ଏୟାର ଇଣ୍ଡିଆ-ଭିଷ୍ଟାରର ପ୍ରସ୍ତାବିତ ମିଶ୍ରଣକୁ ସର୍ତ୍ତମୂଳକ ଅନୁମୋଦନ ଦେଲା ସିଙ୍ଗାପୁରର ବିମାନ ନିୟାମକ

ନୂଆଦିଲ୍ଲୀ: ସିଙ୍ଗାପୁରର ପ୍ରତିଯୋଗିତାମୂଳକ ନିୟାମକ CCCS ଏୟାର ଇଣ୍ଡିଆ ଏବଂ ଭିଷ୍ଟାରର ପ୍ରସ୍ତାବିତ ମିଶ୍ରଣକୁ ସର୍ତ୍ତମୂଳକ ଅନୁମୋଦନ ଦେଇଛି। ଚୁକ୍ତି ଘୋଷଣା ହେବାର ଏକ ବର୍ଷରୁ ଅଧିକ ସମୟ ପରେ ଅନୁମୋଦନ ଦିଆୟାଇଛି। ନଭେମ୍ବର ୨୦୨୨ରେ ଏୟାର ଇଣ୍ଡିଆ ସହିତ ଭିଷ୍ଟାରର ମିଶ୍ରଣ ନେଇ ଘୋଷଣା କରାଯାଇଥିଲା। ଏହା ଅଧୀନରେ ସିଙ୍ଗାପୁର ଏୟାରଲାଇନ୍ସ ଏୟାର ଇଣ୍ଡିଆର 25.1 ପ୍ରତିଶତ ଅଂଶଧନ ହାସଲ କରିବ। ଭିଷ୍ଟାରା ହେଉଛି ସିଙ୍ଗାପୁର ଏୟାରଲାଇନ୍ସ ଏବଂ ଟାଟା ଗ୍ରୁପ୍ ମଧ୍ୟରେ ମିଳିତ ଉଦ୍ୟମ। ସିଙ୍ଗାପୁରର ପ୍ରତିଯୋଗିତା ଏବଂ ଉପଭୋକ୍ତା ଆୟୋଗ (ସିସିସିଏସ୍) ଏୟାର ଇଣ୍ଡିଆ, ସିଙ୍ଗାପୁର ଏୟାରଲାଇନ୍ସ ଏବଂ ଭିଷ୍ଟାରା ପ୍ରତିଯୋଗୀତା ବିରୋଧୀ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ପରେ ମିଶ୍ରଣକୁ ସର୍ତ୍ତମୂଳକ ଅନୁମୋଦନ ପ୍ରଦାନ କରିଛି। ଏହି ପ୍ରତିଶ୍ରୁତିଗୁଡ଼ିକରେ ସିଙ୍ଗାପୁର-ଦିଲ୍ଲୀ, ସିଙ୍ଗାପୁର-ମୁମ୍ବାଇ, ସିଙ୍ଗାପୁର-ଚେନ୍ନାଇ ଏବଂ ସିଙ୍ଗାପୁର-ତିରୁଚିରାପଲ୍ଲୀ ମାର୍ଗରେ ନିର୍ଦ୍ଧାରିତ ବିମାନ ଯାତ୍ରୀ ପରିବହନ ସେବା ସମ୍ବନ୍ଧୀୟ ପ୍ରତିଶ୍ରୁତି ଅନ୍ତର୍ଭୁକ୍ତ। ଏକ CCCS ରିଲିଜ୍ ଅନୁଯାୟୀ, ମହାମାରୀ ପୂର୍ବରୁ 2019 ସ୍ତର ଅନୁସାରେ ଏହି ମାର୍ଗଗୁଡିକରେ କ୍ଷମତା ବଜାୟ ରଖିବାକୁ ସଂପୃକ୍ତ ପକ୍ଷମାନେ ପ୍ରତିଶ୍ରୁତି ଦେଇଛନ୍ତି। The post ଏୟାର ଇଣ୍ଡିଆ-ଭିଷ୍ଟାରର ପ୍ରସ୍ତାବିତ ମିଶ୍ରଣକୁ ସର୍ତ୍ତମୂଳକ ଅନୁମୋଦନ ଦେଲା ସିଙ

ଏୟାର ଇଣ୍ଡିଆ-ଭିଷ୍ଟାରର ପ୍ରସ୍ତାବିତ ମିଶ୍ରଣକୁ ସର୍ତ୍ତମୂଳକ ଅନୁମୋଦନ ଦେଲା ସିଙ୍ଗାପୁରର ବିମାନ ନିୟାମକ

ନୂଆଦିଲ୍ଲୀ: ସିଙ୍ଗାପୁରର ପ୍ରତିଯୋଗିତାମୂଳକ ନିୟାମକ CCCS ଏୟାର ଇଣ୍ଡିଆ ଏବଂ ଭିଷ୍ଟାରର ପ୍ରସ୍ତାବିତ ମିଶ୍ରଣକୁ ସର୍ତ୍ତମୂଳକ ଅନୁମୋଦନ ଦେଇଛି। ଚୁକ୍ତି ଘୋଷଣା ହେବାର ଏକ ବର୍ଷରୁ ଅଧିକ ସମୟ ପରେ ଅନୁମୋଦନ ଦିଆୟାଇଛି। ନଭେମ୍ବର ୨୦୨୨ରେ ଏୟାର ଇଣ୍ଡିଆ ସହିତ ଭିଷ୍ଟାରର ମିଶ୍ରଣ ନେଇ ଘୋଷଣା କରାଯାଇଥିଲା।

ଏହା ଅଧୀନରେ ସିଙ୍ଗାପୁର ଏୟାରଲାଇନ୍ସ ଏୟାର ଇଣ୍ଡିଆର 25.1 ପ୍ରତିଶତ ଅଂଶଧନ ହାସଲ କରିବ। ଭିଷ୍ଟାରା ହେଉଛି ସିଙ୍ଗାପୁର ଏୟାରଲାଇନ୍ସ ଏବଂ ଟାଟା ଗ୍ରୁପ୍ ମଧ୍ୟରେ ମିଳିତ ଉଦ୍ୟମ। ସିଙ୍ଗାପୁରର ପ୍ରତିଯୋଗିତା ଏବଂ ଉପଭୋକ୍ତା ଆୟୋଗ (ସିସିସିଏସ୍) ଏୟାର ଇଣ୍ଡିଆ, ସିଙ୍ଗାପୁର ଏୟାରଲାଇନ୍ସ ଏବଂ ଭିଷ୍ଟାରା ପ୍ରତିଯୋଗୀତା ବିରୋଧୀ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ପରେ ମିଶ୍ରଣକୁ ସର୍ତ୍ତମୂଳକ ଅନୁମୋଦନ ପ୍ରଦାନ କରିଛି।

ଏହି ପ୍ରତିଶ୍ରୁତିଗୁଡ଼ିକରେ ସିଙ୍ଗାପୁର-ଦିଲ୍ଲୀ, ସିଙ୍ଗାପୁର-ମୁମ୍ବାଇ, ସିଙ୍ଗାପୁର-ଚେନ୍ନାଇ ଏବଂ ସିଙ୍ଗାପୁର-ତିରୁଚିରାପଲ୍ଲୀ ମାର୍ଗରେ ନିର୍ଦ୍ଧାରିତ ବିମାନ ଯାତ୍ରୀ ପରିବହନ ସେବା ସମ୍ବନ୍ଧୀୟ ପ୍ରତିଶ୍ରୁତି ଅନ୍ତର୍ଭୁକ୍ତ। ଏକ CCCS ରିଲିଜ୍ ଅନୁଯାୟୀ, ମହାମାରୀ ପୂର୍ବରୁ 2019 ସ୍ତର ଅନୁସାରେ ଏହି ମାର୍ଗଗୁଡିକରେ କ୍ଷମତା ବଜାୟ ରଖିବାକୁ ସଂପୃକ୍ତ ପକ୍ଷମାନେ ପ୍ରତିଶ୍ରୁତି ଦେଇଛନ୍ତି।

The post ଏୟାର ଇଣ୍ଡିଆ-ଭିଷ୍ଟାରର ପ୍ରସ୍ତାବିତ ମିଶ୍ରଣକୁ ସର୍ତ୍ତମୂଳକ ଅନୁମୋଦନ ଦେଲା ସିଙ୍ଗାପୁରର ବିମାନ ନିୟାମକ appeared first on Prameya News7.