ଏୟାର ବେସ୍ ଉପରେ ଭୟଙ୍କର ଡ୍ରୋନ୍‌ ଆକ୍ରମଣ କରି ଋଷର ୪୦ ଯୁଦ୍ଧ ବିମାନ ଉଡ଼ାଇଲା ୟୁକ୍ରେନ୍: ରିପୋର୍ଟ

ନୂଆଦିଲ୍ଲୀ: ଋଷ ଉପରେ ୟୁକ୍ରେନର ଭୟଙ୍କର ଆକ୍ରମଣ। ୪୦ ଋଷୀୟ ଯୁଦ୍ଧ ବିମାନକୁ ନଷ୍ଟ କଲା ୟୁକ୍ରେନ୍। ଡ୍ରୋନ୍‌ରେ ବୋମା ମାଡ଼ କରି ଋଷ ଉପରେ ଏଭଳି ତାଣ୍ଡବ ରଚିଛି ୟୁକ୍ରେନ୍। ଏନେଇ ରୟଟର୍ସରେ ଖବର ପ୍ରକାଶ ପାଇଛି। ୟୁକ୍ରେନ୍ ଘରୋଇ ସୁରକ୍ଷା ସଂସ୍ଥା ଏବଂ ୟୁକ୍ରେନର ସିକ୍ୟୁରିଟ ସର୍ଭିସ୍(ଏସବିୟୁ) ଠାରୁ ଖବର ନେଇ ରୟଟର୍ସ ଏହି ରିପୋର୍ଟ ପ୍ରକାଶ କରିଛି। ଏସୟୁବି କହିଛି ଯେ ୟୁକ୍ରେନ ସେନା ରୁଷୀୟ ବିମାନକୁ ଆକ୍ରମଣ କରିଥିଲେ।  ଯେଉଁଥିରେ ଋଷର Tu-95 ଏବଂ Tu-22 ରଣନୈତିକ ବୋମାବର୍ଷୀ ବିମାନ ନଷ୍ଟ ହୋଇଯାଇଛି। ଋଷ ଏହି ଯୁଦ୍ଧ ବିମାନ ବ୍ୟବହାର କରି ୟୁକ୍ରେନ୍ ଉପରେ ଦୂରଗାମୀ କ୍ଷେପଣାସ୍ତ୍ର ମାଡ଼ କରୁଥିଲା ବୋଲି ଏସ୍‌ୟୁବି ଦାବି କରିଥିବା ରୟଟର୍ସ କହିଛି। ୟୁକ୍ରେନ୍ ଆକ୍ରମଣ ନେଇ ଋଷ ପକ୍ଷରୁ ମଧ୍ୟ ସୁଚନା ମିଳିଛି। ଇରକୁଟ୍ସକ୍ ରାଜ୍ୟର ଗଭର୍ଣ୍ଣ ଇଗୋର୍ କୋବଜେଭ କହିଛନ୍ତି ଯେ ୟୁକ୍ରେନୀୟ ଡ୍ରୋନଗୁଡ଼ିକ ରୁଷିଆର ଇରକୁଟ୍ସକ୍ ଅଞ୍ଚଳର ସ୍ରେଡନି ବସତିରେ ଏକ ସାମରିକ ୟୁନିଟ୍ ଉପରେ ଆକ୍ରମଣ କରିଛି। ବେଲାଋଷ ମିଡିଆ ନେକ୍ସଟା ମଧ୍ୟ ଏନେଇ ପ୍ରକାଶ କରିଥିବା ରିପୋର୍ଟରେ କୁହାଯାଇଛି ଯେ ମୁର୍ମାମାନ୍ସକ୍ ଅଞ୍ଚଳର ଓଲେନିଆ ବାୟୁସେନା ଘାଟି ନିକଟରେ ବିସ୍ଫୋରଣ ହେବା ସହିତ ଉକ୍ତ ଅଞ୍ଚଳ ପ୍ରବଳ ଧୂଆଁମୟ ହୋଇଯାଇଛି। ଆକ୍ରମଣ ପରର ଦୃଶ୍ୟକୁ ନେକ୍ସଟା ଏକ୍ସରେ ପୋଷ୍ଟ ମଧ୍ୟ କରିଛି। ଓଲେନିଆ ହେଉଛି ରୁଷିଆର ପ୍ରମୁଖ ରଣନୈତିକ ବିମାନ ଚଳା

ଏୟାର ବେସ୍ ଉପରେ ଭୟଙ୍କର ଡ୍ରୋନ୍‌ ଆକ୍ରମଣ କରି ଋଷର ୪୦ ଯୁଦ୍ଧ ବିମାନ ଉଡ଼ାଇଲା ୟୁକ୍ରେନ୍: ରିପୋର୍ଟ

ନୂଆଦିଲ୍ଲୀ: ଋଷ ଉପରେ ୟୁକ୍ରେନର ଭୟଙ୍କର ଆକ୍ରମଣ। ୪୦ ଋଷୀୟ ଯୁଦ୍ଧ ବିମାନକୁ ନଷ୍ଟ କଲା ୟୁକ୍ରେନ୍। ଡ୍ରୋନ୍‌ରେ ବୋମା ମାଡ଼ କରି ଋଷ ଉପରେ ଏଭଳି ତାଣ୍ଡବ ରଚିଛି ୟୁକ୍ରେନ୍। ଏନେଇ ରୟଟର୍ସରେ ଖବର ପ୍ରକାଶ ପାଇଛି। ୟୁକ୍ରେନ୍ ଘରୋଇ ସୁରକ୍ଷା ସଂସ୍ଥା ଏବଂ ୟୁକ୍ରେନର ସିକ୍ୟୁରିଟ ସର୍ଭିସ୍(ଏସବିୟୁ) ଠାରୁ ଖବର ନେଇ ରୟଟର୍ସ ଏହି ରିପୋର୍ଟ ପ୍ରକାଶ କରିଛି। ଏସୟୁବି କହିଛି ଯେ ୟୁକ୍ରେନ ସେନା ରୁଷୀୟ ବିମାନକୁ ଆକ୍ରମଣ କରିଥିଲେ।  ଯେଉଁଥିରେ ଋଷର Tu-95 ଏବଂ Tu-22 ରଣନୈତିକ ବୋମାବର୍ଷୀ ବିମାନ ନଷ୍ଟ ହୋଇଯାଇଛି। ଋଷ ଏହି ଯୁଦ୍ଧ ବିମାନ ବ୍ୟବହାର କରି ୟୁକ୍ରେନ୍ ଉପରେ ଦୂରଗାମୀ କ୍ଷେପଣାସ୍ତ୍ର ମାଡ଼ କରୁଥିଲା ବୋଲି ଏସ୍‌ୟୁବି ଦାବି କରିଥିବା ରୟଟର୍ସ କହିଛି। 

ୟୁକ୍ରେନ୍ ଆକ୍ରମଣ ନେଇ ଋଷ ପକ୍ଷରୁ ମଧ୍ୟ ସୁଚନା ମିଳିଛି। ଇରକୁଟ୍ସକ୍ ରାଜ୍ୟର ଗଭର୍ଣ୍ଣ ଇଗୋର୍ କୋବଜେଭ କହିଛନ୍ତି ଯେ ୟୁକ୍ରେନୀୟ ଡ୍ରୋନଗୁଡ଼ିକ ରୁଷିଆର ଇରକୁଟ୍ସକ୍ ଅଞ୍ଚଳର ସ୍ରେଡନି ବସତିରେ ଏକ ସାମରିକ ୟୁନିଟ୍ ଉପରେ ଆକ୍ରମଣ କରିଛି। ବେଲାଋଷ ମିଡିଆ ନେକ୍ସଟା ମଧ୍ୟ ଏନେଇ ପ୍ରକାଶ କରିଥିବା ରିପୋର୍ଟରେ କୁହାଯାଇଛି ଯେ ମୁର୍ମାମାନ୍ସକ୍ ଅଞ୍ଚଳର ଓଲେନିଆ ବାୟୁସେନା ଘାଟି ନିକଟରେ ବିସ୍ଫୋରଣ ହେବା ସହିତ ଉକ୍ତ ଅଞ୍ଚଳ ପ୍ରବଳ ଧୂଆଁମୟ ହୋଇଯାଇଛି। ଆକ୍ରମଣ ପରର ଦୃଶ୍ୟକୁ ନେକ୍ସଟା ଏକ୍ସରେ ପୋଷ୍ଟ ମଧ୍ୟ କରିଛି। 

ଓଲେନିଆ ହେଉଛି ରୁଷିଆର ପ୍ରମୁଖ ରଣନୈତିକ ବିମାନ ଚଳାଚଳ ସୁବିଧା ଏୟାରବେସ୍‌ ମଧ୍ୟରୁ ଗୋଟିଏ। ଏଠାରେ ପରମାଣୁ ଅସ୍ତ୍ର ବହନ କରିପାରୁଥିବା ବିମାନ ରହିଛି। ତେବେ ପ୍ରାଥମିକ ତଦନ୍ତରୁ ଯାହା ଜଣାପଡ଼ିଛି ଏହି ବିମାନ ଘାଟି ଉପରେ ଡ୍ରୋନ୍ ଆଟାକ ହୋଇଛି। ତଥାପି ଋଷ ସରକାରଙ୍କ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ। ଯଦି ଏହା ସତ ହୁଏ ତେବେ  ଏହା ଯୁଦ୍ଧ ଆରମ୍ଭ ପରଠାରୁ ରୁଷର ସାମରିକ ଭିତ୍ତିଭୂମି ଉପରେ ୟୁକ୍ରେନ୍ ସବୁଠାରୁ ବଡ଼ ଆକ୍ରମଣ ବୋଲି କୁହାଯିବ।

ଏହାର ସପ୍ତାହ ପୂର୍ବରୁ ରୁଷ ସେନା ୟୁକ୍ରେନୀୟ ସହରଗୁଡ଼ିକରେ ସବୁଠାରୁ ବଡ଼ ଆକ୍ରମଣ କରି ୩୬୭ ଡ୍ରୋନ୍ ଏବଂ ମିସାଇଲ୍ ଛାଡ଼ିଥିଲା। ଏହି ଆକ୍ରମଣରେ ଝିଟୋମିରରେ ତିନି ଜଣ ଶିଶୁ ସମେତ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଏକାଧିକ ଲୋକ ଆହତ ହୋଇଥିଲେ, ୟୁକ୍ରେନର କିଭ୍, ଖାରକିଭ୍, ମାଇକୋଲାଇଭ୍, ଟେର୍ଣ୍ଣୋପିଲ୍ ଏବଂ ଖମେଲନିନସ୍କିରେ ଆକ୍ରମଣ କରିଥିଲା ଋଷ। ତେବେ ଋଷର ଜବାବ ଦେଇ ୟୁକ୍ରେନର ବାୟୁସେନା ୨୬୬ଟି ଡ୍ରୋନ୍ ଏବଂ ୪୫ଟି କ୍ଷେପଣାସ୍ତ୍ରକୁ ଖସାଇ ଦେଇଥିଲା, ତଥାପି ବ୍ୟାପକ କ୍ଷତି ହୋଇଥିଲା। ଆପାର୍ଟମେଣ୍ଟ ବ୍ଲକ୍ ଏବଂ ଭିତ୍ତିଭୂମି ବ୍ୟାପକ ଭାବରେ ପ୍ରଭାବିତ ହୋଇଥିଲା।