ଏୟାର ଇଣ୍ଡିଆ ବିମାନରେ ପରିଚାଳନା ନିର୍ଦ୍ଦେଶକଙ୍କ ଉପରେ ପରିଶ୍ରା କରିଦେଲେ ମଦ୍ୟପ ବ୍ୟକ୍ତି

ନୂଆଦିଲ୍ଲୀ,୯।୪: ଦିଲ୍ଲୀରୁ ବ୍ୟାଙ୍ଗକକ୍ ଅଭିମୁଖେ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନରେ ଜଣେ ଭାରତୀୟ ମଦ୍ୟପ ଅବସ୍ଥାରେ ସହଯାତ୍ରୀଙ୍କ ଉପରେ ପରିଶ୍ରା କରିଦେଇଥିବା ଜଣାପଡିଛି। ଏୟାର ଇଣ୍ଡିଆ ପକ୍ଷରୁ ଏକ ସ୍ପଷ୍ଟୀକରଣ ଜାରି କରି ଏହି ଘଟଣାକୁ ନିଶ୍ଚିତ କରାଯାଇଥିଲେ ମଧ୍ୟ ଘଟଣା ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦିଆଯାଇନାହିଁ। ସୂତ୍ର ଅନୁସାରେ, ବିମାନ AI 2336 ରେ ଥିବା ଯାତ୍ରୀ ମଦ୍ୟପାନ କରି ଏକ କମ୍ପାନୀର ପରିଚାଳନା ନିର୍ଦ୍ଦେଶକଙ୍କ ଉପରେ ପରିସ୍ରା କରିଥିଲେ। ଏହି ଘଟଣା ସମ୍ପର୍କରେ […] The post ଏୟାର ଇଣ୍ଡିଆ ବିମାନରେ ପରିଚାଳନା ନିର୍ଦ୍ଦେଶକଙ୍କ ଉପରେ ପରିଶ୍ରା କରିଦେଲେ ମଦ୍ୟପ ବ୍ୟକ୍ତି appeared first on Dharitri Odia News.

ଏୟାର ଇଣ୍ଡିଆ ବିମାନରେ ପରିଚାଳନା ନିର୍ଦ୍ଦେଶକଙ୍କ ଉପରେ ପରିଶ୍ରା କରିଦେଲେ ମଦ୍ୟପ ବ୍ୟକ୍ତି

ନୂଆଦିଲ୍ଲୀ,୯।୪: ଦିଲ୍ଲୀରୁ ବ୍ୟାଙ୍ଗକକ୍ ଅଭିମୁଖେ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନରେ ଜଣେ ଭାରତୀୟ ମଦ୍ୟପ ଅବସ୍ଥାରେ ସହଯାତ୍ରୀଙ୍କ ଉପରେ ପରିଶ୍ରା କରିଦେଇଥିବା ଜଣାପଡିଛି। ଏୟାର ଇଣ୍ଡିଆ ପକ୍ଷରୁ ଏକ ସ୍ପଷ୍ଟୀକରଣ ଜାରି କରି ଏହି ଘଟଣାକୁ ନିଶ୍ଚିତ କରାଯାଇଥିଲେ ମଧ୍ୟ ଘଟଣା ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦିଆଯାଇନାହିଁ।

ସୂତ୍ର ଅନୁସାରେ, ବିମାନ AI 2336 ରେ ଥିବା ଯାତ୍ରୀ ମଦ୍ୟପାନ କରି ଏକ କମ୍ପାନୀର ପରିଚାଳନା ନିର୍ଦ୍ଦେଶକଙ୍କ ଉପରେ ପରିସ୍ରା କରିଥିଲେ। ଏହି ଘଟଣା ସମ୍ପର୍କରେ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ କରାଯାଇଛି ଏବଂ ଏୟାର ଇଣ୍ଡିଆ ବ୍ୟାଙ୍ଗକକରେ “ପୀଡିତ ଯାତ୍ରୀ”ଙ୍କୁ ସାହାଯ୍ୟ କରିବାକୁ ପ୍ରସ୍ତାବ ଦେଇଛି, ଏବଂ ଏଭଳି ଆଚରଣ କରିଥିରେବ ଯାତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ।

ଘଟଣାର ସୂଚନା ନେଇ, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ କିଞ୍ଜାରାପୁ ଗଣମାଧ୍ୟମକୁ କହିଛନ୍ତି ଯେ ଅଧିକାରୀମାନେ ବିମାନ କମ୍ପାନୀ ସହିତ କଥା ହେବେ।

“ଯେତେବେଳେ ଏହି ପ୍ରକାରର ଘଟଣା ଘଟେ, ମନ୍ତ୍ରଣାଳୟ ସେମାନଙ୍କ ଉପରେ ନଜର ରଖେ। ସେମାନେ ବିମାନ କମ୍ପାନୀ ସହିତ କଥା ହେବେ, ଏବଂ ଯଦି କୌଣସି ଭୁଲ୍ ହୁଏ, ତେବେ ଆମେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ,” କିଞ୍ଜାରାପୁ କହିଛନ୍ତି। ତେବେ ଏୟାର ଇଣ୍ଡିଆ ବିବୃତ୍ତିରେ କହିଛି ଯେ କ୍ରୁ ସମସ୍ତ ନିର୍ଦ୍ଧାରିତ ପ୍ରକ୍ରିୟା ଅନୁସରଣ କରିଥିଲେ।

The post ଏୟାର ଇଣ୍ଡିଆ ବିମାନରେ ପରିଚାଳନା ନିର୍ଦ୍ଦେଶକଙ୍କ ଉପରେ ପରିଶ୍ରା କରିଦେଲେ ମଦ୍ୟପ ବ୍ୟକ୍ତି appeared first on Dharitri Odia News.