ଐତିହାସିକ ମୁହୂର୍ତ୍ତ, ହାତ ମିଳାଇଲେ ମୋଦି-ରାହୁଲ, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ,୨୬।୬: ୧୮ତମ ଲୋକ ସଭାର ବାଚସ୍ପତି ଭାବରେ ଓମ ବିର୍ଲା ନିର୍ବାଚିତ ହୋଇଛନ୍ତି। ବାଚସ୍ପତି ଭାବରେ ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଚସ୍ପତି ଓମ ବିର୍ଲାଙ୍କ ଆସନ ପାଖକୁ ଆସି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହା ଏକ ପରମ୍ପରା ଆଗରୁ ଚାଲିଆସୁଛି ଯେ ପ୍ରଧାନମନ୍ତ୍ରୀ ତଥା ବିରୋଧୀଦଳର ନେତା ଲୋକ ସଭା ବାଚସ୍ପତିଙ୍କୁ ନିଜ ଆସନ ଯାଏ ନେଇକି ଯିବେ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ରାହୁଲ ଗାନ୍ଧୀ ହାତ ମିଳାଇଥିବାର ଦୃଶ୍ୟ […] The post ଐତିହାସିକ ମୁହୂର୍ତ୍ତ, ହାତ ମିଳାଇଲେ ମୋଦି-ରାହୁଲ, ଭାଇରାଲ ହେଉଛି ଭିଡିଓ appeared first on Dharitri Odia News.

ଐତିହାସିକ ମୁହୂର୍ତ୍ତ, ହାତ ମିଳାଇଲେ ମୋଦି-ରାହୁଲ, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ,୨୬।୬: ୧୮ତମ ଲୋକ ସଭାର ବାଚସ୍ପତି ଭାବରେ ଓମ ବିର୍ଲା ନିର୍ବାଚିତ ହୋଇଛନ୍ତି। ବାଚସ୍ପତି ଭାବରେ ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଚସ୍ପତି ଓମ ବିର୍ଲାଙ୍କ ଆସନ ପାଖକୁ ଆସି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହା ଏକ ପରମ୍ପରା ଆଗରୁ ଚାଲିଆସୁଛି ଯେ ପ୍ରଧାନମନ୍ତ୍ରୀ ତଥା ବିରୋଧୀଦଳର ନେତା ଲୋକ ସଭା ବାଚସ୍ପତିଙ୍କୁ ନିଜ ଆସନ ଯାଏ ନେଇକି ଯିବେ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ରାହୁଲ ଗାନ୍ଧୀ ହାତ ମିଳାଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି।

ପ୍ରଧାନମନ୍ତ୍ରୀ ମୋଦି ଏବଂ ରାହୁଲ ଗାନ୍ଧୀ ହାତ ମିଳାଇବା ପରେ ଓମ ବିର୍ଲାଙ୍କୁ ବାଚସ୍ପତି ଆସନକୁ ନେଇଥିଲେ। ଏଠାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ରାହୁଲ ଗାନ୍ଧୀ ପୁଣିଥରେ ଓମ ବିର୍ଲାଙ୍କୁ ଅଭିନନ୍ଦନ ଜଣାଇଥିଲେ।

ଲୋକ ସଭାର ବାଚସ୍ପତି ଭାବରେ ଓମ ବିର୍ଲା ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆମେ ବିଶ୍ୱାସ କରୁଛୁ ଯେ ଆପଣ ଆସନ୍ତା ପାଞ୍ଚ ବର୍ଷ ପାଇଁ ଆମ ସମସ୍ତଙ୍କ ପାଇଁ ମାର୍ଗଦର୍ଶନ ଜାରି ରଖିବେ।

ସେହିପରି ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ କହିଛନ୍ତି, ସରକାରଙ୍କ ପାଖରେ ସଂଖ୍ୟା ରହିଛିି, କିନ୍ତୁ ବିରୋଧୀ ମଧ୍ୟ ଭାରତର ଲୋକଙ୍କ ସ୍ବର। ରାହୁଲ କହିଛନ୍ତି, ଗୃହରେ ବିରୋଧୀଙ୍କ ସ୍ବରକୁ ମଧ୍ୟ ଉଠାଇବାକୁ ଦିଆଯିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

The post ଐତିହାସିକ ମୁହୂର୍ତ୍ତ, ହାତ ମିଳାଇଲେ ମୋଦି-ରାହୁଲ, ଭାଇରାଲ ହେଉଛି ଭିଡିଓ appeared first on Dharitri Odia News.