‘‘ଫାଶୀ ନଦେଇଥିଲେ କ’ଣ କରାଯାଇଥାନ୍ତା...’’ ଉମର ଅବ୍ଦୁଲାଙ୍କ ବୟାନ ଉପରେ ବର୍ଷିଲେ ରାଜନାଥ ସିଂହ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନକୁ ଆଉ ମାତ୍ର କିଛି ଦିନ। ଏମିତିରେ ରାଜନୈତିକ ଦଳମାନେ ନିର୍ବାଚନୀ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି। ଏହାରି ମଧ୍ୟରେ ନିର୍ବାଚନୀ ପ୍ରଚାର ପାଇଁ ବିଜେପି ନେତା ତଥା କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରବିବାର ଜମ୍ମୁ-କାଶ୍ମୀର ଗସ୍ତ କରିଛନ୍ତି। ଆଉ ଏହି ଗସ୍ତ ସମୟରେ ନାସନାଲ କନଫରେନ୍ସ ନେତା ଉମର ଅବ୍ଦୁଲ୍ଲାଙ୍କ ବୟାନ ଉପରେ ପାଲଟା ଆକ୍ରମଣକରିଛନ୍ତି।  ୨୦୦୧ ସଂସଦ ଆକ୍ରମଣର ଦୋଷୀ ଅଫଜଲ ଗୁରୁଙ୍କ ଫାଶୀକୁ ନେଇ ନାସନାଲ କନଫରେନ୍ସ ନେତା ଉମର ଅବଦୁଲ୍ଲାଙ୍କ ବୟାନ ଉପରେ ପାଲଟା ଆକ୍ରମଣ କରିଛନ୍ତି ରାଜନାଥ ସିଂହ । ଜମ୍ମୁ- କାଶ୍ମୀରର ରାମବନରେ ରବିବାର ନିର୍ବାଚନୀ ରାଲିକୁ ସମ୍ବୋଧନ କରି ସେ ଏହି ଟିପ୍ପଣୀ ରବିବାର ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଛନ୍ତି। ରାଜନାଥ ସିଂହ କହିଛନ୍ତି ‘‘ଏହା ଦୁର୍ଭାଗ୍ୟପୂର୍ଣ୍ଣ ଯେ, ଉମର ଅବ୍ଦୁଲା ଏଭଳି ଟିପ୍ପଣୀ କରିଛନ୍ତି। ଯଦି ଅଫଜଲ ଗୁରୁକୁ ଫାଶୀ ଦିଆଯାଇନଥାନ୍ତା, ତାହେଲେ କ’ଣ କରାଯାଇଥାନ୍ତା ? ତା’କୁ କ’ଣ ମାଳା ପିନ୍ଧାଯାଇଥାନ୍ତା ?’’ପ୍ରକୃତରେ ନିକଟରେ ଏକ ସାକ୍ଷାତକାରରେ ନାସନାଲ କନଫରେନ୍ସ ନେତା ଉମର ଅବଦୁଲ୍ଲା କହିଥିଲେ ଯେ, ‘‘ଅଫଜଲ ଗୁରୁକୁ ଫାସୀ କିଛିବି ଉଦ୍ଦେଶ୍ୟ ପୂରା ହୋଇନାହିଁ। ଜମ୍ମୁ-କାଶ୍ମୀର ସରକାରଙ୍କ ଅଫଜଲ ଗୁରୁର ଫାସୀ ସହ କୌଣସି ସମ୍ପର୍କ ନଥିଲା ।’’ ସେ ଆହୁରି କହିଥିଲେ ଯଦି ଅଫଜଲ ଗୁ

‘‘ଫାଶୀ ନଦେଇଥିଲେ କ’ଣ କରାଯାଇଥାନ୍ତା...’’ ଉମର ଅବ୍ଦୁଲାଙ୍କ ବୟାନ ଉପରେ ବର୍ଷିଲେ ରାଜନାଥ ସିଂହ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନକୁ ଆଉ ମାତ୍ର କିଛି ଦିନ। ଏମିତିରେ ରାଜନୈତିକ ଦଳମାନେ ନିର୍ବାଚନୀ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି। ଏହାରି ମଧ୍ୟରେ ନିର୍ବାଚନୀ ପ୍ରଚାର ପାଇଁ ବିଜେପି ନେତା ତଥା କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରବିବାର ଜମ୍ମୁ-କାଶ୍ମୀର ଗସ୍ତ କରିଛନ୍ତି। ଆଉ ଏହି ଗସ୍ତ ସମୟରେ ନାସନାଲ କନଫରେନ୍ସ ନେତା ଉମର ଅବ୍ଦୁଲ୍ଲାଙ୍କ ବୟାନ ଉପରେ ପାଲଟା ଆକ୍ରମଣକରିଛନ୍ତି।  

୨୦୦୧ ସଂସଦ ଆକ୍ରମଣର ଦୋଷୀ ଅଫଜଲ ଗୁରୁଙ୍କ ଫାଶୀକୁ ନେଇ ନାସନାଲ କନଫରେନ୍ସ ନେତା ଉମର ଅବଦୁଲ୍ଲାଙ୍କ ବୟାନ ଉପରେ ପାଲଟା ଆକ୍ରମଣ କରିଛନ୍ତି ରାଜନାଥ ସିଂହ । ଜମ୍ମୁ- କାଶ୍ମୀରର ରାମବନରେ ରବିବାର ନିର୍ବାଚନୀ ରାଲିକୁ ସମ୍ବୋଧନ କରି ସେ ଏହି ଟିପ୍ପଣୀ ରବିବାର ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଛନ୍ତି। ରାଜନାଥ ସିଂହ କହିଛନ୍ତି ‘‘ଏହା ଦୁର୍ଭାଗ୍ୟପୂର୍ଣ୍ଣ ଯେ, ଉମର ଅବ୍ଦୁଲା ଏଭଳି ଟିପ୍ପଣୀ କରିଛନ୍ତି। ଯଦି ଅଫଜଲ ଗୁରୁକୁ ଫାଶୀ ଦିଆଯାଇନଥାନ୍ତା, ତାହେଲେ କ’ଣ କରାଯାଇଥାନ୍ତା ? ତା’କୁ କ’ଣ ମାଳା ପିନ୍ଧାଯାଇଥାନ୍ତା ?’’

ପ୍ରକୃତରେ ନିକଟରେ ଏକ ସାକ୍ଷାତକାରରେ ନାସନାଲ କନଫରେନ୍ସ ନେତା ଉମର ଅବଦୁଲ୍ଲା କହିଥିଲେ ଯେ, ‘‘ଅଫଜଲ ଗୁରୁକୁ ଫାସୀ କିଛିବି ଉଦ୍ଦେଶ୍ୟ ପୂରା ହୋଇନାହିଁ। ଜମ୍ମୁ-କାଶ୍ମୀର ସରକାରଙ୍କ ଅଫଜଲ ଗୁରୁର ଫାସୀ ସହ କୌଣସି ସମ୍ପର୍କ ନଥିଲା ।’’ ସେ ଆହୁରି କହିଥିଲେ ଯଦି ଅଫଜଲ ଗୁରୁକୁ ଫାଶୀ ଦେବା ପାଇଁ ଏହାର ଆବଶ୍ୟକତା ପଡ଼ିଥାନ୍ତା ତେବେବି ଜମ୍ମୁ-କାଶ୍ମୀର ସରକାର ଏହାର ଅନୁମତି ଦେଇନଥାନ୍ତେ।’’ 

ସୂଚନାଥାଉକି, ସଂସଦ ଭବନରେ ୨୦୦୧ରେ ଡିସେମ୍ବର ୧୩ରେ ଆତଙ୍କୀ ଆକ୍ରମଣ ହୋଇଥିଲା। ଏହାର ଷଡ଼ଯନ୍ତ୍ର ରଚିଥିବା ଅଭିଯୋଗ ଅଫଜଲ ଗୁରୁକୁ ୨୦୧୩ ଫେବ୍ରୁଆରୀ ୯ରେ ଦିଲ୍ଲୀ ତିହାର ଜେଲରେ ଫାଶୀ ଦିଆଯାଇଥିଲା।

ବିଜେପି ପ୍ରାର୍ଥୀ ରାକେଶ ସିଂହ ଠାକୁରଙ୍କ ସମର୍ଥନରେ ରାମବନ ବିଧାନସଭା କ୍ଷେତ୍ରରେ ନିର୍ବାଚନୀ ରାଲିକୁ ସମ୍ବୋଧନ କରି ରାଜନାଥ ସିଂହ ଏକଥା କହିଛନ୍ତି। ଖାଲି ସେତିକି ନୁହେଁ ଧାରା ୩୭୦କୁ ପୁନଃ ଲାଗୁ କରିବା ନେଇ ନାସନାଲ କନଫରେନ୍ସ-କଂଗ୍ରେସ ମେଣ୍ଟର ନିର୍ବାଚନୀ ପ୍ରତିଶ୍ରୁତି ଉପରେ ମଧ୍ୟ ଖୁବ୍ ବର୍ଷିଛନ୍ତି। ସେ କହିଛନ୍ତି ଯେପର୍ଯ୍ୟନ୍ତ ବିଜେପି ଅଛି ସେପର୍ଯ୍ୟନ୍ତ ଏହା ଅସମ୍ଭବ।

କେନ୍ଦ୍ର ମନ୍ତ୍ରୀ ଆହୁରି କହିଛନ୍ତି ୨୦୧୯ ଅଗଷ୍ଟରେ ଧାରା ୩୭୦ ନିରସ୍ତ୍ର ହେବା ପରେ ଜମ୍ମୁ-କାଶ୍ମୀରର ସୁରକ୍ଷା ସ୍ଥିତିରେ ବଡ଼ ପରିବର୍ତ୍ତନ ଆସିଛି। ଯୁବକଙ୍କ ପାଖରେ ଏବେ ପିସ୍ତଲ, ବନ୍ଧୁକ ବଦଳରେ ଲାପଟପ ଏବଂ କମ୍ପ୍ୟୁଟର ରହିଛି। ଜମ୍ମୁ-କାଶ୍ମୀରରେ ଆଗାମୀ ସରକାର ଗଢ଼ିବା ପାଇଁ ବିଜେପିର ସମର୍ଥନ କରନ୍ତୁ ଫଳରେ ଆମେ ଏହି ଅଞ୍ଚଳରେ ବଡ଼ ଆକାରରେ ବିକାଶ ଆଣିବୁ। ଏଭଳି ବିକାଶ ଯାହାକୁ ଦେଖି ପିଓକେର ଲୋକ ଭାରତ ଆସିବାକୁ ଇଚ୍ଛା କରିବେ। 

ସେ ଆହୁରି କହିଛନ୍ତି ନିକଟରେ ପଡ଼ୋଶୀ ଦେଶର ଅତିରିକ୍ତ ସଲିସିଟର ଜେନେରାଲ ସତ୍ୟପାଠରେ କହିଛନ୍ତି ପିଓକେ ବିଦେଶୀ ଭୂମି। ଅର୍ଥାତ୍‌ ପାକିସ୍ତାନ ପିଓକେ ନିବାସୀଙ୍କୁ ବିଦେଶୀ ଭାବୁଛି। କିନ୍ତୁ ଭାରତରେ ଏଭଳି ଚିନ୍ତାଧାରା ନାହିଁ। ଆମେ ଚାହୁଛୁ ଆପଣ ଆମର ଅଂଶ ହୁଅନ୍ତୁ।