ଏୟାର ଇଣ୍ଡିଆ ବିମାନରେ ବୋମା ଥିବା ସୂଚନା, ଥିରୁଭାନନ୍ତପୁରମ ବିମାନବନ୍ଦରରେ ଜରୁରୀକାଳୀନ ଘୋଷଣା

ଥିରୁଭାନନ୍ତପୁରମ୍‌,୨୨।୮: ଗୁରୁବାର କେରଳର ରାଜଧାନୀ ଥିରୁଭାନନ୍ତପୁରମସ୍ଥିତ ବିମାନବନ୍ଦରରେ ଉତ୍ତେଜନା ଦେଖାଦେଇଛି। ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରୁ ଆସିଥିବା ଏୟାର ଇଣ୍ଡିଆ ବିମାନରେ ବୋମା ଥିବାର ଖବର ମିଳିଛି। ତତକ୍ଷଣାତ୍‌ ଥିରୁଭାନନ୍ତପୁରମ ବିମାନବନ୍ଦରରେ ଜରୁରୀକାଳୀନ ଘୋଷଣା କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ବିମାନରୁ ଯାତ୍ରୀମାନଙ୍କ ସ୍ଥାନାନ୍ତର ସମ୍ପର୍କରେ ସୂଚନା ମିଳିନାହିଁ। ତେବେ ବୋମା ଖବର ହେତୁ ବିମାନବନ୍ଦରରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ବିମାନବନ୍ଦର ତରଫରୁ କହାଯାଇଛି, ଏୟାର ଇଣ୍ଡିଆ ଫ୍ଲାଇଟ ୬୫୭ ତିରୁଭାନନ୍ତପୁରମ ବିମାନବନ୍ଦରରେ ଅବତରଣ କରିଛି। ବୋମା ଖବର […] The post ଏୟାର ଇଣ୍ଡିଆ ବିମାନରେ ବୋମା ଥିବା ସୂଚନା, ଥିରୁଭାନନ୍ତପୁରମ ବିମାନବନ୍ଦରରେ ଜରୁରୀକାଳୀନ ଘୋଷଣା appeared first on Dharitri Odia News.

ଏୟାର ଇଣ୍ଡିଆ ବିମାନରେ ବୋମା ଥିବା ସୂଚନା, ଥିରୁଭାନନ୍ତପୁରମ ବିମାନବନ୍ଦରରେ ଜରୁରୀକାଳୀନ ଘୋଷଣା

ଥିରୁଭାନନ୍ତପୁରମ୍‌,୨୨।୮: ଗୁରୁବାର କେରଳର ରାଜଧାନୀ ଥିରୁଭାନନ୍ତପୁରମସ୍ଥିତ ବିମାନବନ୍ଦରରେ ଉତ୍ତେଜନା ଦେଖାଦେଇଛି। ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରୁ ଆସିଥିବା ଏୟାର ଇଣ୍ଡିଆ ବିମାନରେ ବୋମା ଥିବାର ଖବର ମିଳିଛି। ତତକ୍ଷଣାତ୍‌ ଥିରୁଭାନନ୍ତପୁରମ ବିମାନବନ୍ଦରରେ ଜରୁରୀକାଳୀନ ଘୋଷଣା କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ବିମାନରୁ ଯାତ୍ରୀମାନଙ୍କ ସ୍ଥାନାନ୍ତର ସମ୍ପର୍କରେ ସୂଚନା ମିଳିନାହିଁ। ତେବେ ବୋମା ଖବର ହେତୁ ବିମାନବନ୍ଦରରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି।

ବିମାନବନ୍ଦର ତରଫରୁ କହାଯାଇଛି, ଏୟାର ଇଣ୍ଡିଆ ଫ୍ଲାଇଟ ୬୫୭ ତିରୁଭାନନ୍ତପୁରମ ବିମାନବନ୍ଦରରେ ଅବତରଣ କରିଛି। ବୋମା ଖବର ପାଇବା ପରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ବର୍ତ୍ତମାନ ବିମାନକୁ ଅଲଗା ସ୍ଥାନରେ ରଖାଯାଇଛି। ବର୍ତ୍ତମାନ ବୋମା ବିମାନ ଭିତରେ ଅଛି କି ନାହିଁ ତାହା ଅନୁସନ୍ଧାନ କରାଯାଉଛି।

The post ଏୟାର ଇଣ୍ଡିଆ ବିମାନରେ ବୋମା ଥିବା ସୂଚନା, ଥିରୁଭାନନ୍ତପୁରମ ବିମାନବନ୍ଦରରେ ଜରୁରୀକାଳୀନ ଘୋଷଣା appeared first on Dharitri Odia News.