ରିଲାଏନ୍ସ ରିଟେଲର ନୂତନ ଅଭିଯାନ
ଭୁବନେଶ୍ୱର,୧୬।୧: ଦେଶର ପ୍ରମୁଖ ଘରୋଇ କମ୍ପାନୀ ତଥା ରିଲାଏନ୍ସ ଗ୍ରୁପର ଅଗ୍ରଣୀ ସଂସ୍ଥା ରିଲାଏନ୍ସ ରିଟେଲର ନୂତନ ଅଭିଯାନ‘ ଭୁଲ ନା ଯାନା ପ୍ଲାଷ୍ଟିକ ବୋତଲ ଲୋଟାନା’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ରିଲାଏନ୍ସ ରିଟେଲ ଓ କୋକାକୋଲା ଇଣ୍ଡିଆର ମିଳିତ ସହଯୋଗରେ ଏକ ଅଭିନବ ପଦକ୍ଷେପ ପିଇଟି କଲେକ୍ସନ ଆଣ୍ଡ ରିସ୍ଲାଇକ୍ଲିଂ ଇନ୍ଟାଇଟେଭି ଆରମ୍ଭ ହୋଇଛି। ବିଶେଷକରି ରିଲାଏନ୍ସ ରିଟେଲର ସମସ୍ତ ଆଉଟଲେଟ ପରିସରରେ ଏକ ସ୍ବତନ୍ତ୍ର ରିଜର୍ଭ ଭେଣ୍ଡିଂ ମେଶିନ ସ୍ଥାପନ କରାଯାଇଛି। […] The post ରିଲାଏନ୍ସ ରିଟେଲର ନୂତନ ଅଭିଯାନ appeared first on Dharitri Odia News.
ଭୁବନେଶ୍ୱର,୧୬।୧: ଦେଶର ପ୍ରମୁଖ ଘରୋଇ କମ୍ପାନୀ ତଥା ରିଲାଏନ୍ସ ଗ୍ରୁପର ଅଗ୍ରଣୀ ସଂସ୍ଥା ରିଲାଏନ୍ସ ରିଟେଲର ନୂତନ ଅଭିଯାନ‘ ଭୁଲ ନା ଯାନା ପ୍ଲାଷ୍ଟିକ ବୋତଲ ଲୋଟାନା’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ରିଲାଏନ୍ସ ରିଟେଲ ଓ କୋକାକୋଲା ଇଣ୍ଡିଆର ମିଳିତ ସହଯୋଗରେ ଏକ ଅଭିନବ ପଦକ୍ଷେପ ପିଇଟି କଲେକ୍ସନ ଆଣ୍ଡ ରିସ୍ଲାଇକ୍ଲିଂ ଇନ୍ଟାଇଟେଭି ଆରମ୍ଭ ହୋଇଛି। ବିଶେଷକରି ରିଲାଏନ୍ସ ରିଟେଲର ସମସ୍ତ ଆଉଟଲେଟ ପରିସରରେ ଏକ ସ୍ବତନ୍ତ୍ର ରିଜର୍ଭ ଭେଣ୍ଡିଂ ମେଶିନ ସ୍ଥାପନ କରାଯାଇଛି। ଉକ୍ତ ମେଶିନ ଜରିଆରେ ୫ଲକ୍ଷ ପିଇଟି ବଟଲ୍ସ ୨୦୨୫ ସୁଦ୍ଧା ସଂଗ୍ରହ କରାଯିବ ବୋଲି ଉଭୟ ସଂସ୍ଥା ପକ୍ଷରୁ ଆକଳନ କରାଯାଇଛି। ଏ ସମ୍ପର୍କରେ ରିଲାଏନ୍ସ ରିଟେଲ ଲିମିଟେଡର ସିଇଓ (ଗ୍ରୋସେରି ରିଟେଲ) ଦାମୋଦର ମଲ କହିଛନ୍ତି, ଆମେ ପ୍ରତିଦିନ ବ୍ୟବହାର କରୁଥିବା ପ୍ଲାଷ୍ଟିକ ଉତ୍ପାଦଗୁଡିକୁ ଭେଣ୍ଡିଂ ମେଶିନ ଜରିଆରେ ସଂଗ୍ରହ କରାଯାଉଥିବା ବୋତଲଗୁଡିକ ରିସାଇକ୍ଲିଂ କରାଯିବ। ପ୍ରାଥମିକ ପର୍ଯ୍ୟାୟରେ ଏହି ଅଭିଯାନ ଆମର ଦିଲ୍ଲୀ ଓ ମୁମ୍ବାଇ ଠାରେ ଅବସ୍ଥିତ ୩୬ଟି ରିଲାଏନ୍ସ ରିଟେଲ ଜରିଆରେ ପିଇଟି ସଂଗ୍ରହ କରାଯିବ। ପରବର୍ତ୍ତୀ ସମୟରେ ଏହି ଅଭିଯାନ ଦେଶର ସମସ୍ତ ରିଲାଏନ୍ସ ଆଉଟଲେଟରେ ଆରମ୍ଭ କରାଯିବ ବୋଲି ମଲ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି।
The post ରିଲାଏନ୍ସ ରିଟେଲର ନୂତନ ଅଭିଯାନ appeared first on Dharitri Odia News.