ଏହିସବୁ ଔଷଧ କମ୍ପାନୀ ରାଜନୈତିକ ଦଳଙ୍କୁ ଦେଇଛନ୍ତି କୋଟି କୋଟି ଚାନ୍ଦା
ନୂଆଦିଲ୍ଲୀ,୧୬।୩: ନିର୍ବାଚନ କମିଶନର ଶୁକ୍ରବାର ଇଲେକ୍ଟୋରଲ ବଣ୍ଡର ଡାଟା ରିଲିଜ୍ କରିଛନ୍ତି। ଯେଉଁଥିରେ ବହୁ ବଡ ବଡ କମ୍ପାନୀ, ଖଣି ଓ ଷ୍ଟିଲ କମ୍ପାନୀ ମଧ୍ୟ ଇଲେକ୍ଟୋରଲ ବଣ୍ଡ ବିଣିଥିବା ଜଣାପଡିଛି। କିନ୍ତ ଜାଣି ଆଶ୍ଚର୍ଯ୍ୟ ହେବେ ପ୍ରାୟ ୩୦ଟି ଫାର୍ମା କମ୍ପାନୀ ୯୦୦କୋଟି ଟଙ୍କାର ବଣ୍ଡ କିଣିଛନ୍ତି। ସମୁଦାୟ ୧୨,୧୫୫ କୋଟି ବଣ୍ଡରୁ ଏହି କମ୍ପାନୀ ୭.୪ ଶତକଡା ବଣ୍ଡ କିଣିଛି। ଏହି ଫାର୍ମା ଓ ଚିକିତ୍ସା ସମ୍ବନ୍ଧୀୟ ସେବା ଯୋଗାଉଥିବା କମ୍ପାନୀଗୁଡିକ ହେଲା ୟଶୋଦା […] The post ଏହିସବୁ ଔଷଧ କମ୍ପାନୀ ରାଜନୈତିକ ଦଳଙ୍କୁ ଦେଇଛନ୍ତି କୋଟି କୋଟି ଚାନ୍ଦା appeared first on Dharitri Odia News.
ନୂଆଦିଲ୍ଲୀ,୧୬।୩: ନିର୍ବାଚନ କମିଶନର ଶୁକ୍ରବାର ଇଲେକ୍ଟୋରଲ ବଣ୍ଡର ଡାଟା ରିଲିଜ୍ କରିଛନ୍ତି। ଯେଉଁଥିରେ ବହୁ ବଡ ବଡ କମ୍ପାନୀ, ଖଣି ଓ ଷ୍ଟିଲ କମ୍ପାନୀ ମଧ୍ୟ ଇଲେକ୍ଟୋରଲ ବଣ୍ଡ ବିଣିଥିବା ଜଣାପଡିଛି। କିନ୍ତ ଜାଣି ଆଶ୍ଚର୍ଯ୍ୟ ହେବେ ପ୍ରାୟ ୩୦ଟି ଫାର୍ମା କମ୍ପାନୀ ୯୦୦କୋଟି ଟଙ୍କାର ବଣ୍ଡ କିଣିଛନ୍ତି। ସମୁଦାୟ ୧୨,୧୫୫ କୋଟି ବଣ୍ଡରୁ ଏହି କମ୍ପାନୀ ୭.୪ ଶତକଡା ବଣ୍ଡ କିଣିଛି।
ଏହି ଫାର୍ମା ଓ ଚିକିତ୍ସା ସମ୍ବନ୍ଧୀୟ ସେବା ଯୋଗାଉଥିବା କମ୍ପାନୀଗୁଡିକ ହେଲା ୟଶୋଦା ସୁପର ସ୍ପେଶାଲିଟି ହସ୍ପିଟାଲ(୧୬୨ କୋଟି) ଡ, ରେଡି ଲ୍ୟାବ(୮୦କୋଟି) ଅହମ୍ମଦବାଦ ଡେଡକ୍ୱାର୍ଟର (୭୭.୫ କୋଟି) ନାକଟୋ ଫାର୍ମା (୬୯.୨୫ କୋଟି ଟଙ୍କା)। ସେହିପରି ବାଇଓକନ ଲିମିଟେଡ କିରନ ମଜମୁଦାର ୬ କୋଟି, ସିପଲା ୩୯.୨ କୋଟି, କରୋନା ଭ୍ୟାକସିନ ନିର୍ମାତା ଭାରତ ବାୟୋଟେକ୍ ୧୦ କୋଟି, ବାୟୋଲୋଜିକାଲ ଇ ୫ କୋଟି ଟଙ୍କାର ବଣ୍ଡ କିଣିଛନ୍ତି।
ଇନକମ ଟ୍ୟାକ୍ସ ବିଭାଗର ଚଢାଉ ପରେ ହେର୍ଟୋ ଫାର୍ମା ଏପ୍ରିଲ ୨୦୨୨ ଓ ୨୦୨୩ ଜୁଲାଇ-ଅକ୍ଟୋବରରେ ନିର୍ବାଚନ ବଣ୍ଡ କିଣିଛି। ଆୟକର ବିଭାଗ ଚଢାଉରେ ଫାର୍ମା କମ୍ପାନୀର ୫୫୦ କୋଟି ଟଙ୍କାର ଆୟ ବର୍ହିଭୂତ ଟଙ୍କା ଧରା ପଡିଥିଲା। ଏହି ଫାର୍ମା ହୃଦରୋଗ ଓ କ୍ୟାନସର ରୋଗୀଙ୍କ ପାଇଁ ଔଷଧ ସହ ବିଭିନ୍ନ ଚିକିତ୍ସା ସାମଗ୍ରୀ ପ୍ରସ୍ତୁତ କରିଥାଏ।
The post ଏହିସବୁ ଔଷଧ କମ୍ପାନୀ ରାଜନୈତିକ ଦଳଙ୍କୁ ଦେଇଛନ୍ତି କୋଟି କୋଟି ଚାନ୍ଦା appeared first on Dharitri Odia News.