ଏୟାରପୋର୍ଟରେ ଦୁଇ ବିମାନ ମୁହାଁମୁହିଁ ଧକ୍କା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ନୂଆଦିଲ୍ଲୀ ୧୧।୦୯: ଆମେରିକାର ଅଟଲାଣ୍ଟା ଅନ୍ତର୍ଜାତୀୟ ବିମାନବନ୍ଦରରେ ଦୁର୍ଘଟଣା । ସେଠାରେ ଦୁଇଟି ବିମାନ ମଧ୍ୟରେ ବଡ଼ ଧକ୍କା ଦେଖିବାକୁ ମିଳିଛି। ମଙ୍ଗଳବାର ଦିନ ଉଭୟ ବିମାନ ନିଜ ନିଜ ଗନ୍ତବ୍ୟ ସ୍ଥାନକୁ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଛି। ଡେଲଟା ଏୟାରବସ୍ A350 ଏବଂ ଏଣ୍ଡେଭେର୍ ବମ୍ବେଡିଅର୍ CRJ900 ଜେଟର ଯାତ୍ରୀମାନେ ସୁରକ୍ଷିତ ଭାବରେ ଅନ୍ୟ ବିମାନକୁ ସ୍ଥାନାନ୍ତରିତ ହୋଇ ହୋଇଥିଲେ। ତେବେ ଏହି ଦୁର୍ଘଟଣାରେ କେହି ଆହତ ହୋଇନାହାଁନ୍ତି ଏବଂ ଉଭୟ ବିମାନର ସମସ୍ତ ୨୭୧ ଯାତ୍ରୀ ସୁରକ୍ଷିତ ରହିଛନ୍ତି।ଆମେରିକାର ଫେଡେରାଲ୍ ଏଭିଏସନ୍ ଆଡମିନିଷ୍ଟ୍ରେସନ୍ କହିଛି ଯେ ଡେଲଟା ଫ୍ଲାଇଟ୍ ୨୯୫ର ଡେଣା ତଥା ଡ଼ିଙ୍ଗସ୍ ଏଣ୍ଡେଭେର୍ ଏୟାର ଫ୍ଲାଇଟର ପଛ ଭାଗକୁ କ୍ଷତି ପହଞ୍ଚାଇଛି। ଉଭୟ ବିମାନ ପରସ୍ପର ସହ ମୁହାଁମୁହିଁ ହେବା ସମୟରେ ଟ୍ୟାକ୍ସି ୱେରେ ଥିଲା । ଡେଲଟା ଏୟାରବସ୍ ବିମାନ ଟୋକିଓକୁ ଉଡ଼ାଣ କରିବାକୁ ସ୍ଥିର ହୋଇଥିବାବେଳେ ଏଣ୍ଡେଭେଭର୍ ଆମେରିକାର ଲୁଇସିଆନାକୁ ଉଡାଣ ପାଇଁ ପ୍ରସ୍ତୁତ ଥିଲା । ଉଭୟ କିଛି ଅଂଶ ନଷ୍ଟ ହୋଇଯାଇଥିଲା। ସୋସିଆଲ ମିଡିଆରେ ଭିଡିଓଟି ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଗୋଟିଏ ବିମାନର ପଛ ଭାଗ ଅନ୍ୟ ବିମାନ ଦ୍ୱାରା ଭାଙ୍ଗି ଯାଇଛି ।ସୋସିଆଲ ମିଡିଆରେ ତାଙ୍କ ଅଭିଜ୍ଞତା ସେୟାର କରିବା ବେଳେ ଜଣେ ୟୁଜର୍ସ ଲେଖିଥିଲେ ଯେ ଏହା ଭୟଙ୍କର ଥିଲା। ଆମେ ଅଟଲାଣ୍ଟା ରୁ ଲୁଇସିଆନା ଅଭିମୁଖେ ଯାତ୍ରା
ନୂଆଦିଲ୍ଲୀ ୧୧।୦୯: ଆମେରିକାର ଅଟଲାଣ୍ଟା ଅନ୍ତର୍ଜାତୀୟ ବିମାନବନ୍ଦରରେ ଦୁର୍ଘଟଣା । ସେଠାରେ ଦୁଇଟି ବିମାନ ମଧ୍ୟରେ ବଡ଼ ଧକ୍କା ଦେଖିବାକୁ ମିଳିଛି। ମଙ୍ଗଳବାର ଦିନ ଉଭୟ ବିମାନ ନିଜ ନିଜ ଗନ୍ତବ୍ୟ ସ୍ଥାନକୁ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଛି। ଡେଲଟା ଏୟାରବସ୍ A350 ଏବଂ ଏଣ୍ଡେଭେର୍ ବମ୍ବେଡିଅର୍ CRJ900 ଜେଟର ଯାତ୍ରୀମାନେ ସୁରକ୍ଷିତ ଭାବରେ ଅନ୍ୟ ବିମାନକୁ ସ୍ଥାନାନ୍ତରିତ ହୋଇ ହୋଇଥିଲେ। ତେବେ ଏହି ଦୁର୍ଘଟଣାରେ କେହି ଆହତ ହୋଇନାହାଁନ୍ତି ଏବଂ ଉଭୟ ବିମାନର ସମସ୍ତ ୨୭୧ ଯାତ୍ରୀ ସୁରକ୍ଷିତ ରହିଛନ୍ତି।
ଆମେରିକାର ଫେଡେରାଲ୍ ଏଭିଏସନ୍ ଆଡମିନିଷ୍ଟ୍ରେସନ୍ କହିଛି ଯେ ଡେଲଟା ଫ୍ଲାଇଟ୍ ୨୯୫ର ଡେଣା ତଥା ଡ଼ିଙ୍ଗସ୍ ଏଣ୍ଡେଭେର୍ ଏୟାର ଫ୍ଲାଇଟର ପଛ ଭାଗକୁ କ୍ଷତି ପହଞ୍ଚାଇଛି। ଉଭୟ ବିମାନ ପରସ୍ପର ସହ ମୁହାଁମୁହିଁ ହେବା ସମୟରେ ଟ୍ୟାକ୍ସି ୱେରେ ଥିଲା । ଡେଲଟା ଏୟାରବସ୍ ବିମାନ ଟୋକିଓକୁ ଉଡ଼ାଣ କରିବାକୁ ସ୍ଥିର ହୋଇଥିବାବେଳେ ଏଣ୍ଡେଭେଭର୍ ଆମେରିକାର ଲୁଇସିଆନାକୁ ଉଡାଣ ପାଇଁ ପ୍ରସ୍ତୁତ ଥିଲା । ଉଭୟ କିଛି ଅଂଶ ନଷ୍ଟ ହୋଇଯାଇଥିଲା। ସୋସିଆଲ ମିଡିଆରେ ଭିଡିଓଟି ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଗୋଟିଏ ବିମାନର ପଛ ଭାଗ ଅନ୍ୟ ବିମାନ ଦ୍ୱାରା ଭାଙ୍ଗି ଯାଇଛି ।
ସୋସିଆଲ ମିଡିଆରେ ତାଙ୍କ ଅଭିଜ୍ଞତା ସେୟାର କରିବା ବେଳେ ଜଣେ ୟୁଜର୍ସ ଲେଖିଥିଲେ ଯେ ଏହା ଭୟଙ୍କର ଥିଲା। ଆମେ ଅଟଲାଣ୍ଟା ରୁ ଲୁଇସିଆନା ଅଭିମୁଖେ ଯାତ୍ରା କରିବାକୁ ପ୍ରସ୍ତୁତ ହେଉଥିଲୁ ଯେତେବେଳେ ଅନ୍ୟ ଏକ ବିମାନ ଆମ ବିମାନର ପଛପଟୁ ଧକ୍କା ଦେଇଥିଲା । ହେଲେ କେହି ଆହତ ହୋଇନାହାଁନ୍ତି ବୋଲି ଡେଲଟା କମ୍ପାନୀ କହିଛି।