୨ କିଲୋୱାଟ ସ୍ମାର୍ଟ ମିଟରରୁ ମାସିକ ଭଡା ଉଛେଦ,ବିଦ୍ୟୁତ ତାରିଫ ଅପରବର୍ତ୍ତିତ
ଭୁବନେଶ୍ୱର:ସୋମବାର ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (OERC) ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ନୂତନ ବିଦ୍ୟୁତ ଶୁଳ୍କ ଘୋଷଣା କରିଛି। ଏହି ବିଦ୍ୟୁତ ଶୁଳ୍କକୁ ନେଇ ବଡ଼ ଖବର ଆସିଛି। ୨କିଲୋ ଓ୍ବାଟ୍ ପର୍ଯ୍ୟନ୍ତ ସ୍ମାଟ ମିଟର ରେଣ୍ଟ ଛାଡ଼ କରାଯାଇଛି। ଡିଜିଟାଲ ପେମେଣ୍ଟରେ ୪ ପ୍ରତିଶତ ରିହାତି ବଳବତ୍ତର ରହିଛି। ଅନ୍ୟପକ୍ଷେ ବିଦ୍ୟୁତ୍ ଟାରିଫ୍ ଅପରିବର୍ତ୍ତିତ ଘୋଷଣା ହୋଇଛି। OERC ଉପ ନିର୍ଦ୍ଦେଶକ ସଞ୍ଜୟ ରାଉତ ନିଶ୍ଚିତ କରିଛନ୍ତି ଯେ ସଂଶୋଧିତ ବିଦ୍ୟୁତ ଶୁଳ୍କ ଗଠନକୁ […] The post ୨ କିଲୋୱାଟ ସ୍ମାର୍ଟ ମିଟରରୁ ମାସିକ ଭଡା ଉଛେଦ,ବିଦ୍ୟୁତ ତାରିଫ ଅପରବର୍ତ୍ତିତ appeared first on Odisha.News.

ଭୁବନେଶ୍ୱର:ସୋମବାର ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (OERC) ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ନୂତନ ବିଦ୍ୟୁତ ଶୁଳ୍କ ଘୋଷଣା କରିଛି। ଏହି ବିଦ୍ୟୁତ ଶୁଳ୍କକୁ ନେଇ ବଡ଼ ଖବର ଆସିଛି। ୨କିଲୋ ଓ୍ବାଟ୍ ପର୍ଯ୍ୟନ୍ତ ସ୍ମାଟ ମିଟର ରେଣ୍ଟ ଛାଡ଼ କରାଯାଇଛି। ଡିଜିଟାଲ ପେମେଣ୍ଟରେ ୪ ପ୍ରତିଶତ ରିହାତି ବଳବତ୍ତର ରହିଛି। ଅନ୍ୟପକ୍ଷେ ବିଦ୍ୟୁତ୍ ଟାରିଫ୍ ଅପରିବର୍ତ୍ତିତ ଘୋଷଣା ହୋଇଛି।
OERC ଉପ ନିର୍ଦ୍ଦେଶକ ସଞ୍ଜୟ ରାଉତ ନିଶ୍ଚିତ କରିଛନ୍ତି ଯେ ସଂଶୋଧିତ ବିଦ୍ୟୁତ ଶୁଳ୍କ ଗଠନକୁ ଚୂଡ଼ାନ୍ତ କରିବା ପୂର୍ବରୁ କମିଶନ ସମସ୍ତ ସୂଚନାକୁ ପୁଙ୍ଖାନୁପୁଙ୍ଖ ଭାବରେ ସମୀକ୍ଷା କରିଛନ୍ତି।
ସମ୍ଭାବ୍ୟ ବୃଦ୍ଧି ସମ୍ପର୍କରେ ବ୍ୟାପକ କଳ୍ପନାଜଳ୍ପନା ମଧ୍ୟରେ, ରାଜ୍ୟବ୍ୟାପୀ ପ୍ରତିବାଦ ଆରମ୍ଭ ହୋଇଛି।ପ୍ରଥମେ ସମ୍ବଲପୁର ଜିଲ୍ଲାର ଜୁଯୋମୁରା ବ୍ଲକ ଅଞ୍ଚଳରୁ ଏହା ଆରମ୍ଭ ହୋଇ କାଳକ୍ରମେ ସମ୍ବଲପୁର, ବରଗଡ଼, ଝାରସୁଗୁଡାରୁ ରାଜଧାନୀ ଯାଏ ବ୍ୟାପକ ହୋଇଥିଲା।ଶୁକ୍ରବାର, ଟାଟା ପାୱାର ସେଣ୍ଟ୍ରାଲ୍ ଓଡ଼ିଶା ବଣ୍ଟନ ଲିମିଟେଡ୍ (TPCODL) ଦ୍ୱାରା କାର୍ଯ୍ୟକାରୀ ନୀତିକୁ ବିରୋଧ କରି ଓଡ଼ିଶା ବିଦ୍ୟୁତ୍ ଉପଭୋକ୍ତା ମହାସଂଘ ଭୁବନେଶ୍ୱରର ଲୋୟର PMGରେ ଏକ ପ୍ରଦର୍ଶନ କରିଥିଲା।
ପ୍ରଦର୍ଶନ ସମୟରେ, ବିଦ୍ୟୁତ ଶୁଳ୍କ ବୃଦ୍ଧି ନେଇ ଚିନ୍ତା ପ୍ରକାଶ କରି ପ୍ରତିବାଦକାରୀମାନେ ବିଧାନସଭା ଘେରାଉ କରିବାକୁ ମଧ୍ୟ ଚେଷ୍ଟା କରିଥିଲେ। ତେବେ ବିଦ୍ୟୁତ ବିଲକୁ ନେଇ ସମଗ୍ର ରାଜ୍ୟରେ ପ୍ରତିକ୍ରିୟା ଦେଖାଦେଇଥିଲା।
The post ୨ କିଲୋୱାଟ ସ୍ମାର୍ଟ ମିଟରରୁ ମାସିକ ଭଡା ଉଛେଦ,ବିଦ୍ୟୁତ ତାରିଫ ଅପରବର୍ତ୍ତିତ appeared first on Odisha.News.