ଏୟାର୍‌ ଶୋ' ବେଳେ ଦୁଇ ବିମାନ ମଧ୍ୟରେ ଧକ୍କା, ପାଇଲଟ୍‌ ମୃତ

ଜଣେ ପାଇଲଟ୍‌ଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି। ଏହି ଦୁର୍ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି।

ଏୟାର୍‌ ଶୋ' ବେଳେ ଦୁଇ ବିମାନ ମଧ୍ୟରେ ଧକ୍କା, ପାଇଲଟ୍‌ ମୃତ

ମଝି ଆକାଶରେ ଧକ୍କା ହେଲା ଦୁଇ ବିମାନ। ଦୁର୍ଘଟଣାରେ ଚାଲିଗଲା ପାଇଲଟ୍‌ଙ୍କ ପ୍ରାଣ। ଦକ୍ଷିଣ ପର୍ତ୍ତୁଗାଲରେ ଏୟାର ଶୋ' ବେଳେ ଏହି ବିମାନ ଦୁର୍ଘଟଣା ଘଟିଛି। ବାୟୁସେନା ବିମାନର ଦୁଇଟି ବିମାନ ପରସ୍ପର ଧକ୍କା ହୋଇଛି। ଏଥିରେ ଜଣେ ପାଇଲଟ୍‌ଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି। ଏହି ଦୁର୍ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି।

ପର୍ତ୍ତୁଗାଲ ବାୟୁସେନା ପକ୍ଷରୁ ଏନେଇ ବୟାନ ଜାରି କୁହାଯାଇଛି ଯେ, ରାବିବାର ଏହି ଦୁର୍ଘଟଣା ଘଟିଛି। ବେଜା ଏୟାର୍‌ ଶୋ'ରେ ୬ଟି ବିମାନ ଏୟାର ପ୍ରଦର୍ଶନୀ କୁରୁଥିଲେ। ଭି' ସେପ୍‌ରେ ସମସ୍ତ ବିମାନ ଆଗକୁ ବଢ଼ୁଥିଲେ। ଏହି ସମୟରେ ଏକ ବିମାନ ତଳ ପଟୁ ଉପରକୁ ଉଠିବା ବେଳେ ଧକ୍କା ହୋଇଥିଲା। 

ଧକ୍କା ହେତୁ ବିମାନ ଆକାଶରୁ ଖସି ପଡିଥିଲା। ଏଥିରେ ଜଣେ ସ୍ପେନିଶ ନାଗରିକଙ୍କ ମୃତ୍ୟୁ ଘଟିଛି। ସେହିପରି ପର୍ତ୍ତୁଗାଲର ଅନ୍ୟ ଜଣେ ପାଇଲଟ୍ ସାମାନ୍ୟ ଆହତ ହୋଇଛନ୍ତି। ତାଙ୍କୁ ବେଜା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ସୌଭାଗ୍ୟବଶତଃ ସମସ୍ତ ଦର୍ଶକ ସୁରକ୍ଷିତ ଅଛନ୍ତି।

 

ସେପଟେ ଏହି ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ପର୍ତ୍ତୁଗାଲ ପ୍ରତିରକ୍ଷା ମନ୍ତ୍ରୀ ନୁନୋ ମେଲୋ ତଦନ୍ତ ଆରମ୍ଭ କରାଯାଇଥିବା କହିଛନ୍ତି। ଏଥିସହିତ ରାଷ୍ଟ୍ରପତି ମାର୍ସେଲୋ ରେବେଲୋ ଡି'ସୁଜା କହିଛନ୍ତି ଯେ ଆକାଶରେ ବାୟୁସେନା ଏୟାର ଶୋ' ଏକ ରୋମାଞ୍ଚକର ଏବଂ ମନୋରମ ଭରା ମୁହୂର୍ତ୍ତ ଥିଲା। କିନ୍ତୁ ଦୁର୍ଘଟଣା ହେତୁ ଏହା ଯନ୍ତ୍ରଣାର ମୁହୂର୍ତ୍ତରେ ପରିଣତ ହୋଇଗଲା। ଏଥିପାଇଁ ସେ ଦୁଃଖିତ ବୋଲି କହିଛନ୍ତି।