଇବାକୁ ମନା କରିଦେଇଥିଲା। ତେଣୁ, ବିସିସିଆଇର କଥାକୁ ଗ୍ରହଣ କରି ଆଇସିସି ହାଇବ୍ରିଡ ମଡେଲକୁ ଅନୁମୋଦନ କରିଛି। ଏହା ସହିତ ଆଇସିସି ମଧ୍ୟ ପାକିସ୍ତାନକୁ ଏକ ଖୁସି ଖବର ଦେଇଛି।

ଆଇସିସି ନିଜ ୱେବସାଇଟରେ ଚାମ୍ପିୟନ୍ସ ଟ୍ରଫି ସମ୍ବନ୍ଧୀୟ ସୂଚନା ଶେୟାର କରିଛି। ଆଇସିସି କହିଛି ଯେ ୨୦୨୪ ରୁ ୨୦୨୭ ପର୍ଯ୍ୟନ୍ତ ହାଇବ୍ରିଡ ମଡେଲରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ। ଏହି ଉଭୟ ଦଳ ନିରପେକ୍ଷ ସ୍ଥାନରେ ସେମାନଙ୍କର ମ୍ୟାଚ ଖେଳିବେ। ଏହି ନିୟମ ଆଗାମୀ ଆଇସିସି ଟୁର୍ନାମେଣ୍ଟ ପାଇଁ ପ୍ରଯୁଜ୍ୟ ହେବ। ବର୍ତ୍ତମାନ ଆଇସିସି ଶୀଘ୍ର ଚାମ୍ପିୟନ୍ସ ଟ୍ରଫି ୨୦୨୫ର କାର୍ଯ୍ୟସୂଚୀ ଶେୟାର କରିବ। ଆସନ୍ତା ବର୍ଷ ଫେବୃଆରୀ ଏବଂ ମାର୍ଚ୍ଚରେ ଏହି ଟୁର୍ନାମେଣ୍ଟ ଆୟୋଜିତ ହେବ।

The post ଚାମ୍ପିୟନ୍ସ ଟ୍ରଫି ଉପରେ ବଡ଼ ଅପଡେଟ୍‌ ଦେଲା ଆଇସିସି, ପାକିସ୍ତାନକୁ ମିଳିଲା ଖୁସିଖବର appeared first on Dharitri Odia News.